ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»CBSE Board Exam 2021 Update: ବାତିଲ ହେବ କି CBSE ଦଶମ ଓ ଦ୍ୱାଦଶ ପରୀକ୍ଷା? ଦାବି ବଢୁଛି

CBSE Board Exam 2021 Update: ବାତିଲ ହେବ କି CBSE ଦଶମ ଓ ଦ୍ୱାଦଶ ପରୀକ୍ଷା? ଦାବି ବଢୁଛି

ସି.ବି.ଏସ୍.ଇ. ଦଶମ ଓ ଦ୍ୱାଦଶ ଶ୍ରେଣୀ (CBSE board exams) ପାଇଁ ହେବାକୁ ଥିବା ବୋର୍ଡ଼ ପରୀକ୍ଷା ପୂର୍ବ-ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମେ ୪ରୁ ଆରମ୍ଭ ହେବାର ଯୋଜନା ରହିଛି, କିନ୍ତୁ ଦେଶର ବଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଏହି ପରୀକ୍ଷାକୁ ବାତିଲ କରିବା ପାଇଁ ଦାବି ବଢ଼ୁଛି ।

CBSE Board Exam 2021 Update: ବାତିଲ ହେବ କି CBSE ଦଶମ ଓ ଦ୍ୱାଦଶ ପରୀକ୍ଷା? ଦାବି ବଢୁଛି
ସି.ବି.ଏସ୍.ଇ. ପରୀକ୍ଷା ଘୁଞ୍ଚିବା ଉପରେ ଏବେ ବିଚାର ଚାଲିଛି ।
  • News18 Odia
  • Last Updated: April 13, 2021, 5:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ଭାଇରସ୍‌ (Coronavirus) ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ସି.ବି.ଏସ୍.ଇ. ବୋର୍ଡ଼ ପରୀକ୍ଷା ବାତିଲ୍ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଦ୍ରୁତ ଗତିରେ ବଢ଼ୁଛି । ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସରକାର ଓ ସି.ବି.ଏସ୍.ଇ. ବୋର୍ଡ ଏହି ବାର୍ଷିକ ପରୀକ୍ଷାର ତାରିଖ ଆଗକୁ ବଢ଼ାଇବା ଉପରେ ଚିନ୍ତା କରୁଛନ୍ତି ।

ସି.ବି.ଏସ୍.ଇ. ଦଶମ ଓ ଦ୍ୱାଦଶ ଶ୍ରେଣୀ (CBSE board exams) ପାଇଁ ହେବାକୁ ଥିବା ବୋର୍ଡ଼ ପରୀକ୍ଷା ପୂର୍ବ-ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମେ ୪ରୁ ଆରମ୍ଭ ହେବାର ଯୋଜନା ରହିଛି, କିନ୍ତୁ ଦେଶର ବଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଏହି ପରୀକ୍ଷାକୁ ବାତିଲ କରିବା ପାଇଁ ଦାବି ବଢ଼ୁଛି ।

ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ

ପଞ୍ଜାବ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ସରକାରମାନେ ବଢ଼ୁଥିବା କରୋନା ସଂକ୍ରମଣର ମାମଲାକୁ ଦୃଷ୍ଟିରେ ରଖି ନିଜ ନିଜ ରାଜ୍ୟରେ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଏହି ରାଜ୍ୟଗୁଡ଼ିକରେ ବୋର୍ଡ ପରୀକ୍ଷାର ତାରିଖ ପରେ ଘୋଷଣା କରାଯିବ ।ଏଥି ସହିତ ଏହି ରାଜ୍ୟଗୁଡ଼ିକରେ ସ୍କୁଲ୍‌ ଓ କଲେଜ ପୁଣି ବନ୍ଦ ହୋଇଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ

କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ (Priyanka Gandhi) ପରେ ଏବେ ରାହୁଲ ଗାନ୍ଧୀ (Rahul Gandhi) ମଧ୍ୟ ସି.ବି.ଏସ୍.ଇ. ବୋର୍ଡ ପରୀକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ମହାରାଷ୍ଟ୍ରର ଏମ୍‌.ଏନ୍‌.ଏସ୍‌. ଦଳର ମୁଖ୍ୟ ରାଜ୍‌ ଠାକରେ, ତାମିଲ ନାଡୁର ପି.ଏମ୍‌.କେ. ପ୍ରତିଷ୍ଠାତା ଏସ୍‌. ରାମଦୋସ୍‌, ବଲିଉଡ ଅଭିନେତା ସୋନୁ ସୁଦ୍‌ ଓ ଅଭିନେତ୍ରୀ ରବୀନା ଟଣ୍ଡନ୍‌ ମଧ୍ୟ ସି.ବି.ଏସ୍‌.ଇ. ପରୀକ୍ଷା ବାତିଲ କରିବାକୁ ଓ ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦେବାକୁ ଦାବି କରିଛନ୍ତି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ର

ରବୀନା ଟଣ୍ଡନ (Raveena Tandon) କହିଛନ୍ତି ଯେ ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ମାମଲା ପୁଣି ଥରେ ଦ୍ରୁତ ଗତିରେ ବଢ଼ୁଥିବାରୁ ବୋର୍ଡ ପରୀକ୍ଷା ନ କରାଇବା ଉଚିତ । ସେ ଟ୍ୱିଟର୍‌ ମାଧ୍ୟମରେ କହିଛନ୍ତି ଯେ ବର୍ତ୍ତମାନର ସମୟ ଚାପଗ୍ରସ୍ତ ହୋଇଥିବାରୁ ଏହି ସମୟରେ ପିଲାମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରିବା ବିପଦଜନକ ହୋଇପାରେ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ  ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା

ସବୁ ରାଜ୍ୟ ବୋର୍ଡ ପରୀକ୍ଷା ଓ ପ୍ରତିଯୋଗିତାମୂଳକ ପରୀକ୍ଷା କରିବା ଉପରେ ଏବେ ପୁନଃବିଚାର କରୁଥିବା ଜଣାପଡ଼ିଛି ।

ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପରିଚାଳନା କରିବା ସରକାରଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହେବ । ଏହି ଉଭୟ ପରୀକ୍ଷା ଓଡ଼ିଶାରେ ଅବଶ୍ୟ ମେ ମାସରେ ହେବାର ଅଛି । ହେଲେ କରୋନାର ବଢୁଥିବା ପ୍ରକୋପକୁ ଦେଖି ପରୀକ୍ଷା ଧାର୍ଯ୍ୟ ତାରିଖରେ କରାଇହେବ କି ନାହିଁ ତାହା ଉପରେ ପ୍ରଶ୍ନ ଉଠିଛି ।



ଓଡ଼ିଶାରେ ମାଟ୍ରିକରେ ପ୍ରାୟ ୬ ଲକ୍ଷ ପିଲା ମେ ୩ରୁ ପରୀକ୍ଷା ଦେବାକୁ ଥିବା ବେଳେ ମେ ୧୮ରୁ ଯୁକ୍ତ୨ରେ ପରୀକ୍ଷା ଦେବେ ୩ ଲକ୍ଷ ୪୮ ହଜାର ଛାତ୍ରଛାତ୍ରୀ ।
Published by: Anand ST Das
First published: April 13, 2021, 5:57 PM IST