ବଡ ନିଷ୍ପତ୍ତି: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ବସ୍ତୁ ବିକ୍ରି ହେବ

ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଜୁନ୍ ୧ ଠାରୁ ଦେଶର ସବୁ CAPF କ୍ୟାଣ୍ଟିନରେ ଲାଗୁ ହେବ । ପାଖାପାଖି ୧୦ ଲକ୍ଷ CAPF କର୍ମଚାରୀଙ୍କ ପରିବାରର ୫୦ ଲକ୍ଷ ସଦସ୍ୟ ଏଣିକି ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରିବେ ।

ବଡ ନିଷ୍ପତ୍ତି: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ବସ୍ତୁ ବିକ୍ରି ହେବ
ସିଏପିଏଫ୍ କ୍ୟାଣ୍ଟିନରୁ ବସ୍ତୁ କିଣୁଥିବା ଜଣେ ସୈନିକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ମଙ୍ଗଳବାର ଦିନ ଦେଶ ଉଦ୍ଦେଶ୍ୟରେ ନିଜ ସମ୍ବୋଧନରେ ସ୍ୱଦେଶୀ ଦ୍ରବ୍ୟ ଉପରେ ଗୁରୁତ୍ୱ ଦେବାକୁ ଦେଶବାସୀଙ୍କୁ ନିବେଦନ କରିବାର ଦିନକ ପରେ ଗୃହ ମନ୍ତ୍ରଣାଳୟ (Ministry of Home Affairs) ବର୍ତ୍ତମାନ ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF)ର କ୍ୟାଣ୍ଟନ ଏବଂ ଷ୍ଟୋରରେ ଏଣିକି କେବଳ ସ୍ୱଦେଶୀ ଦ୍ରବ୍ୟ ବିକ୍ରୟ ପାଇଁ ନିର୍ଦ୍ଦେଶ ଜାରି କରିଛି ।

ସୂତ୍ରଙ୍କ ଅନୁସାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (Central Armed Police Force)ର ୧୦ଲକ୍ଷ ସୈନିକଙ୍କ ପରିବାରର ପାଖାପାଖି ୫୦ ଲକ୍ଷ ସଦସ୍ୟ ଏହି କ୍ୟାଣ୍ଟିନଗୁଡ଼ିକର ବ୍ୟବହାର କରନ୍ତି ।

ମଙ୍ଗଳବାର ଦିନ ଦେଶକୁ ସମ୍ବୋଧିତ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସ୍ଥାନୀୟ ଉତ୍ପାଦ (ଭାରତରେ ନିର୍ମିତ ବସ୍ତୁ)ର ଅଧିକରୁ ଅଧିକ ବ୍ୟବହାର କରିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ । ଏହି ଦିଗରେ ଗୃହ ମନ୍ତ୍ରଣାଳୟ ବୁଧବାର ନିଷ୍ପତ୍ତି ନେଇଛି ଯେ ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)ର କ୍ୟାଣ୍ଟିନ ଓ ଷ୍ଟୋର୍‌ଗୁଡ଼ିକ କେବଳ ସ୍ୱଦେଶୀ ଉତ୍ପାଦ ବିକ୍ରି କରିବେ ।

ଦେଶକୁ ମଙ୍ଗଳବାର ସନ୍ଧ୍ୟାରେ ସମ୍ବୋଧନ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।


ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଜୁନ୍ ୧, ୨୦୨୦ ଠାରୁ ଦେଶର ସମସ୍ତ CAPF କ୍ୟାଣ୍ଟିନରେ ଲାଗୁ ହେବ । ଏହି କ୍ୟାଣ୍ଟିନଗୁଡ଼ିକର ମୋଟ ବିକ୍ରୟ ପାଖାପାଖି ୨,୮୦୦ କୋଟି ଟଙ୍କା । ଏହି ନିୟମ ଲାଗୁ ହେବା ପରେ ପାଖାପାଖି ୧୦ ଲକ୍ଷ CAPF କର୍ମଚାରୀଙ୍କ ୫୦ ଲକ୍ଷ ପରିବାର ସଦସ୍ୟ ଏଣିକି ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରିବେ ।

ଗୃହ ମନ୍ତ୍ରୀ ଅମିତ ଶାହା (Amit Shah) କହିଛନ୍ତି, ‘‘ମୁଁ ଦେଶର ଲୋକଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ ସେମାନେ ଦେଶରେ ଉତ୍ପାଦିତ ସାମଗ୍ରୀକୁ ଯଥାସମ୍ଭବ ବ୍ୟବହାର କରନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଏହା କରିବାକୁ ଉତ୍ସାହିତ କରନ୍ତୁ । ବର୍ତ୍ତମାନର ସମୟ ପଛରେ ପଡ଼ି ରହିବାର ସମୟ ନୁହେଁ, ବରଂ ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବାର ସମୟ । ଯଦି ପ୍ରତ୍ୟେକ ଭାରତୀୟ ଭାରତରେ ପ୍ରସ୍ତୁତ ଦ୍ରବ୍ୟ ବ୍ୟବହାର କରିବାକୁ ପ୍ରତିଶ୍ରୁତି ଦିଅନ୍ତି, ତେବେ ଦେଶର ଗଣତନ୍ତ୍ର ପାଞ୍ଚ ବର୍ଷ ମଧ୍ୟରେ ଆତ୍ମନିର୍ଭରଶୀଳ ହୋଇପାରିବ ।’’

‘‘ଆସନ୍ତୁ ଆମେ ସମସ୍ତେ ଆତ୍ମନିର୍ଭରଶୀଳ ଭାରତର ଏହି ଯାତ୍ରାରେ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରିବା ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତକୁ ଶକ୍ତିଶାଳୀ କରିବା,’’ କହିଛନ୍ତି ଅମିତ ଶାହା ।

ଏହା ବି ପଢ଼ନ୍ତୁ: ‘ଆତ୍ମନିର୍ଭର ଭାରତ’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ PM ମୋଦି

ଏହା ବି ପଢ଼ନ୍ତୁ: ଚତୁର୍ଥ ପର୍ଯାୟର ଲକଡାଉନ୍ ଆଗ ଠାରୁ ଭିନ୍ନ ହେବ; ନୂଆ ନିୟମ ଲାଗୁ ହେବ: PM ମୋଦି
First published: May 13, 2020, 2:13 PM IST
corona virus btn
corona virus btn
Loading