CBSEର ଜୁଲାଇରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବାତିଲ୍ ହେଲା

ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ବୋର୍ଡ଼ ନିଜ ନିଷ୍ପତ୍ତି ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ କରାଇଛି । CBSE ବୋର୍ଡ଼ର ବାକିଥିବା ପରୀକ୍ଷା ଜୁଲାଇ ୧ରୁ ଜୁଲାଇ ୧୫ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା ।

CBSEର ଜୁଲାଇରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବାତିଲ୍ ହେଲା
ସିବିଏସଇର ନୂଆ ଦିଲ୍ଲୀରେ ଥିବା ମୁଖ୍ୟାଳୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସିବିଏସଇ ବୋର୍ଡ ପରୀକ୍ଷା (CBSE Board Exam) ବିଷୟରେ ବଡ଼ ଖବର ସାମ୍ନାକୁ ଆସିଛି । ସମଗ୍ର ଦେଶରେ କରୋନା ଭାଇରସ୍‌ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା CBSE ଜୁଲାଇ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ (X ଓ XII) ଶ୍ରେଣୀର ପରୀକ୍ଷା ବାତିଲ୍‌ କରିବାକୁ ନିଷ୍ପତ୍ତି ନେଇଛି ।

ଆଜି ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ବୋର୍ଡ଼ ନିଜ ନିଷ୍ପତ୍ତି ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ କରାଇଛି । CBSE ବୋର୍ଡ଼ର ବାକିଥିବା ପରୀକ୍ଷା ଜୁଲାଇ ୧ରୁ ଜୁଲାଇ ୧୫ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ପରୀକ୍ଷା ବାତିଲ୍‌ କରିବା ସପକ୍ଷରେ କିଛି ଅଭିଭାବକ ସୁପ୍ରିମ କୋର୍ଟରେ ଏକ ଆବେଦନ ଦାୟର କରିଥିଲେ । ଏହା ପରେ ପରୀକ୍ଷା ବାତିଲ ହୋଇପାରିବ କି ନାହିଁ ବୋଲି ସର୍ବୋଚ୍ଚ କୋର୍ଟ (Supreme Court) ସିବିଏସଇକୁ ପଚାରିଥିଲେ ।

CBSE ବର୍ତ୍ତମାନ ନିଜ ଉତ୍ତର ଦାଖଲ କରି X ଓ XII ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ବାତିଲ୍‌ କରିବାକୁ ନିଷ୍ପତ୍ତି ନେଇଛି ବୋଲି କୋର୍ଟଙ୍କୁ ସୂଚନା ଦେଇଛି । ଯଦି ପରିସ୍ଥିତି ସ୍ୱାଭାବିକ ହୁଏ, ତେବେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା କରାଯାଇପାରେ ବୋଲି କହିଛି CBSE ।

ମୁଖ୍ୟ କଥା:

> ଦିଲ୍ଲୀ, ମହାରାଷ୍ଟ୍ର ଓ ତାମିଲ ନାଡୁ ସରକାରମାନେ ପରୀକ୍ଷା କରାଇବାରେ ଅସମର୍ଥତା ପ୍ରକାଶ କରିଥିଲେ ।

> ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ପୂର୍ବ ତିନୋଟି ପରୀକ୍ଷା ଆଧାରରେ ମୂଲ୍ୟାଙ୍କନ କରାଯିବ ।

> ପରେ ଯଦି ପରିସ୍ଥିତି ସ୍ୱାଭାବିକ ହେଲେ ପରୀକ୍ଷା କରିବାର ବିକଳ୍ପ ରହିବ ।

> ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ ।

ବର୍ତ୍ତମାନ ଏହି ବିକଳ୍ପ

୧. ଯେଉଁ ବିଷୟଗୁଡ଼ିକ ପାଇଁ ପରୀକ୍ଷା ହେବାର ଥିଲା, ସେହି ବିଷୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ (internal evaluation) ଆଧାରରେ ହାରାହାରି ମାର୍କ ଦେଇ ପଦୋନ୍ନତି ଦିଆଯାଇପାରେ ।

୨. ଏହା ବ୍ୟତୀତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ ବିଷୟଗୁଡ଼ିକରେ ମାର୍କର ଉନ୍ନତି ପାଇଁ ପରବର୍ତ୍ତୀ ସମୟରେ ପରୀକ୍ଷା ଦେବାର ବିକଳ୍ପ ମଧ୍ୟ ଦିଆଯାଇପାରେ ।

ଜୁଲାଇରେ ଫଳ ବାହାରିବା ଆଶା ବଢ଼ିଲା

ଏପରି ପରିସ୍ଥିତିରେ, ଯେତେବେଳେ ସିବିଏସଇ ବୋର୍ଡ (CBSE Board) ଦଶମ ଓ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି, ଶୀଘ୍ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫଳର ଆଶା ବଢ଼ିବାରେ ଲାଗିଛି । ବାସ୍ତବରେ ସିବିଏସଇ ବୋର୍ଡ ଲକଡାଉନ୍‌ ପୂର୍ବରୁ ଉତ୍ତର ପୁସ୍ତିକାଗୁଡ଼ିକର ମୂଲ୍ୟାଙ୍କନ ଆରମ୍ଭ କରିସାରିଥିଲା । ବର୍ତ୍ତମାନ ବଳକା ପରୀକ୍ଷା ବାତିଲ ହୋଇଥିବାରୁ ଜୁଲାଇ ଶେଷ ସୁଦ୍ଧା ବୋର୍ଡ ଫଳାଫଳ ଘୋଷଣା କରିବ ବୋଲି ବିଶ୍ୱାସ କରାଯାଉଛି ।

ଗତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳ ମେ ୨ ତାରିଖରେ ଘୋଷିତ ହୋଇଥିବା ବେଳେ ଦଶମ ଶ୍ରେଣୀ ପରୀକ୍ଷାର ଫଳ ମେ ୬ରେ ଆସିଥିଲା ।
First published: June 25, 2020, 3:02 PM IST
corona virus btn
corona virus btn
Loading