ଲକଡାଉନ୍‌ ବଢେଇଦେଲା କ୍ୟାପିଟାଲ୍ ହସପିଟାଲରେ ଜଣେ କ୍ୟାନସର୍ ରୋଗୀଙ୍କ କଷ୍ଟ

ଆଜିକୁ ଦେଢ଼ ବର୍ଷ ତଳେ ଷ୍ଟୋମାକ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇ କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ଚିକିତ୍ସିତ ହୋଇ ୧୪ଟି କେମୋ ନେଇସାରିଲେଣି ଅନିରୁଦ୍ଧ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି ।

ଲକଡାଉନ୍‌ ବଢେଇଦେଲା କ୍ୟାପିଟାଲ୍ ହସପିଟାଲରେ ଜଣେ କ୍ୟାନସର୍ ରୋଗୀଙ୍କ କଷ୍ଟ
ପତ୍ନୀ ଟୁନି ଓ ପାଞ୍ଚ ଝିଅଙ୍କ ସହ କ୍ୟାନସର୍ ରୋଗୀ ଅନିରୁଦ୍ଧ ପାଇକରାୟ
  • News18 Odia
  • Last Updated: April 12, 2020, 8:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ପ୍ରକୋପ ଯୋଗୁଁ ଲାଗିଥିବା ଲକଡାଉନ୍‌ କାରଣରୁ ରାଜଧାନୀରେ ଜଣେ କ୍ୟାନସର୍‌ ରୋଗୀ ଓ ତାଙ୍କ ପରିବାରର ଅବସ୍ଥା ଦୟନୀୟ ହୋଇଛି । ଅର୍ଥ ଅଭାବରୁ କ୍ୟାପିଟାଲ ହସ୍ପିଟାଲରେ ପାଞ୍ଚ ଦିନ ବିତାଇବାକୁ ପଡ଼ିଛି ସେମାନଙ୍କୁ ।

ଏହି ରୋଗୀ ଅନିରୁଦ୍ଧ ପାଇକରାୟକଙ୍କ ସହିତ ତାଙ୍କ ସହ ପତ୍ନୀ ଟୁନି ଓ ଏକ କୁନି ଝିଅ ହଇରାଣ ହେଉଛନ୍ତି । ରାଜଧାନୀର ମୁଖ୍ୟ ଚିକିତ୍ସାଳୟରୁ ତାଙ୍କ ଘର ମାତ୍ର ୭୦ କିଲୋମିଟର । ଭଡ଼ା ବାବଦରେ ଅଟୋ ୫,୦୦୦ ଟଙ୍କା ଓ କାର୍‌ ୭,୦୦୦ ଟଙ୍କା ଭଡ଼ା ମାଗିବାରୁ ଏତେ ଟଙ୍କା ଦେଇ ଘରକୁ ଯିବାକୁ ସକ୍ଷମ ନ ଥିଲେ ଅନିରୁଦ୍ଧ ।

ଏହି ପାଞ୍ଚ ଦିନ ଭିତରେ ମେଡିକାଲରେ ବହୁ ଲୋକଙ୍କୁ ସାହାଯ୍ୟ ମାଗିଛନ୍ତି ସେ । ଅଟୋ ଓ କାର୍‌ ଡ୍ରାଇଭରଙ୍କ ଗୋଡ଼ ହାତ ବି ଧରି ନେହୁରା ହୋଇଛନ୍ତି, କିନ୍ତୁ କେହି ବି ଶୁଣି ନ ଥିଲେ । ଶେଷରେ ଜଣେ ବଦାନ୍ୟ ଯୁବକ କିଷାନ ନରେନ୍ଦ୍ରରାୟଙ୍କ ସହଯୋଗରେ ନିଜ ଗ୍ରାମକୁ ଫେରିଛନ୍ତି ଅନିରୁଦ୍ଧ ଓ ତାଙ୍କ ପରିବାର।

ଅନିରୁଦ୍ଧ ପାଇକରାୟଙ୍କ ନିଜ ଘର ପୁରୀ ଜିଲ୍ଲା କଣାସ ବ୍ଲକ ଅଧିନ ଗଡବଳଭଦ୍ର ପୁର ଗ୍ରାମରେ। ୪୨ ବର୍ଷୀୟ ଅନିରୁଦ୍ଧ ୨୦୧୦ରେ ପାଖ ଗାଁ କେଶରପୁରର ଟୁନି ପାଇକରାୟଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ପାଞ୍ଚଟି କନ୍ୟା ସନ୍ତାନ। ବଡ଼ ଝିଅ ଗୀତାଞ୍ଜଳି ପଞ୍ଚମ ଶ୍ରେଣୀ, ବଡ ମଝିଆଁ ଶ୍ରଦ୍ଧାଞ୍ଜଳି ତୃତୀୟ, ତିନି ନମ୍ବର କନ୍ୟା କରିଶ୍ମା ପ୍ରଥମ ଓ ଶେଷ ଦୁଇ ଜଣ ଅଙ୍ଗନବାଡିରେ ପଢୁଛନ୍ତି।

ଆଜିକୁ ଦେଢ଼ ବର୍ଷ ତଳେ ଷ୍ଟୋମାକ୍‌ କ୍ୟାନ୍ସରରେ ଆକ୍ରାନ୍ତ ହୋଇ କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ଚିକିତ୍ସିତ ହୋଇ ୧୪ଟି କେମୋ ନେଇସାରିଲେଣି ଅନିରୁଦ୍ଧ । ଖର୍ଚ୍ଚ ହେଲାଣି ଦେଢ଼ ଲକ୍ଷ ଟଙ୍କା । ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ଅନିରୁଦ୍ଧ ଦିନ ମଜୁରୀଆ ହୋଇଥିବାରୁ କେମିତି ପାଞ୍ଚ ପାଞ୍ଚଟି କନ୍ୟା ସନ୍ତାନକୁ ମଣିଷ କରିବେ ସେ ନେଇ ଚିନ୍ତାରେ ତାଙ୍କ ପୂରା ପରିବାର ।

‘‘ଘରର ଏକ ମାତ୍ର ରୋଜଗାରିଆ ହେଉଛନ୍ତି ମୋ’ ସ୍ୱାମୀ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଦେଢ଼ ବର୍ଷ ହେବ ରୋଜଗାର ବୋଲି କୁଛି ନାହିଁ। ହେଲେ ଯଦି ମୋ’ ସ୍ୱାମୀଙ୍କର କିଛି ହୋଇଯାଏ, ତେବେ ମୁଁ ଓ ମୋ’ ପାଞ୍ଚ ସନ୍ତାନ ବିଷ ପିଇ ଆତ୍ମହତ୍ୟା କରିବୁ,’’ କହିଛନ୍ତି ଅନିରୁଦ୍ଧଙ୍କ ପତ୍ନୀ ଟୁନି ।

ଯୁବ ସମାଜସେବୀ କିଷାନ ନରେନ୍ଦ୍ର ରାୟ କହିଛନ୍ତି ଯେ ଲକଡାଉନ ଯୋଗୁଁ ଜୀବନ ଯାତ୍ରା ଠପ ହୋଇଯାଇଥିବା ବେଳେ ରୋଗୀମାନେ କିଭଳି ଉଚିତ ମୂଲ୍ୟରେ ଘରକୁ ଫେରି ପାରିବେ ସେ ନେଇ ସରକାର ବ୍ୟବସ୍ଥା କରିବା ଉଚିତ ।
First published: April 12, 2020, 8:55 PM IST
corona virus btn
corona virus btn
Loading