ଭୁବନେଶ୍ୱରରେ ଟିକାକରଣ: କ୍ୟାପିଟାଲ୍ ହସପିଟାଲର ଅବ୍ୟବସ୍ଥା ବିରୁଦ୍ଧରେ ଆସିଲା ଅନେକ ଅଭିଯୋଗ
ସକାଳୁ ସକାଳୁ ଆସି ଲମ୍ବା ଲାଇନରେ ଖରାରେ ଠିଆ ହୋଇ ହୋଇ ବରିଷ୍ଠ ନାଗରିକ ଓ କୋମର୍ବିଡିଟି ଥିବା ଲୋକେ ନୟାନ୍ତ ହେଉଛନ୍ତି । ସେମାନେ ପଞ୍ଜିକରଣ କରି ଟୋକନ ନେଲା ବେଳକୁ ସମୟ ସରିଯାଉଥିବାରୁ ତାଙ୍କୁ ବାରମ୍ବାର ଫେରିବାକୁ ପଡ଼ୁଛି ।

ଟିକା ପ୍ରତୀକ୍ଷାରେ ଥିବା ଜଣେ ବରିଷ୍ଠ ନାଗରିକ; (ଡାହାଣ) ଟିକାକରଣ ସ୍ଥଳ
- News18 Odia
- Last Updated: March 18, 2021, 10:11 PM IST
ଭୁବନେଶ୍ୱର: ରେଫରେନ୍ସ ନାହିଁ ତ ସୁଯୋଗ ନାହିଁ । ଚିହ୍ନା ନାହିଁ ତ ସୁବିଧା ନାହିଁ । ଏ ସବୁ ନ ଥିଲେ କ୍ୟାପିଟାଲ୍ ହସପିଟାଲରେ ଗଳା ବାଟ ଦେଇ ଫାଇଦା ପାଇବା ମୁସ୍କିଲ । ଏକାଧିକ ରୋଗରେ ଆକ୍ରାନ୍ତ ଥିବା କିଛି ବ୍ୟକ୍ତି କରୋନା ଟିକା ନେବା ପାଇଁ ଏହି ହସପିଟାଲକୁ ଆସି ଏଭଳି ଅଭିଯୋଗ ଆଣିଛନ୍ତି ।
କ୍ୟାପିଟାଲ ହସ୍ପିଟାଲରେ ବ୍ୟାପ୍ତ ଅବ୍ୟବସ୍ଥା କାରଣରୁ ଭୀଷଣ ବିରକ୍ତ ଦିଶୁଥିଲେ ଟିକା ନେବା ପାଇଁ ଆସିଥିବା ଦୁରାରୋଗ ବ୍ୟାଧିରେ ପୀଡିତ ଅଭିଷେକ ଦାସ ଓ ତାଙ୍କ ପରି ଅନେକ ବରିଷ୍ଠ ନାଗରିକ । ଟିକାକରଣ କେନ୍ଦ୍ର ପାଖରେ ଲାଗିଛି ଲମ୍ବା ଲାଇନ। ‘ନୋ ଏଣ୍ଟ୍ରି’ ଲେଖାଯାଇଥିବା ରୁମ୍ ହେଉଛି ଡାକ୍ତରଙ୍କର । ଯେଉଁ ଲୋକଙ୍କୁ ବୟସ ୪୫ ବର୍ଷରୁ ୬୦ ବର୍ଷ ଭିତରେ ଓ ଯେଉଁମାନଙ୍କର କୋମର୍ବିଡିଟି ଅଛି ସେମାନେ ଏହି ରୁମକୁ ଯାଇ ଡାକ୍ତରଙ୍କ ରିପୋର୍ଟ ଆଣିବା ପରେ ଟିକା ନେବେ ବୋଲି ନିୟମ ହୋଇଛି । ହେଲେ ବରିଷ୍ଠ ନାଗରିକମାନଙ୍କ ପାଇଁ କୌଣସି ସମ୍ବେଦନଶୀଳତା ହସପିଟାଲରେ ଦେଖାଯାଉନାହିଁ ବୋଲି କହିଛନ୍ତି ଅନେକ ଲୋକ ।
ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍

କ୍ୟାପିଟାଲ ହସ୍ପିଟାଲରେ ଏବେ ଦୈନିକ ପାଖାପାଖି ୩୦୦ ବରିଷ୍ଠ ନାଗରିକ ଟିକା ନେଉଛନ୍ତି ।
‘‘ଏହାରି ଭିତରେ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ ସମ୍ପର୍କୀୟମାନେ ଓ ସେମାନଙ୍କୁ ପୂର୍ବକୁ ଜାଣିଥିବା ଲେକେ ପଛ ପଟେ ଆସି ଟିକା ନେଇ ପାର୍ । ଆମେ ଟୋକନ ନେଇ ଗଲା ବେଳକୁ ସ୍ଲଟ୍ ଶେଷ । ହସପିଟାଲ ପକ୍ଷରୁ କୁହାଯାଉଛି କାଲି ଆସ । ଆମେ ଥକିଗଲୁଣି,’’ କହିଛନ୍ତି ବରିଷ୍ଠ ନାଗରିକ ମମତା ମିଶ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ ପୁଅ ସହ ସେଲ୍ଫି ଶେୟାର୍ କଲେ; ଗାୟତ୍ରୀ ମନ୍ତ୍ର ଶିଖାଉଛନ୍ତି
କୋମର୍ବିଡିଟି ଥିବା ଲୋକେ କହିଛନ୍ତି ଯେ ସେମାନଙ୍କୁ ହଇରାଣ କରିବା ପାଇଁ ଏଭଳି କରାଯାଉଛି । କ୍ୟାପିଟାଲ ହସପିଟାଲର ଡାକ୍ତରମାନେ ଓ କର୍ମଚାରୀମାନେ ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବାପା ଓ ମା’ ଦୁର୍ଘଟଣାରେ ଆହତ ହେଲେ; କୁନି ଝିଅଟିକୁ ହୋମ୍ ଗାର୍ଡ଼ କୋଳରେ ଧରି ବୁଲାଇଲା
କ୍ୟାପିଟାଲ ହସ୍ପିଟାଲର ଟିକାକରଣ କେନ୍ଦ୍ରରେ ପ୍ରଥମେ ୧୦୦ ବରିଷ୍ଠ ନାଗରିକ ଟିକା ନେଉଥିଲେ । ଏବେ ସେ ସଂଖ୍ୟା ଆସି ପହଞ୍ଚିଛି ୩୦୦ରେ । ସେଥିରୁ ପାଖାପାଖି ୩୦ ଜଣ ମାତ୍ର କୋମର୍ବିଡିଟି ଥିବା ଲୋକ ରହୁଛନ୍ତି । ଦୈନିକ ଟିକା ନେବା ପାଇଁ ବ୍ୟବସ୍ଥା ଅଛି, କିନ୍ତୁ ଡାକ୍ତରମାନେ ବିଳମ୍ବରେ ଆସିବା ଓ ସ୍ଲଟ୍ ସରିଯାଉଥିବା ଯୋଗୁଁ ଅନେକ ଲୋକ ଟିକା ନେଇ ନ ପାରି ନିରାଶ ହୋଇ ଫେରୁଛନ୍ତି । ହେଲେ ଡାକ୍ତର ଓ କର୍ମଚାରୀମାନେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲା
‘‘ଡାକ୍ତରମାନେ ନିୟମିତ ଆସୁଛନ୍ତି ଓ ସେବା ଯୋଗାଉଛନ୍ତି । ଯେତିକି ଟିକା ଆସୁଛି ସବୁ ଦିଆଯାଉଛି । ଏପରି ସ୍ଥିତିରେ ଏମିତି ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ ଲାଗୁଛି । ସରକାରଙ୍କ ପକ୍ଷରୁ ଜାରି ଗାଇଡ଼ଲାଇନକୁ ଠିକଣା ଢଙ୍ଗରେ ପାଳନ କରୁନାହାନ୍ତି ଲୋକେ । ସେଇଥି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି,’’ କହିଛନ୍ତି କ୍ୟାପିଟାଲ୍ ହସପିଟାଲର ଅଧୀକ୍ଷକ ଡଃ ଧନଞ୍ଜୟ ଦାସ ।