ବର୍ଷକୁ ଦୁଇ ଥର ହେବ CBSE ବୋର୍ଡ଼ ପରୀକ୍ଷା; ପ୍ରତି ପରୀକ୍ଷାରେ ସିଲାବସର ୫୦% ବିଷୟରୁ ପ୍ରଶ୍ନ ରହିବ

ନଭେମ୍ବର ମାସର ପରୀକ୍ଷାରେ କେବଳ ଅବଜେକ୍ଟିଭ୍ ବା MCQ ପ୍ରଶ୍ନପତ୍ରକୁ ନେଇ ପରୀକ୍ଷା ହେବ । ସ୍ଥିତି ଭଲ ଥିଲେ ଅଫଲାଇନ୍ ପରୀକ୍ଷା କରିପାରିବେ ସ୍କୁଲମାନେ । ପ୍ରୋଜେକ୍ଟ ଓ ପ୍ରାକ୍ଟିକାଲ ରେକର୍ଡ଼ ରଖିବାକୁ ସ୍କୁଲଗୁଡି଼କୁ ନିର୍ଦ୍ଦେଶ ଦେଇଛି ସି.ବି.ଏସ୍.ଇ.।

ବର୍ଷକୁ ଦୁଇ ଥର ହେବ CBSE ବୋର୍ଡ଼ ପରୀକ୍ଷା; ପ୍ରତି ପରୀକ୍ଷାରେ ସିଲାବସର ୫୦% ବିଷୟରୁ ପ୍ରଶ୍ନ ରହିବ
ନଭେମ୍ବରରୁ ଡିସେମ୍ବର ମଧ୍ୟରେ ପ୍ରଥମ ବୋର୍ଡ଼ ପରୀକ୍ଷା ହେବ । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା କାଳରେ ସି.ବି.ଏସ୍‌.ଇ. ବୋର୍ଡ଼ ପରୀକ୍ଷାକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ବର୍ଷରେ ଥରେ ବୋର୍ଡ଼ ପରୀକ୍ଷା ଜାଗାରେ ୫୦-୫୦ ମାର୍କର ଦୁଇ ଥର ପରୀକ୍ଷା ହେବ । ପ୍ରଥମ ପରୀକ୍ଷାରେ ସିଲାବସର ଅଧା ବିଷୟରୁ ଓ ପର ପରୀକ୍ଷାରେ ବାକି ସିଲାବସରୁ ପ୍ରଶ୍ନ ଆସିବ। ଏହା ଦ୍ୱାରା ପିଲାଙ୍କ ବୋଝ ହାଲୁକା ହେବା ସହ ମାର୍କିଂରେ ସୁବିଧା ହେବ ।

ସି.ବି.ଏସ୍‌.ଇ.ର ନୂଆ ଫର୍ମାଟକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଖୁସି ପ୍ରକାଶ କରିଛନ୍ତି । ପରୀକ୍ଷା ସମ୍ପୂର୍ଣ୍ଣ ବାତିଲ ହେବା ଅପେକ୍ଷା ପରୀକ୍ଷା ହେବା ଭଲ ବୋଲି କହିଛନ୍ତି ସେମାନେ । ଦୁଇ ଥର ବୋର୍ଡ଼ ପରୀକ୍ଷା ପିଲାଙ୍କୁ ସହଜ ହେବା ସହ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ନମ୍ବର ଦେବାରେ ବି ସାହାଯ୍ୟ କରିବ । ନଭେମ୍ବରରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ବୋର୍ଡ଼ ପରୀକ୍ଷା ପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷ ପାଠପଢ଼ା ଆରମ୍ଭ କରିଥିବା କହିଛନ୍ତି ।

ଏହା ବି ପଢ଼ନ୍ତୁ | ଯଦି ଆପଣଙ୍କ ପାଖରେ ୭୮୬ ଅଙ୍କ ବିଶିଷ୍ଟ କୌଣସି ନୋଟ୍ ଅଛି ତାହେଲେ ଆପଣ ଲକ୍ଷପତି ହେବେ!

‘‘ଏହା ସି.ବି.ଏସ୍‌.ଇ.ର ଏକ ଭଲ ନିଷ୍ପତ୍ତି । ଏହା ଦ୍ୱାରା ବର୍ଷ ଆରମ୍ଭରୁ ଏକ ସ୍ପଷ୍ଟ ଚିତ୍ର ସାମନା କୁ ଆସିଛି । ଯେହେତୁ ଏ ବର୍ଷ ନବମ ଶ୍ରେଣୀର ପରୀକ୍ଷା ହୋଇନାହିଁ, ତେଣୁ ବୋର୍ଡ଼ ପରୀକ୍ଷା ହେବା ନିହାତି ଦରକାର । ନଚେତ୍‌ ପିଲାଙ୍କୁ ନମ୍ବର ଦେବା କଷ୍ଟକର ହୋଇପଡି଼ବ । ଶିକ୍ଷକଶିକ୍ଷୟିତ୍ରୀଙ୍କୁ ବି ଏହି ନୂଆ ବ୍ୟବସ୍ଥା ସୁବିଧାଜନକ ହେବ,’’ କହିଛନ୍ତି ଚନ୍ଦ୍ରଶେଖରପୁର ଡି.ଏ.ଭି. ସ୍କୁଲ୍‌ ଅଧ୍ୟକ୍ଷ କେଶବ ଚନ୍ଦ୍ର ଶତପଥି ।

ଏହା ବି ପଢ଼ନ୍ତୁ | ପିଲାମାନଙ୍କୁ କରୋନା ହେବା ସମ୍ଭାବନା ବିଷୟରେ ଭ୍ରମିତ ହୁଅନ୍ତୁ ନାହିଁ, କହିଲେ ବଡ଼ ବିଶେଷଜ୍ଞମାନେ

ମଦର୍ସ ପବ୍ଲିକ୍‌ ସ୍କୁଲ୍‌ ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ କହିଛନ୍ତି, ‘‘ଆମେ ପାଠପଢ଼ା ଆରମ୍ଭ କରିଦେଇଛୁ। ନଭେମ୍ବର୍‌ ପରୀକ୍ଷା ପାଇଁ ଆମେ ପ୍ରସ୍ତୁତ ରହିଛୁ । ପିଲାମାନେ ବି ଅଳ୍ପ ପଢି଼ ପରୀକ୍ଷା ଦେବା ସହଜ ହେବ । ଅନ୍ତତଃ ଆମ ପାଖରେ ପିଲାମାନଙ୍କ ପ୍ରଗତି ବିଷୟରେ କିଛି ରେକର୍ଡ଼ ରହିବ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅଡ଼ି କାର୍ ଏତେ ଜୋରରେ ପିଟିଲା ଅଟୋକୁଯାତ୍ରୀର ମୃତ୍ୟୁ; CCTV ଫୁଟେଜରେ ବେଗର ପରିଣତି

ନଭେମ୍ବରରୁ ଡିସେମ୍ବର ମଧ୍ୟରେ ପ୍ରଥମ ବୋର୍ଡ଼ ପରୀକ୍ଷା ହେବାକୁ ଥିବା ବେଳେ ଫେବୃଆରୀ ଓ ମାର୍ଚ୍ଚ ମାସ ମଧ୍ୟରେ ହେବ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା। ପ୍ରତି ପରୀକ୍ଷାରେ ସିଲାବସର ୫୦% ବିଷୟରୁ ପ୍ରଶ୍ନ ଆସିବ । ହେଲେ ନଭେମ୍ବର ମାସରେ କେବଳ ଅବଜେକ୍ଟିଭ୍‌ ବା ଏମ୍.ସି.କ୍ୟୁ. ପ୍ରଶ୍ନପତ୍ରକୁ ନେଇ ପରୀକ୍ଷା ହେବ । ସ୍ଥିତି ଭଲ ଥିଲେ ଅଫଲାଇନ ପରୀକ୍ଷା କରିପାରିବେ ସ୍କୁଲମାନେ । ସେଥି ପାଇଁ ସ୍ୱତନ୍ତ୍ର ଅବଜର୍ଭର୍‌ ରହିବେ। ନଚେତ ଅନଲାଇନରେ ହେବ ପରୀକ୍ଷା ।

ଏହା ବି ପଢ଼ନ୍ତୁ | ଆତଙ୍କବାଦୀମାନେ ହତ୍ୟା କରି ଚାଲିଯିବା ପରେ ଯାଇ ମୁଁ କାନ୍ଦିପାରିଲି’: ପୁଲୱାମା ପୋଲିସ ଅଫିସରଙ୍କ ବୋହୁ

ପ୍ରୋଜେକ୍ଟ ଓ ପ୍ରାକ୍ଟିକାଲ ରେକର୍ଡ଼ ରଖିବାକୁ ସ୍କୁଲଗୁଡି଼କୁ ନିର୍ଦ୍ଦେଶ ଦେଇଛି ସି.ବି.ଏସ୍‌.ଇ.। ଏହାକୁ କେନ୍ଦ୍ର କରି ଆବଶ୍ୟକ ସ୍ଥଳେ ମାର୍କ ଦିଆଯିବ। କରୋନା ମହାମାରୀ ସମୟରେ ପରୀକ୍ଷାକୁ ସହଜ ଓ ସରଳ କରିବା ସହ ଫାଇନାଲ୍‌ ପରୀକ୍ଷା ପାଇଁ ମାର୍କ ଦେବାର ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଏଭଳି ନିୟମ ଲାଗୁ ହୋଇଛି । ଏହା ଦ୍ୱାରା ସ୍କୁଲ କର୍ତ୍ତୃପକ୍ଷଙ୍କୁ ବର୍ତ୍ତମାନ ପାଠପଢ଼ାର ଦିଗ ଉପରେ ଏକ ସ୍ପଷ୍ଟ ଧାରଣା ମିଳିଛି ।

ଏହା ବି ପଢ଼ନ୍ତୁ | Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛି

‘‘ବର୍ଷ ଆରମ୍ଭରୁ ପରୀକ୍ଷା ବିଷୟରେ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ପିଲାମାନେ ଜାଣିପାରିବେ ସେମାନଙ୍କୁ କେତେବେଳେ କ’ଣ ପଢ଼ିବାର ଅଛି । ସ୍କୁଲ୍‌ ସ୍ତରରେ ହେଉ ନା କାହିଁକି, ପରୀକ୍ଷା ହେବା ଦରକାର,’’ କହିଛନ୍ତି ଅଭିଭାବିକା ସ୍ମୃତିଲତା ।

ଏହା ବି ପଢ଼ନ୍ତୁ | ଏକା ଥରକେ ୧୦ଟି ଶିଶୁ ଜନ୍ମ ଦେଲେ? ହେଲେ ସେ ଗର୍ଭବତୀ ଥିଲେ! ରେକର୍ଡ଼ ଅନ୍ୟ ମହିଳାଙ୍କର

ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଶେଫାଳୀ କହିଛନ୍ତି ଯେ ଅଧା ଅଧା ପରୀକ୍ଷା ହେଲେ ପିଲାମାନେ ଅଧିକ ଭଲରେ ପରୀକ୍ଷା ଦେଇପାରିବେ । ‘‘ଯେକୌଣସି ଗୋଟିଏ ପରୀକ୍ଷା ହେଲେ ବି ଭଲ । ଯଦି ଭବିଷ୍ୟତରେ ସ୍ଥିତି ଖରାପ ହେଲା ଓ ପରୀକ୍ଷା ବାତିଲ କରିବାକୁ ପଡ଼ିଲା, ତେବେ ଗୋଟିଏ ପରୀକ୍ଷା ଆଧାରରେ ଆମର ଆସେସମେଣ୍ଟ୍‌ ହୋଇପାରିବ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଭଲ ଖବର: ଜୁଲାଇ ଶେଷ ବା ଅଗଷ୍ଟରେ ଆରମ୍ଭ ହୋଇପାରେ ପିଲାମାନଙ୍କ COVID ଟିକାକରଣ

ଚଳିତ ବର୍ଷ କରୋନା ଭାଇରସ୍‌ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସି.ବି.ଏସ୍‌.ଇ. ସମେତ ସବୁ ବୋର୍ଡ଼ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଅନେକ କ୍ଷତି ସହିଛନ୍ତି । ଅନେକ ରାଜ୍ୟରେ ଆଦୌ ପରୀକ୍ଷା ହୋଇ ନ ଥିବାରୁ ବିଗତ ବର୍ଷର ପରୀକ୍ଷାକୁ ଆଧାର କରି ମୂଲ୍ୟାୟନ କରିବାକୁ ପଡି଼ଥିଲା । ତେଣୁ ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ଏଭଳି ନିଷ୍ପତ୍ତି ନେଇଛି ସି.ବି.ଏସ୍‌.ଇ.। ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ।



ବର୍ତ୍ତମାନ ସି.ବି.ଏସ୍‌.ଇ. ଭଳି ଓଡ଼ିଶା ରାଜ୍ୟ ମାଧ୍ୟମିକ ବୋର୍ଡ଼ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେବେ କି ପୂର୍ବ ଭଳି ବ୍ୟବସ୍ଥା ଚାଲୁ ରହିବ ତାକୁ ନେଇ ସ୍ପଷ୍ଟତା ଆସିବା ବାକି ଅଛି ।
Published by: Anand ST Das
First published: July 6, 2021, 10:48 PM IST