CBSE Board Exam Dates: ଦ୍ୱାଦଶ ଶ୍ରେଣୀର ବାକି ଥିବା ପରୀକ୍ଷା ତାରିଖ ଘୋଷଣା ହେଲା; ଜାଣନ୍ତୁ

ଶିକ୍ଷା ମନ୍ତ୍ରୀ ନିଶାଙ୍କଙ୍କ ଦ୍ୱାରା ହୋଇଥିବା ଏହି ଘୋଷଣାରୁ କେଉଁ କେଉଁ ଦିନ ବାକି ଥିବା ୨୯ଟି ବିଷୟରୁ କେଉଁ ପରୀକ୍ଷା ଅନୁଷ୍ଠିତ ହେବ ଜଣାପଡ଼ିଛି ।

CBSE Board Exam Dates: ଦ୍ୱାଦଶ ଶ୍ରେଣୀର ବାକି ଥିବା ପରୀକ୍ଷା ତାରିଖ ଘୋଷଣା ହେଲା; ଜାଣନ୍ତୁ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସିବିଏସ୍ଇ (CBSE) ବୋର୍ଡ ପରୀକ୍ଷା ତାରିଖ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଫରିଆଲ୍ ନିଶଙ୍କ ସହ ପ୍ରକାଶ କରିଛନ୍ତି। CBSE ଅଧୀନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ CBSE ବୋର୍ଡର ଅବଶିଷ୍ଟ ପରୀକ୍ଷା ପାଇଁ ନୂତନ ତାରିଖ ସୂଚୀ ଘୋଷଣା କରାଯାଇଛି ।

ଶିକ୍ଷା ମନ୍ତ୍ରୀ ନିଶାଙ୍କଙ୍କ ଦ୍ୱାରା ହୋଇଥିବା ଏହି ଘୋଷଣାରୁ କେଉଁ କେଉଁ ଦିନ ବାକି ଥିବା ୨୯ଟି ବିଷୟରୁ କେଉଁ ପରୀକ୍ଷା ଅନୁଷ୍ଠିତ ହେବ ଜଣାପଡ଼ିଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ CBSE ବୋର୍ଡର ଅବଶିଷ୍ଟ ପରୀକ୍ଷା ଜୁଲାଇ ୧ ରୁ ଜୁଲାଇ ୧୫ ମଧ୍ୟରେ ଅନୁଷ୍ଠିତ ହେବ । କେଉଁ ଦିନ କେଉଁ ବିଷୟର ପରୀକ୍ଷା ହେବ ତାହା ଜାଣନ୍ତୁ ।

ଉତ୍ତର-ପୂର୍ବ ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ବ୍ୟତୀତ ସମଗ୍ର ଦେଶରେ ଛାତ୍ରଛାତ୍ରୀମାନଙ୍କ ପାଇଁ CBSE କ୍ଲାସ୍ X (ଦଶମ ଶ୍ରେଣୀ)ର ବୋର୍ଡ ପରୀକ୍ଷା ହେବ ନାହିଁ । ଦିଲ୍ଲୀ ଦଙ୍ଗା ଯୋଗୁଁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ପୂର୍ବରୁ ସବୁ ବିଷୟର ବୋର୍ଡ ପରୀକ୍ଷା ଦୋବାରୁ ବଞ୍ଚିତ ହୋଇଥିଲେ ।

ନୂତନ ତାରିଖ ସୂଚୀ ଅନୁସାରେ ଉତ୍ତର-ପୂର୍ବ ଦିଲ୍ଲୀକୁ ଛାଡ଼ି ଦେଶବ୍ୟାପୀ ହେବାକୁ ଥିବା ପରୀକ୍ଷାର ସୂଚୀ:

ଦ୍ୱାଦଶ ଶ୍ରେଣୀ ପରୀକ୍ଷା (ଦେଶବ୍ୟାପୀ):

୧. ବିଜିନେସ୍‌ ଷ୍ଟଡିଜ୍‌ - ଜୁଲାଇ ୯, ସକାଳ ୧୦:୩୦ରୁ ମଧ୍ୟାନ୍ନ ୧:୩୦ (ବିଷୟ କୋଡ୍ ୦୫୪)

୨. ଜ୍ୟୋଗ୍ରାଫି: ଜୁଲାଇ ୧୧, ସକାଳ ୧୦:୩୦ରୁ ମଧ୍ୟାନ୍ନ ୧:୩୦ (ବିଷୟ କୋଡ୍ ୦୨୯)

୩. ହିନ୍ଦୀ ଇଲେକ୍ଟିଭ୍‌: ଜୁଲାଇ ୨, ସକାଳ ୧୦:୩୦ରୁ ମଧ୍ୟାନ୍ନ ୧:୩୦ (ବିଷୟ କୋଡ୍ ୦୦୨)

୪. ହିନ୍ଦୀ ମୂଳ: ଜୁଲାଇ ୨, ସକାଳ ୧୦:୩୦ରୁ ମଧ୍ୟାନ୍ନ ୧:୩୦ (ବିଷୟ କୋଡ୍ ୩୦୨)

୫. ଗୃହ ବିଜ୍ଞାନ: ୧ ଜୁଲାଇ ସକାଳ ୧୦:୩୦ରୁ ମଧ୍ୟାନ୍ନ ୧:୩୦ (ବିଷୟ କୋଡ୍ ୦୬୪)

୬. ସମାଜ ବିଜ୍ଞାନ: ଜୁଲାଇ ୧୩, ସକାଳ ୧୦:୩୦ରୁ ମଧ୍ୟାନ୍ନ ୧:୩୦ (ବିଷୟ କୋଡ୍ ୦୩୯)

  1. କମ୍ପ୍ୟୁଟର ସାଇନ୍ସ (ପୁରୁଣା): ଜୁଲାଇ ୭, ସକାଳ ୧୦:୩୦ରୁ ମଧ୍ୟାନ୍ନ ୧:୩୦ (ବିଷୟ କୋଡ୍ ୨୮୩)


୮. କମ୍ପ୍ୟୁଟର ସାଇନ୍ସ (ନୂତନ): ୭ ଜୁଲାଇ, ସକାଳ ୧୦:୩୦ରୁ ମଧ୍ୟାନ୍ନ ୧:୩୦ (ବିଷୟ କୋଡ୍ ୦୮୩)

୯. ଇନଫର୍ମେସନ୍‌ ପ୍ରାକ୍ଟିସ୍‌, (ପୁରୁଣା): ଜୁଲାଇ ୭, ସକାଳ ୧୦:୩୦ରୁ ମଧ୍ୟାନ୍ନ ୧:୩୦ (ବିଷୟ କୋଡ୍ ୨୬୫)

୧୦. ଇନଫର୍ମେସନ୍‌ ପ୍ରାକ୍ଟିସ୍‌ (ନୂତନ): ଜୁଲାଇ ୭, ସକାଳ ୧୦:୩୦ରୁ ମଧ୍ୟାନ୍ନ ୧:୩୦ (ବିଷୟ କୋଡ୍ ୦୬୫)

୧୧. ଇନଫର୍ମେସନ୍‌ ଟେକନୋଲୋଜୀ: ଜୁଲାଇ ୭, ସକାଳ ୧୦:୩୦ରୁ ମଧ୍ୟାନ୍ନ ୧:୩୦ (ବିଷୟ କୋଡ୍ ୮୦୨)

୧୨. ବାୟୋଟେକ୍ନୋଲୋଜି: ଜୁଲାଇ ୧୦, ସକାଳ ୧୦:୩୦ରୁ ମଧ୍ୟାନ୍ନ ୧:୩୦ (ବିଷୟ କୋଡ୍ ୦୪୫)



ଏହି ସଂଶୋଧିତ ତାରିଖ ସୂଚୀକୁ ସବୁ ଛାତ୍ରଛାତ୍ରୀ CBSEର ଅଫିସିଆଲ୍ ୱେବସାଇଟକୁ ଯାଇ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି । ଛାତ୍ରଛାତ୍ରୀମାନେ ଏଠାରେ ଥିବା CBSEର ସିଧାସଳଖ ଲିଙ୍କ୍ ବ୍ୟବହାର କରି ୱେବସାଇଟ୍ ପରିଦର୍ଶନ କରିପାରିବେ ।

ଏହା ବି ପଢ଼ନ୍ତୁ: ବୁଲା କୁକୁର ସହ ଯୌନ ସମ୍ପର୍କ! ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡ଼କୁ ପୋଲିସ ଅଟକ ରଖିଲା

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୪୮ କରୋନା ପଜିଟିଭ ଚିହ୍ନଟ; ମୋଟ ସଂଖ୍ୟା ୮୭୬ ହେଲା; ଗଞ୍ଜାମରେ ୩୦୭

ଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛି

ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି
First published: May 18, 2020, 8:42 PM IST
corona virus btn
corona virus btn
Loading