• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ରାଜ୍ୟରେ କରୋନା ମୁକାବିଲା ବିଷୟରେ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇ ଫେରିଗଲା କେନ୍ଦ୍ରୀୟ ଟିମ୍

ରାଜ୍ୟରେ କରୋନା ମୁକାବିଲା ବିଷୟରେ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇ ଫେରିଗଲା କେନ୍ଦ୍ରୀୟ ଟିମ୍

ସମ୍ଭାବ୍ୟ ତୄତୀୟ ଲହରର ଭୟାବହତାକୁ ଦୄଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଟିକାକରଣ କେନ୍ଦ୍ର ସଂଖ୍ୟା ବଢ଼ାଇବା ସହ ଦ୍ରୁତ ପ୍ରକ୍ରିୟାରେ ଟିକାକରଣ କରାଇବା ପାଇଁ ବି ପରାମର୍ଶ ଦେଇଛି କେନ୍ଦ୍ରୀୟ ଟିମ୍ ।

ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ବଢ଼ାଇବାକୁ ପରାମର୍ଶ ଦେଇଛି କେନ୍ଦ୍ରୀୟ ଟିମ୍ । (ପ୍ରତୀକାତ୍ମକ ଛବି)

ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ବଢ଼ାଇବାକୁ ପରାମର୍ଶ ଦେଇଛି କେନ୍ଦ୍ରୀୟ ଟିମ୍ । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଦୁଇ ଜଣିଆ ଟିମ୍ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଏକ ତଥ୍ଯ-ସମ୍ବଳିତ ରିପୋର୍ଟ ସରକାରଙ୍କୁ ଦେବା ପରେ ଫେରିଯାଇଛି । ଏହି ରିପୋର୍ଟରେ ରାଜ୍ୟର କରୋନା ସ୍ଥିତିରେ ଉନ୍ନତି ଆଣିବା ପାଇଁ କେତେକ ପରାମର୍ଶ ଦିଆଯାଇଛି ।

କେନ୍ଦ୍ରୀୟ ଟିମରେ AIIHPHର (ଅଲ୍‌-ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଜିନ୍ ଆଣ୍ଡ୍‌ ପବ୍ଲିକ୍‌ ହେଲଥ୍‌) ବିଶେଷଜ୍ଞଙ୍କ ସହ ଭୁବନେଶ୍ଵର ଏମ୍ସର ପ୍ରଫେସର ବି ସାମିଲ ଥିଲେ। ଗସ୍ତ ଅବସରରେ ଏହି ଟିମ୍ ରାଜ୍ଯ ସରକାରଙ୍କ ଅଧିକାରୀଙ୍କ ସହ ମଧ୍ଯ ଆଲୋଚନା କରିଥିଲା । କେନ୍ଦ୍ରୀୟ ଟିମ୍‌ ରାଜ୍ୟ ସରକାରଙ୍କୁ ଦେଇଥିବା ପରାମର୍ଶ ମଧ୍ୟରୁ ପ୍ରମୁଖ ପରାମର୍ଶ ହେଉଛି କଣ୍ଟେନମେଣ୍ଟ୍‌ ଜୋନଗୁଡ଼ିକରେ ନିୟମ କଡ଼ାକଡି଼ ଲାଗୁକରିବା, ଟେଷ୍ଟଂ ହାର ବଢାଇବା, ଆର୍‌.ଟି.ପି.ସି.ଆର୍‌. ଓ ଟେଷ୍ଟ ଅଧିକ କରିବା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସ୍ୱାମୀଙ୍କ ଠାରୁ ଅଲଗା ଏବେ ଗର୍ଭବତୀ: TMC ସାଂସଦ ନୁସ୍ରତ୍ ଜହାଁ ଶେୟାର୍ କଲେ ସୁନ୍ଦର ଫଟୋ

ତା’ ସହିତ ଯେଉଁ ଅଞ୍ଚଳରେ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହୁଛି ତା’ର ମାଇକ୍ରୋ ଆନାଲିସିସ୍‌ କରିବା ଓ ଯେଉଁ ଜିଲ୍ଲାରେ ଗରୁତର ରୋଗୀଙ୍କ ବେଡ୍‌ ୪୦ପ୍ରତିଶତରୁ ଅଧିକ ହେଉଛି ସେଠାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବଢ଼ାଇବା ପାଇଁ ବି ପରାମର୍ଶ ଦେଇଛି କେନ୍ଦ୍ରୀୟ ଟିମ୍‌ । ସମ୍ଭାବ୍ୟ ତୄତୀୟ ଲହରର ଭୟାବହତାକୁ ଦୄଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଟିକାକରଣ କେନ୍ଦ୍ର ସଂଖ୍ୟା ବଢ଼ାଇବା ସହ ଦ୍ରୁତ ପ୍ରକ୍ରିୟାରେ ଟିକାକରଣ କରାଇବା ପାଇଁ ବି ପରାମର୍ଶ ଦେଇଛି କେନ୍ଦ୍ରୀୟ ଟିମ୍‌ । ଯେଉଁମାନେ କୋଭିଡ୍‌ ସଂକ୍ରମଣ ରୋକିବା ପାଇଁ ଉଦ୍ଦିଷ୍ଟ ସରକାରୀ ନିୟମ ମାନୁନାହାନ୍ତି ସେମାନଙ୍କ ବରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବି କହିଛି ଟିମ୍‌ ।

ଏହା ବି ପଢ଼ନ୍ତୁ | ପିଲାମାନଙ୍କୁ କରୋନା ହେବା ସମ୍ଭାବନା ବିଷୟରେ ଭ୍ରମିତ ହୁଅନ୍ତୁ ନାହିଁ, କହିଲେ ବଡ଼ ବିଶେଷଜ୍ଞମାନେ

‘‘ଯଦିଓ ରାଜ୍ୟରେ ସଂକ୍ରମଣର ଗ୍ରାଫ୍‌ ତଳିଆ ରହିଛି, ତଥାପି କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି । ଅନେକ ଲୋକ କୋଭିଡ୍‌ ନିୟମ ମାନୁନାହାନ୍ତି ଓ ଭିଡ଼ କରୁଛନ୍ତି । ତା’ ଉପରେ ପ୍ରଶାସନକୁ ଧ୍ୟାନ ଦେବାକୁ ପଡ଼ିବ । କଟକ, ଖୋର୍ଦ୍ଧା, ଯାଜପୁର, ମୟୂରଭଞ୍ଜ ଓ ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମୁନାହିଁ । ଏଠି ଅନଲକ୍‌ ପ୍ରକ୍ରିୟା ଜାରି ରହିବା ସହ କୋଭିଡ ନିୟମକୁ କଡ଼ାକଡ଼ି ଲାଗୁ କରାଯିବା ଦରକାର,’’ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟ ଚୌଧୁରୀ ।

ଏହା ବି ପଢ଼ନ୍ତୁ | ଆତଙ୍କବାଦୀମାନେ ହତ୍ୟା କରି ଚାଲିଯିବା ପରେ ଯାଇ ମୁଁ କାନ୍ଦିପାରିଲି’: ପୁଲୱାମା ପୋଲିସ ଅଫିସରଙ୍କ ବୋହୁ

ସେ ଆହୁରି କହିଛନ୍ତି ଯେ କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ୍‌ ଲାମ୍ବଡ଼ା ଓ ଡେଲଟା-ପ୍ଲସ୍ ତୃତୀୟ ଲହରର କାରଣ ହୋଇପାରେ ଓ ସେହି କାରଣରୁ ସରକାରଙ୍କୁ କଟକଣା କଡ଼ା ରଖିବାକୁ ପଡ଼ିବ । ‘‘ତ୍ରିପୁରାରେ ୯୦ ପ୍ରତିଶତ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ୍‌ ଚିହ୍ନଟ ହେଇଛନ୍ତି । ବର୍ତ୍ତମାନ ସେଠି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଯେହେତୁ ଗୋଟିଏ ରାଜ୍ୟରେ ବଢୁଛି, ଅନ୍ୟ ରାଜ୍ୟକୁ ଏହା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ସେଥିପାଇଁ କୋଭିଡ ଗାଇଡଲାଇନ କଡାକଡି ଭାବେ ଅନୁପାଳନ କରିବା ଆବଶ୍ୟକ,’’ ସେ ସରକାରଙ୍କୁ ଚେତାଇଛନ୍ତି ।

ଏହା ବି ପଢ଼ନ୍ତୁ | ବେଙ୍ଗଲ୍ରେ ନିର୍ବାଚନ ପରେ ଖୁବ୍ ହିଂସାକାଣ୍ଡ, ରେପ୍ ହତ୍ୟା ହୋଇଥିଲା: କେନ୍ଦ୍ରକୁ କମିଟିର ରିପୋର୍ଟ

‘‘ଲାମ୍ବଡ଼ା ଭ୍ୟାରିୟଣ୍ଟରେ ସଂକ୍ରମିତ ଲୋକେ ଦକ୍ଷିଣ ଆମେରିକାର ଚିଲିରେ ଅଧିକ ଚିହ୍ନଟ ହୋଇଥିଲେ । ମାତ୍ର ଏହି ଭ୍ୟାରିୟଣ୍ଟ୍‌ ଦ୍ୱାରା ପେରୁରେ ଅଧିକ ମୃତ୍ୟୁ ହୋଇଛି । ଗତ ବର୍ଷ ସେପ୍ଟେମ୍ବରରେ ଏହା ଦେଖା ଯାଇଥିଲା । ଏହା ଉପରେ ବର୍ତ୍ତମାନ ବିସ୍ତୃତ ଅନୁଧ୍ୟାନ ହୋଇ ନାହିଁ । ଯେହେତୁ ବର୍ତ୍ତମାନ ୟୁକେରେ ଏହା ଦେଖା ଗଲାଣି, ଆଉ ୟୁକେରୁ ଭାରତକୁ ଅଧିକ ଲୋକ ଯାତାୟାତ କରୁଛନ୍ତି, ତେଣୁ ଏହା ଉପରେ ସତର୍କ ଦୃଷ୍ଟି ରଖିବା ସମୟର ଆହ୍ୱାନ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ଭ୍ୟାରିୟଣ୍ଟ୍‌ ଅଫ୍‌ ଇଣ୍ଟରେଷ୍ଟ୍‌ ବୋଲି କହିଛି; ଭ୍ୟାରିୟଣ୍ଟ୍‌ ଅଫ କନସର୍ଣ୍ଣ କହିନାହିଁ,’’ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ ନିରୋଜ ମିଶ୍ର ।



ରାଜ୍ୟରେ ହାରାହାରି ସଂକ୍ରମଣ କମୁଥିବା ବେଳେ ବାଲେଶ୍ବର, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ ଓ ଯାଜପୁର ଜିଲ୍ଲାରେ ସଂକ୍ରମଣ କମିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ୭୮,୪୬୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୨,୨୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଟେଷ୍ଟ୍‌ ପଜିଟିଭିଟି ହାର ରହିଛି ୨.୯୦ ପ୍ରତିଶତ ।
Published by:Anand S.T. Das
First published: