CBSE X ଓ XII ଶ୍ରେଣୀ ପରୀକ୍ଷା ଫଳ ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ; ମାର୍କ ପାଇଁ ନୂଆ ବ୍ୟବସ୍ଥା ହେଲା

CBSE Board Exam 2020: ଯେଉଁ ଛାତ୍ରଛାତ୍ରୀଙ୍କର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଛି ସେମାନଙ୍କ ପରୀକ୍ଷା ଫଳ ସ୍ବାଭାବିକ ଭାବେ ପ୍ରକାଶ ପାଇବ । ଯେଉଁମାନେ ତିନିଟିରୁ ଅଧିକ ବିଷୟରେ ପରୀକ୍ଷା ଦେଇଛନ୍ତି ସେଥିରୁ ଭଲ ନମ୍ବର ରଖିଥିବା ତିନିଟି ବିଷୟର ହାରାହାରି ନମ୍ବରକୁ ବାକି ବିଷୟରେ ଦିଆଯିବ ।

CBSE X ଓ XII ଶ୍ରେଣୀ ପରୀକ୍ଷା ଫଳ ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ; ମାର୍କ ପାଇଁ ନୂଆ ବ୍ୟବସ୍ଥା ହେଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରିଛି ସିବିଏସଇ (CBSE) । ଏଥି ସହ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସିବିଏସଇ ସର୍ବୋଚ୍ଚ କୋର୍ଟରେ କହିଛି । ବୋର୍ଡ ପକ୍ଷରୁ ନୂଆ ନୋଟିଫିକେସନ୍‌ ଜାରି କରାଯିବା ସହ ଏଥିରେ ମୂଲ୍ୟାୟନ ବ୍ୟବସ୍ଥା ବାବଦରେ ମଧ୍ୟ ବିସ୍ତୃତ ଭାବେ କୁହାଯାଇଛି ।

ଯେଉଁ ଛାତ୍ରଛାତ୍ରୀଙ୍କର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଛି ସେମାନଙ୍କର ପରୀକ୍ଷା ଫଳ ସ୍ବାଭାବିକ ଭାବେ ପ୍ରକାଶ ପାଇବ । ଯେଉଁ ଛାତ୍ରଛାତ୍ରୀ ତିନିଟିରୁ ଅଧିକ ବିଷୟରେ ପରୀକ୍ଷା ଦେଇଛନ୍ତି ସେଥିରୁ ଭଲ ନମ୍ବର ରଖିଥିବା ତିନିଟି ବିଷୟର ହାରାହାରି ନମ୍ବରକୁ ବାକି ବିଷୟ ଗୁଡ଼ିକରେ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାଇଛି ସିବିଏସଇ । (CBSE Board Exam Result Date)

ଯେଉଁ ଛାତ୍ରଛାତ୍ରୀମାନେ କେବଳ ତିନିଟି ବିଷୟରେ ହିଁ ପରୀକ୍ଷା ଦେଇଛନ୍ତି, ବାକି ପରୀକ୍ଷା ପାଇଁ ସବୁ ଠାରୁ ଭଲ ଦୁଇଟି ବିଷୟର ନମ୍ବରକୁ ବିଚାରକୁ ନିଆଯିବ । ଯେଉଁ ଛାତ୍ରଛାତ୍ରୀମାନେ କେବଳ ଗୋଟିଏ ବା ଦୁଇଟି ବିଷୟରେ ପରୀକ୍ଷା ଦେଇଛନ୍ତି, ସେମାନଙ୍କ ବୋର୍ଡ ପରୀକ୍ଷା ଫଳ ଅନ୍ତରୀଣ ଓ ପ୍ରାକ୍ଟିକାଲ୍‌ ମୂଲ୍ୟାୟନ ଭିତ୍ତିରେ କରାଯିବ । ସିବିଏସ୍‌ଇ ଭଳି ଆଇସିଏସଇ (ICSE Board) ମଧ୍ୟ ସମାନ ଯୋଜନା ପ୍ରସ୍ତୁତ କରିଥିବା ନେଇ କୋର୍ଟଙ୍କୁ ସୂଚନା ଦେଇଛି । (ICSE Board Exam Result Date)

ସିବିଏସଇର ନୂଆ ଦିଲ୍ଲୀରେ ଥିବା ମୁଖ୍ୟାଳୟ


କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟ (Coronavirus crisis) ଯୋଗୁଁ ସୁପ୍ରିମ କୋର୍ଟ (Supreme Court) ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍‌ କରିଦେଇଛନ୍ତି । ଏଥି ସହ ନୂଆ ନୋଟିଫିକେସନ୍‌ ଓ ଅନ୍ତରୀଣ ମୂଲ୍ୟାୟନ ଓ ପରୀକ୍ଷା ଭିତରେ ଥିବା ବିକଳ୍ପ ବାବଦରେ ସ୍ପଷ୍ଟ କରିବାକୁ ସିବିଏସଇକୁ କହିଥିଲେ ସୁପ୍ରିମ କୋର୍ଟ । ପରୀକ୍ଷାର ବର୍ତ୍ତମାନ ସ୍ଥିତି ଓ ତାରିଖ ବାବଦରେ କହିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ହୋଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସ୍ଥିତି ସ୍ବାଭାବିକ ହେବା ପରେ ପରୀକ୍ଷାର ଆୟୋଜନ କରାଯିବ ।
First published: June 26, 2020, 2:51 PM IST
corona virus btn
corona virus btn
Loading