୨୧ ଦିନ ସରିବା ପରେ ଲକଡାଉନ୍ ଆଉ ବଢ଼ାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କଲେ

କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ଲକଡାଉନର ସମୟ ସୀମା ପୁଣି ବଢ଼ିବ ବୋଲି ଆସୁଥିବା ଖବରକୁ ଭ୍ରମାତ୍ମକ ବୋଲି କହିଛନ୍ତି । ‘‘ଲକଡାଉନ୍ ବିସ୍ତାର କରିବାର କୌଣସି ଯୋଜନା ନାହିଁ,’’ ସେ କହିଛନ୍ତି ।

୨୧ ଦିନ ସରିବା ପରେ ଲକଡାଉନ୍ ଆଉ ବଢ଼ାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କଲେ
ଦିଲ୍ଲୀରେ ହଜାର ହଜାର ପ୍ରବାସୀ ଶ୍ରମିକ ଦୂରାନ୍ତରେ ଥିବା ନିଜ ଗ୍ରାମକୁ ଫେରିବା ପାଇଁ ଜମା ହୋଇଛନ୍ତି । (ରୟଟର୍ସ୍)
  • News18 Odia
  • Last Updated: March 30, 2020, 5:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ଏ ପର୍ଯ୍ୟନ୍ତ ୨୯ ଜଣ ଲୋକଙ୍କ ମୃତ୍ୟୁର କାରଣ ହୋଇସାରିଥିବା ଓ ୧,୦୦୦ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା କରୋନା ଭାଇରସର ପ୍ରସାରକୁ ରୋକିବାକୁ ଜାରି ହୋଇଥିବା ଦେଶବ୍ୟାପୀ ଲକଡାଉନ ୨୧ ଦିନ ସରିବା ପରେ ଆହୁରି ବଢ଼ିବ ବୋଲି ଆସୁଥିବା କିଛି ଖବରକୁ ଭିତ୍ତିହୀନ ବୋଲି କହିଛନ୍ତି କେନ୍ଦ୍ର ସରକାର ।

‘‘ଅଛି ସରକାର ଲକଡାଉନର ସମୟ ସୀମା ୨୧ ଦିନ ସରିବା ପରେ ପୁଣି ବଢ଼ାଇବେ ବୋଲି କେତେକ ଗୁଜବ ଓ ଗଣମାଧ୍ୟମର ରିପୋର୍ଟ ଅସିଛି । କ୍ୟାବିନେଟ ସଚିବ ଏହି ସବୁ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ଓ ଏ ସବୁ ଭିତ୍ତିହୀନ ବୋଲି କହିଛନ୍ତି,’’ ସରକାରଙ୍କ ଗଣମାଧ୍ୟମ ସଂସ୍ଥା ପ୍ରେସ ଇନଫରମେସନ୍ ବ୍ୟୁରୋ (PIB) ଏକ ଟୁଇଟ୍ କରି କହିଛି ।

ଏହା ପୂର୍ବରୁ କ୍ୟାବିନେଟ ସଚିବ ରାଜୀବ ଗୌବା ମଧ୍ୟ ଏଭଳି ରିପୋର୍ଟକୁ ଅସ୍ୱୀକାର କରିଥିଲେ ଓ କହିଥିଲେ ଯେ ସେ ସେ ସବୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ‘‘ଲକଡାଉନ୍ ବିସ୍ତାର କରିବାର କୌଣସି ଯୋଜନା ନାହିଁ,’’ ସେ ନ୍ୟୁଜ୍ ଏଜେନ୍ସି ଏ.ଏନ.ଆଇ.କୁ କହିଥିଲେ ।

ଗତ ମଙ୍ଗଳବାର ଦିନ (ମାର୍ଚ୍ଚ ୨୪) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ତିନି ସପ୍ତାହର ବା ୨୧ ଦିନର ‘‘ସମ୍ପୂର୍ଣ୍ଣ ଲକଡାଉନ୍’’ ନିର୍ଦ୍ଦେଶ ଦେଇଥିଲେ । ରବିବାର ଦିନ ତାଙ୍କ ‘ମନ କୀ ବାତ୍‌’ ସମ୍ବୋଧନରେ ଦେଶବାସୀଙ୍କୁ ସେ ନିଜ ନିଜ ଘର ଭିତରେ ରହିବା ପାଇଁ ନିବେଦନ କରିଥିଲେ ଓ ଲକଡାଉନ୍‌ ଯୋଗୁଁ ଲୋକଙ୍କୁ ହେଉଥିବା ଅସୁବିଧା ପାଇଁ କ୍ଷମା ମାଗିଥିଲେ । ଲକଡାଉନ୍‌ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କହିଥିଲେ ।

ଦିଲ୍ଲୀର ଆନନ୍ଦ ବିହାର ସୀମାରେ ଜମାହୋଇ ଆଗକୁ ଚାଲିଛନ୍ତି ହଜାର ହଜାର ଶ୍ରମିକ । ସେମାନେ ନିଜ ଗାଁକୁ ପାଦରେ ଚାଲି ଚାଲି ଯିବାକୁ ଆରମ୍ଭ କରିଛନ୍ତି ।


ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ୍ ଉଲ୍ଲଙ୍ଘନ ନ କରିବାକୁ ଲୋକଙ୍କୁ ନିବେଦନ କରି ମୋଦି କହିଥିଲେ ଯେ ଲୋକେ “ସାମାଜିକ ଦୂରତା ବୃଦ୍ଧି କରନ୍ତୁ କିନ୍ତୁ ଭାବପ୍ରବଣତାର ଦୂରତା ବଢ଼ାନ୍ତୁ ନାହିଁ’’ ।

ଏହି ଲକଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ସହରରେ ରୋଜଗାରର ସୁଯୋଗ ବନ୍ଦ ହୋଇଯାଇଥିବାରୁ ହଜାର ହଜାର ପ୍ରବାସୀ ଶ୍ରମିକ ନିଜ ଗ୍ରାମକୁ ଯିବାକୁ ବସ୍ ଟର୍ମିନାଲ୍ ଓ ରାଜ୍ୟ ସୀମାରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପାଦରେ କଷ୍ଟଦାୟକ ଲମ୍ବା ଯାତ୍ରା କରିଛନ୍ତି । ଦିଲ୍ଲୀର ଜଣେ ରେଷ୍ଟୁରାଣ୍ଟ କର୍ମଚାରୀ ମଧ୍ୟ ପ୍ରଦେଶରେ ଥିବା ନିଜ ଘରକୁ ଫେରିବା ପାଇଁ ୨୦୦ କିଲୋମିଟର ଅତିକ୍ରମ କରିବା ପରେ ମୃତ୍ୟୁ ବରଣ କରିଛନ୍ତି ।
First published: March 30, 2020, 5:09 PM IST
corona virus btn
corona virus btn
Loading