News18 Odia Digital
ଭୁବନେଶ୍ୱର: ଆସନ୍ତା ୩ ତାରିଖ ସୋମବାରଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟା ପରେ ବନ୍ଦ ରହିବ ରାଜ୍ୟର ସବୁ ଛୋଟ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ। କୋଭିଡ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଏହି ପଦକ୍ଷେପ ଘୋଷଣା କରିଛି ରାଜ୍ୟ ବ୍ୟବସାୟୀ ମହାସଙ୍ଘ । ଆବଶ୍ୟକ ହେଲେ ୧୫ ତାରିଖ ପରେ ମଧ୍ୟ ଏହି ନିଷ୍ପତ୍ତି ଜାରି ରହିପାରେ ବୋଲି କୁହାଯାଇଛି ।
ରାଜ୍ୟର ବିଭିନ୍ନ ବ୍ୟାବସାୟୀକ ସଙ୍ଘ ପକ୍ଷରୁ ଏମିତି ପ୍ରସ୍ତାବ ଆସିବା ପରେ ମହାସଙ୍ଘ ଏହି ନିଷ୍ପତ୍ତି ନେଇଛି । ସବୁ ବ୍ୟାବସାୟୀକ ସଙ୍ଘ ଅନୁରୋଧ କରିଥିଲେ ଯେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଦିନକୁ ଦିନ ଭୀଷଣ ହେଉଥିବାରୁ ଏହା ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଉ ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ‘‘ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ବଢି଼ଚାଲିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ରାଜ୍ୟର କେତେକ ସ୍ଥାନରେ ବ୍ୟବସାୟୀଙ୍କ ମୃତ୍ୟୁ ବି ଘଟିଲାଣି । ତେଣୁ ବ୍ୟବସାୟୀମାନେ ଦିନ ୨ଟାରୁ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ । ସମସ୍ତଙ୍କ ଆବେଦନକୁ ବିଚାରକୁ ନେଇ ମେ ୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟା ପରେ ବ୍ୟବସାୟ ବନ୍ଦ ରଖିବାକୁ ଆମେ ନିଷ୍ପତ୍ତି ନେଇଛୁ,’’ କହିଛନ୍ତି ବ୍ୟବସାୟୀ ମହାସଙ୍ଘର ମହାସଚିବ ସୁଧାକର ପଣ୍ଡା ।
ଏହା ବି ପଢ଼ନ୍ତୁ | ‘ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ନ ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅବିନା କାରଣରେ ଲୋକେ ହାଟ ବଜାରରେ ବୁଲୁଥିବା ଓ ସରକାର ରଖିଥିବା କୋଭିଡ ଗାଇଡ଼ଲାଇନକୁ ଖାତିର କରୁ ନ ଥିବା କାରଣରୁ ଦୋକାନ ବଜାର ଖୋଲା ରହିବା ସମୟ କମ୍ ହେଲେ କରୋନା ମୁକାବିଲାକୁ କିଛି ସାହାଯ୍ୟ ମିଳିବ ବୋଲି କହିଛନ୍ତି ପଣ୍ଡା । ଏହି ପ୍ରସଙ୍ଗରେ ପୁର୍ବରୁ ବ୍ୟବସାୟୀ ମହାସଙ୍ଘ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲା । ଏବେ ଅନେକ ସ୍ଥାନର ବ୍ୟବସାୟୀ ସଙ୍ଗଠନମାନେ ନିଜ ଆଡୁ ଦିନ ୨ଟା ପରେ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ମୋତେ ଠିକ୍ ଚିକିତ୍ସା ମିଳୁନି… ମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ‘‘ଆମେ ରାଜ୍ୟ ସରକାରଙ୍କୁ ମଧ୍ୟ ଏ ନେଇ ପ୍ରସ୍ତାବ ଦେଇଛୁ । ସରକାର ମଧ୍ୟ ମୌଖିକ ଭାବେ ଏହି ପ୍ରସ୍ତାବରେ ସହମତି ରଖିଛନ୍ତି । କେବଳ ଆନୁଷ୍ଠାନିକ ଘୋଷଣା ବାକି ଅଛି । ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିବା ସମୟ ସକାଳ ସାଢେ଼ ୫ରୁ ଦିନ ୨ଟା ପର୍ଯ୍ୟନ୍ତ ସୀମିତ ରହିବ । ଲୋକଙ୍କୁ ଅନୁରୋଧ ଯେ ଅଯଥା ଜିନିଷ କିଣିବା ପାଇଁ ବଜାରରେ ଭିଡ଼ ନ ଲଗାନ୍ତୁ । କାରଣ ସବୁ ସାମଗ୍ରୀ ମହଜୁଦ ଅଛି । ଦୋକାନ ୨ଟାରେ ବନ୍ଦ ରହୁଥିଲେ ବି ଜିନିଷର ଟ୍ରାନ୍ସପୋର୍ଟ ଓ ଲୋଡିଙ୍ଗ ଆଦି କାମ ଜାରି ରହିବ,’’ କହିଛନ୍ତି ପଣ୍ଡା ।
ରାଜ୍ୟ ବ୍ୟବସାୟୀ ସଙ୍ଘର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ରାଜ୍ୟ ଇନଫରମେସନ୍ ଟେକ୍ନୋଲୋଜି ଆସୋସିଏସନ୍ । ‘‘ଏ ନେଇ ଆମେ ରାଜ୍ୟ ବ୍ୟବସାୟୀ ମହାସଙ୍ଘ ପାଖରେ ପ୍ରସ୍ତାବ ରଖିଥିଲୁ । ଖୁସିର କଥା ଯେ ଆମ ପ୍ରସ୍ତାବକୁ ସେମାନେ ଗୁରୁତ୍ୱ ଦେଇଛନ୍ତି । ଜୀବନ ଥିଲେ ସିନା ଆମେ ବ୍ୟବସାୟ କରିବୁ?’’ କହିଛନ୍ତି ରାଜ୍ୟ ଇନଫରମେସନ୍ ଟେକ୍ନୋଲୋଜି ଆସୋସିଏସନର କର୍ମକର୍ତ୍ତା ଦେବାଶିଷ ତ୍ରିପାଠୀ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।