ରାଜ୍ୟରେ ଜଲ୍‌ଦି ଚାଲିବ ବସ୍; ଏଣିକି ପ୍ରବାସୀଙ୍କ ପାଇଁ ୨୮ ଦିନ ବଦଳରେ ୧୪ ଦିନ କ୍ବାରେଣ୍ଟାଇନ

ଅଟୋ ରିକ୍ସା, କ୍ୟାବ୍ ଓ ଘରୋଇ ଚାରିଚକିଆ ଯାନରେ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଯାତ୍ରା କରିପାରିବେ । ବିମାନ ବନ୍ଦର, ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରୁ ୨୪ ଘଣ୍ଟିଆ ଗାଡ଼ି ଯାତାୟାତ କରିପାରିବ ।

ରାଜ୍ୟରେ ଜଲ୍‌ଦି ଚାଲିବ ବସ୍; ଏଣିକି ପ୍ରବାସୀଙ୍କ ପାଇଁ ୨୮ ଦିନ ବଦଳରେ ୧୪ ଦିନ କ୍ବାରେଣ୍ଟାଇନ
(ପ୍ରତୀକାତ୍ମକ ଚିତ୍ର)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବସ୍‌ ଚଳାଚଳକୁ ସରକାର ଅନୁମତି ଦେଇଛନ୍ତି । ସୋମବାର ଠାରୁ ସ୍ୱାଭାବିକ ହୋଇପାରେ ବସ୍‌ ଚଳାଚଳ । କ୍ୟାପାସିଟି ଅନୁସାରେ ଯାତ୍ରୀ ନେଇ ଚାଲି ପାରିବ ବସ୍‌ । ସିଟ୍‌ ସଂଖ୍ୟା ଠାରୁ ଅଧିକ ଯାତ୍ରୀ ଉଠାଇପାରିବ ନାହିଁ କୌଣସି ବସ୍‌ । ଘରୋଇ ବସ୍‌, ସିଟି ବସ୍‌, ଅଟୋ, କ୍ୟାବ ଓ ଚାରିଚକିଆ ଯାନ ଯାତାୟାତ କରିପାରିବେ ବୋଲି ସରକାରଙ୍କ ବିଭିନ୍ନ ନିୟମ ବାବଦରେ ସୂଚନା ଦେଇ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଅଟୋ ରିକ୍ସା, କ୍ୟାବ ଓ ଚାରିଚାକିଆ ଯାନରେ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଯାତ୍ରା କରିପାରିବେ । ବିମାନ ବନ୍ଦର, ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରୁ ୨୪ ଘଣ୍ଟିଆ ଗାଡ଼ି ଯାତାୟାତ କରିପାରିବ । ସନ୍ଧ୍ୟା ୭ରୁ ସକାଳ ୭ ଯାଏ କଟକଣା ଥିଲେ ବି ଏହି ସବୁ ସ୍ଥାନ ପାଇଁ କଟକଣା ରହିବନି । ବସରେ ଯାତାୟାତ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଉଭୟ ରାଜ୍ୟରେ ସହମତି ଭିତ୍ତିରେ ରାଜ୍ୟ ରାଜ୍ୟ ଭିତରେ ମଧ୍ୟ ବସ୍‌ ଚଳାଚଳ କରିପାରିବ । କେନ୍ଦ୍ରର ଗାଇଡଲାଇନ ଅନୁସାରେ ରାଜ୍ୟ ରାଜ୍ୟ ଭିତରେ ବି  ଟ୍ରେନ ଚଳାଚଳ କରିପାରିବ ।

ଆସନ୍ତା କାଲି ଠାରୁ ଘରୋଇ ବିମାନ ସେବା ଆରମ୍ଭ ହେବ ହେବ ଏବଂ ଆଗକୁ ଅଧିକରୁ ଅଧିକ ଟ୍ରେନ ବି ଚଳାଚଳ କରିବ । ତେଣୁ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ସରକାରଙ୍କୁ  ଜଣାଇବାକୁ ଅନୁରୋଧ କରାଯାଇଛି । ନିଜ ଅଞ୍ଚଳକୁ ପ୍ରବସୀମାନେ ଆସିଲେ ସ୍ଥାନୀୟ ଲୋକେ ବି ଜଣାଇବାକୁ କୁହାଯାଉଛି । ଏହା ଦ୍ୱାରା କୌଣସି ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେବେନି । ସରକାରଙ୍କ ନିକଟରେ ଖବର ପହଞ୍ଚିବା ପରେ କିଭଳି ସେମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ସେଥି ପାଇଁ ବ୍ୟବସ୍ଥା କରାଯିବ ।

ସୂଚନା ଦେଉଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା


ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ ବିନା ସୂଚନାରେ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ମାଗଣା ଟିକେଟ ବ୍ୟବସ୍ଥା ବି ଲାଗୁ ହୋଇ ନ ପାରେ। ଏପରିକି ତେଲେଙ୍ଗାନାରୁ ପ୍ରାୟ ୧୨ଟି ଟ୍ରେନରେ ୨୦ ହଜାର ଲୋକ ଆସୁଛନ୍ତି ଯାହାର ସୂଚନା ମିଳି ନ ଥିବା ବେଳେ ରେଳବାଇ ଠାରୁ ଖବର ମିଳିଥିବା ଏସଆରସି କହିଛନ୍ତି । ତେଣୁ ସମସ୍ତେ ଆସିବା ପୂର୍ବରୁ ସରକାରଙ୍କୁ ଅବଗତ କରାଇବାକୁ ସେ ଅନୁରୋଧ କରିଛନ୍ତି।

ଏହା ସହ ପ୍ରବାସୀଙ୍କ ପାଇଁ ରାଜ୍ୟରେ କ୍ବାରେଣ୍ଟାଇନ ନିୟମ ବି ବଦଳିବା ନେଇ ସେ ସୂଚନା ଦେଇଛନ୍ତି। ‘‘ଏଣିକି ୨୮ ଦିନ ବଦଳରେ ୧୪ ଦିନ କ୍ବାରେଣ୍ଟାଇନରେ ରହିବେ ପ୍ରବାସୀ । ଗ୍ରାମାଞ୍ଚଳରେ କ୍ବାରେଣ୍ଟାଇନ କେନ୍ଦ୍ରରେ ୭ ଦିନ ରହିବେ । ଯଦି କୌଣସି ଲକ୍ଷଣ ପରିଲକ୍ଷିତ ହୁଏ ଆଉ ୭ ଦିନ ରହିବେ । ସରକାରୀ କ୍ୱାରେଣ୍ଟଇନ୍‌ ପରେ ୭ ଦିନ ହୋମ୍‌ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି । ୩ ଦିନ ଭିତରେ ରାଜ୍ୟ ବାହାରକୁ ଯାଇ ଫେରିଲେ ଏହି ନିୟମ  ଲାଗୁ ହେବନି । ଏହା ସହ ପ୍ରବାସୀ ଅନ୍ୟ ରାଜ୍ୟରେ କ୍ବାରେଣ୍ଟାଇନରେ ଥିଲେ ତାଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବନି । କିନ୍ତୁ ଏଥି ପାଇଁ ପ୍ରବାସୀଙ୍କୁ କ୍ବାରେଣ୍ଟାଇନରେ ଥିବା ପ୍ରମାଣ ଦାଖଲ କରିବାକୁ ପଡ଼ିବ,’’ କହିଛନ୍ତି ଜେନା ।

ତେବେ ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ବି ବସ ଚାଲିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୂର୍ବରୁ ଗ୍ରୀନ ଜୋନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ବସ ଚାଲିବାକୁ ନିଷ୍ପତ୍ତି ହୋଇଥିଲେ ବି ଘରୋଇ ବସ ମଳିକ ସଙ୍ଘର ବିଭିନ୍ନ ଦାବି କାରଣରୁ ବସ ଚାଲି ପାରୁନାହିଁ । ଏହି ପରିସ୍ଥିତିରେ ବସ ଚାଲିବ କି ନାହିଁ ସେ ନେଇ କିଛି ନିଷ୍ପତ୍ତି ହୋଇ ନ ଥିବା ବସ ମାଲିକ ସଙ୍ଘ ପକ୍ଷରୁ କୁହାଯାଇଛି ।

‘‘ଏଥର ବସ ଚାଳିବାରେ କିଛି ଅସୁବିଧା ହେବନି । ସିଟ ଅନୁଯାୟୀ ଯାତ୍ରୀ ପରିବହନ ନେଇ ଅନୁମତି ଦିଆଯାଇଥିବାରୁ ଆଉ ବସ ମାଳିକମାନଙ୍କର କିଛି କ୍ଷତି ହେବନି । ଏ ସଂକ୍ରାନ୍ତରେ ବସ୍‌ ମାଲିକ ସଙ୍ଘ ସହ ଆଲୋଚନା କରାଯିବ। ବସ ମାଲିକ ସଙ୍ଘର ଟ୍ୟାକ୍ସ ଛାଡ଼ ଦାବି ରହୁଥିବାରୁ ଏ ସମ୍ପର୍କରେ ଆଲୋଚନା ହେବ । ଏହା ଅର୍ଥ ବିଭାଗର ଅଧିନସ୍ଥ । ଏଥି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଅନୁମୋଦନ ଦରକାର । ସେ ନେଇ ଆଲୋଚନା ହେବ,’’ କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଅନ୍ୟ ରାଜ୍ୟ ଯଥା ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଆଦି ସହ ବସ ଚଳାଚଳ ନେଇ ଆଲୋଚନା କରାଯିବ ବୋଲି ବି କହିଛନ୍ତି ମନ୍ତ୍ରୀ । କିନ୍ତୁ କୋଭିଡ-୧୯ର ଗାଇଡ଼ ଲାଇନ ଅନୁଯାୟୀ ଯାତ୍ରୀଙ୍କ ସ୍କ୍ରିନିଂ ଓ ବସ ସାନିଟାଇଜ଼ କରାଯାଇ ବସ ଚଳାଚଳ କରାଯିବ ବୋଲି ସେ କହିଛନ୍ତି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 24, 2020, 5:09 PM IST
corona virus btn
corona virus btn
Loading