News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍ ଦ୍ୱିତୀୟ ଲହର (Coronavirus Second Wave) ଯୋଗୁଁ ଚିନ୍ତାଜନକ ସ୍ଥିତି ଜାରି ରହିଥିବାରୁ ସି.ବି.ଏସ୍.ଇ. ଦ୍ୱାଦଶ ଶ୍ରେଣୀ ପରୀକ୍ଷା (CBSE class 12 board exam) ବାତିଲ କରାଯାଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
କରୋନା ଭାଇରସ୍ ମହାମାରୀର ବିସ୍ଫୋରଣ ମଧ୍ୟରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ସି.ବି.ଏସ୍.ଇ. ପରୀକ୍ଷା ଆୟୋଜନ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର (Prakash Javdekar) ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ (Rajnath Singh) ସମେତ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ୍ ଶିକ୍ଷା ଓ ଉଚ୍ଚ ଶିକ୍ଷା ସଚିବ ଓ ସି.ବି.ଏସ୍.ଇ.ର ଅଧ୍ୟକ୍ଷ ଯୋଗ ଦେଇଥିଲେ ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…
ଏହି ବୈଠକରେ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ବିକଳ୍ପ ସମ୍ପର୍କରେ ପ୍ରଧାନ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ବୈଠକରେ ସମସ୍ତେ ରାଜି ହୋଇଥିଲେ ଯେ କରୋନା ଅବଧିରେ ସି.ବି.ଏସ୍.ଇ.ର ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବା ଠିକ୍ ହେବ ନାହିଁ । ତେଣୁ ଏହି ପରୀକ୍ଷାଗୁଡ଼ିକୁ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପରେ ଯେତେବେଳେ ବି ପରୀକ୍ଷା କରାଯିବ ପିଲାମାନଙ୍କର ପିତାମାତାଙ୍କୁ ତା’ ବିଷୟରେ ଉଚିତ ସମୟ ପୂର୍ବରୁ ଅବଗତ କରାଯିବ ବୋଲି କୁହାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପୂର୍ବରୁ ୨ ଥର ବାହା ହୋଇଥିବା ବ୍ରିଟେନ୍ର PM ବୋରିସ୍ ଜନସନ୍ ପ୍ରେମିକା କ୍ୟାରୀଙ୍କୁ ବିବାହ କଲେ
ଦେଶରେ କରୋନା ଭାଇରସ ସଂକ୍ରମଣ ଏବେ ବି ବଢ଼ିଚାଲିଥିବାରୁ ବୋର୍ଡ଼ ପରୀକ୍ଷା ବାତିଲ କରିବାକୁ କ୍ରମାଗତ ଭାବେ ଦେଶର ବିଭିନ୍ନ ମହଲରୁ ଓ ରାଜ୍ୟରୁ ଦାବି ଉଠିଆସୁଥିଲା । ଏ ବାବଦରେ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ମଧ୍ୟ ପ୍ରଧାନ ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ଏଥି ସହିତ ପିଲାମାନଙ୍କର ପିତାମାତାଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବି ଗତ ବର୍ଷ ପରି ପୂର୍ବ ପରୀକ୍ଷାଗୁଡ଼ିକରେ ପିଲାମାନଙ୍କ ପ୍ରଦର୍ଶନ ଆଧାରରେ ମାର୍କ ଦିଆଯିବା ଉଚିତ ବୋଲି ଦାବି କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ଭଲ ଖବର: SBI ନିଜ ଶାଖାରୁ ଟଙ୍କା ଉଠାଇବା ନିୟମରେ କଲା ପରିବର୍ତ୍ତନ; ସେପ୍ଟେମ୍ବର ଯାଏଁ ଲାଗୁ ରହିବ
ପରୀକ୍ଷା ବାତିଲ ହେବା ନିଷ୍ପତ୍ତିକୁ ସ୍ୱାଗତ କରି ସି.ଏମ୍. କେଜ୍ରିୱାଲ କହିଛନ୍ତି, ‘‘ମୁଁ ଖୁସି ଯେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହୋଇଛି । ଆମେ ସମସ୍ତେ ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ବହୁତ ଚିନ୍ତିତ ଥିଲୁ ।ଏହା ଏକ ବଡ଼ ଆରାମ ।’’
ଏହା ବି ପଢ଼ନ୍ତୁ | କରୋନାରେ ପିତାମାତାଙ୍କୁ ହରେଇଥିବା ପିଲାଙ୍କ ପାଇଁ କେନ୍ଦ୍ର ସରକାର ବଢ଼ାଇଲେ ସାହାଯ୍ୟର ବଡ଼ ହାତ
ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖି ଏହି ପରୀକ୍ଷା ଉପରେ ସ୍ୱତଃ ସଜ୍ଞାନ ନେଇ ଏହାକୁ ବାତିଲ୍ କରିବାକୁ ବି ଅନୁରୋଧ କରିଥିଲେ । ଏହି ମହାମାରୀ ମଧ୍ୟରେ ପରୀକ୍ଷା କରିବା କେବଳ ଛାତ୍ରମାନଙ୍କ ପାଇଁ ନୁହେଁ ବରଂ ସେମାନଙ୍କ ପରିବାର ସଦସ୍ୟ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ବିପଦପୂର୍ଣ୍ଣ ବୋଲି ଛାତ୍ରଛାତ୍ରୀମାନେ ସେହି ଚିଠିରେ କହିଥିଲେ ।
ଏହା ବି ପଢ଼ନ୍ତୁ | କରୋନା ଭାଇରସ୍କୁ ଚୀନ୍ ୱୁହାନ୍ ଲ୍ୟାବରେ ବନେଇଥିଲା! ବ୍ରିଟେନ୍ ଓ ନରୱେର ବୈଜ୍ଞାନିକମାନେ ଜାଣିଲେ
ଓଡ଼ିଶାରେ ଯୁକ୍ତ୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି, ହେଲେ ଅନେକ ଦାବି ସତ୍ତ୍ୱେ ବାତିଲ୍ କରାଯାଇ ନାହିଁ । ମ୍ୟାଟ୍ରିକ୍ ପରୀକ୍ଷାକୁ ବାତିଲ୍ କରାଯିବା ପରେ ରାଜ୍ୟରେ ଯୁକ୍ତ୨ ପରୀକ୍ଷାକୁ (Odisha Plus2 exams) ବି ବାତିଲ୍ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ କେତେକ ବର୍ଗ ଦାବି କରିଆସୁଥିଲେ ବି ସରକାର ଏ ପର୍ଯ୍ୟନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି ।
ଗତ ସପ୍ତାହରେ ସି.ବି.ଏସ୍.ଇ. ବୋର୍ଡ଼ ପରୀକ୍ଷା କରାଯିବ ବୋଲି ସାରା ଦେଶରେ ସହମତି ହେବା ପରେ ଓଡି଼ଶାରେ ଯୁକ୍ତ୨ ପରୀକ୍ଷା କରାଯିବ ବୋଲି ବି ସଙ୍କେତ ମିଳିଥିଲା । ହେଲେ ଏବେ ଓଡି଼ଶାରେ ଯୁକ୍ତ୨ ପରୀକ୍ଷା ବି ବାତିଲ୍ ହେବ ବୋଲି ନିଷ୍ପତ୍ତି ହୋଇପାରେ । ଏହା ଉପରେ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି ।