CBSE ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବାତିଲ୍ ହେବନି; ଜୁଲାଇରେ ହୋଇପାରେ; ଓଡ଼ିଶା +୨ ବି ହୋଇପାରେ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଡକାଇଥିବା ବୈଠକରେ ପରୀକ୍ଷାର ଅନ୍ୟ ବିକଳ୍ପ ଉପରେ ମଧ୍ୟ ଆଲୋଚନା ହୋଇଥିଲା, ଯେମିତି ବିଦ୍ୟାଳୟରେ ପ୍ରମୁଖ ବିଷୟଗୁଡ଼ିକ ପାଇଁ ୯୦ ମିନିଟର ଛୋଟ ପରୀକ୍ଷା କରିବା ।

ରବିବାର ଦିନ ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ

ରବିବାର ଦିନ ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ

  • Share this:
News18 Odia Digital

ନୂଆ ଦିଲ୍ଲୀ: ସି.ବି.ଏସ୍.ଇ. ବୋର୍ଡ ପରୀକ୍ଷା ରଦ୍ଦ ହେବ ନାହିଁ ଓ କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ଜୁଲାଇ ମାସରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇପାରେ । ରବିବାର ଦିନ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ ।

ଜୁନ୍ ୧ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ (Ramesh Pokhriyal Nishank) ସି.ବି.ଏସ୍.ଇ. ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ଫର୍ମାଟ୍ ଓ ଏହି ପରୀକ୍ଷାର ତାରିଖ ବିଷୟରେ ସୂଚନା ଦେବେ । ରବିବାର ଦିନ ଆୟୋଜିତ ହୋଇଥିବା ବୈଠକରେ ୧୯ଟି ପ୍ରମୁଖ ବିଷୟରେ ସି.ବି.ଏସ୍.ଇ. ବୋର୍ଡ଼ ପରୀକ୍ଷା (CBSE board exam 2021) କରାଇବାର ବିକଳ୍ପ ଉପରେ ଆଲୋଚନା ହୋଇଥିଲା ଓ ଏହାକୁ ଅନେକ ରାଜ୍ୟ ସମର୍ଥନ କରିଥିଲେ । ଅନ୍ୟାନ୍ୟ ବିଷୟ ପାଇଁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ପରି ମୂଲ୍ୟାଙ୍କନର ବିକଳ୍ପ ଉପାୟ ଖୋଜାଯିବ ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

ଏହି ବୈଠକରେ ପରୀକ୍ଷାର ଅନ୍ୟ ଏକ ବିକଳ୍ପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା, ଯେମିତି ବିଦ୍ୟାଳୟରେ ପ୍ରମୁଖ ବିଷୟଗୁଡ଼ିକ ପାଇଁ ୯୦ ମିନିଟର ଛୋଟ ପରୀକ୍ଷା କରିବା । ମାତ୍ର ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ବିକଳ୍ପ ଉପରେ ମୋହର ଲାଗି ନ ଥିବା ଜଣାଯାଇଛି । ଆସନ୍ତା ସପ୍ତାହରେ ଏହି ବିକଳ୍ପଗୁଡ଼ିକ ଉପରେ ନିଜ ମତାମତ ଦେବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି । ଖୁବ୍ ଶୀଘ୍ର ଏହା ଉପରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ ।

ଏହା ବି ପଢ଼ନ୍ତୁ | ମାଡ଼ି ଆସୁଛି ବାତ୍ୟା ‘ୟସ୍’; ଲ୍ୟାଣ୍ଡ୍‌ଫଲ୍‌ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିମି ଛୁଇଁବଚ ଜାଣନ୍ତୁ ଏବେ କେଉଁଠି ଅଛି

ଓଡ଼ିଶାର ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଖୁବ୍ ଶୀଘ୍ର ଯୁକ୍ତ୨ ପରୀକ୍ଷା ଉପରେ ଘୋଷଣା କରିପାରନ୍ତି ।


ଏହା ବି ପଢ଼ନ୍ତୁ | ‘‘ମୋଅକ୍ସିଜେନ୍ ସ୍ତର କମୁଛିଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ମୃତ୍ୟୁ ପୂର୍ବରୁ କହିଲେ ଅଭିନେତା ରାହୁଲ

ମାସକରୁ ଅଧିକ ସମୟର ଅନିଶ୍ଚିତତା ପରେ ସି.ବି.ଏସ୍.ଇ. ଦ୍ୱାଦଶ ଶ୍ରେଣୀର ବୋର୍ଡ଼ ପରୀକ୍ଷା (CBSE class 12 board exams 2021) କରାଇବା ନେଇ ଏହି ନିଷ୍ପତ୍ତି ନିଆଯାଇଛି ।ଅନେକ ଛାତ୍ର, ଶିକ୍ଷକ ଓ ଅଭିଭାବକ ଟ୍ୱିଟର୍‌ ଓ ଅନ୍ୟ ସୋସିଆଲ୍‌ ମିଡ଼ିଆରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସଂକ୍ରମଣ ବଢୁଥିବାରୁ, ବିଶେଷ କରି ଯୁବା ଓ ଏପରିକି ପିଲାମାନେ ସଂକ୍ରମିତ ହେଉଥିବାରୁ, ସି.ବି.ଏସ୍‌.ଇ.ର ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବାତିଲ କରିବାକୁ ଆହ୍ୱାନ ଦେଇଥିଲେ ।

ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞମାନେ

ରବିବାର ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିଥିଲେ। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀ ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ଥିଲେ । ସବୁ ରାଜ୍ୟର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଓ ରାଜ୍ୟ ପରୀକ୍ଷା ବୋର୍ଡ଼ର ଅଧ୍ୟକ୍ଷମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଦେଶର ଶିକ୍ଷକ, ଛାତ୍ର, ଅଭିଭାବକ ଓ ଅନ୍ୟମାନଙ୍କୁ ବୋର୍ଡ଼ ପରୀକ୍ଷା ଓ ଅନ୍ୟାନ୍ୟ ପରୀକ୍ଷା ସମ୍ବନ୍ଧୀରେ ମୂଲ୍ୟବାନ ପରାମର୍ଶ ଦେବାକୁ ଅନୁରୋଧ କରିଥିଲେ । ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ ସି.ବି.ଏସ୍.ଇ. ବୋର୍ଡ଼ ପରୀକ୍ଷା (CBSE board exam 2021) ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ସମସ୍ତଙ୍କ ସହ “ବ୍ୟାପକ ପରାମର୍ଶ” ହେବା ଉଚିତ ବୋଲି କହିଥିଲେ ।



ଓଡ଼ିଶାରେ ଯୁକ୍ତ୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ମ୍ୟାଟ୍ରିକ୍‌ ପରୀକ୍ଷାକୁ ବାତିଲ୍‌ କରାଯିବା ପରେ ରାଜ୍ୟରେ ଯୁକ୍ତ୨ ପରୀକ୍ଷାକୁ (Odisha Plus2 exams) ବି ବାତିଲ୍‌ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ କେତେକ ବର୍ଗ ଦାବି କରିଆସୁଥିଲେ ବି ସରକାର ଏ ପର୍ଯ୍ୟନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି । ହେଲେ ସି.ବି.ଏସ୍‌.ଇ. ବୋର୍ଡ଼ ପରୀକ୍ଷା କରାଯିବ ବୋଲି ସାରା ଦେଶରେ ସହମତି ହେବା ପରେ ଓଡି଼ଶାରେ ଯୁକ୍ତ୨ ପରୀକ୍ଷା କରାଯିବ ବୋଲି ସଙ୍କେତ ମିଳିଛି । ଏହା ଉପରେ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଖୁବ୍‌ ଶୀଘ୍ର ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି ।
Published by:Anand ST Das
First published: