News18 Odia Digital
ଭୁବନେଶ୍ୱର: ଟ୍ରେନ ଆସିଲା ଗଲା, କିଛି ବସ ଗଡ଼ିଲା । ବିମାନ ବି ଉଡିଲା। ହେଲେ ଯାତ୍ରୀ ହେଲେ ହନ୍ତସନ୍ତ । କାହାକୁ ଟାକ୍ସି ମିଳିଲାନି ତ ଆଉ କାହାକୁ ବସ୍ । ରାଜ୍ୟରେ ଏଇ ଦୁଇ ଦିନରେ ଯାତ୍ରୀ ହଇରାଣ ହରକତ ହୋଇଛନ୍ତି । ସଟଡାଉନର ଜବରଦସ୍ତ ପ୍ରଭାବ ପଡିଛି ରେଳ ଓ ବସ ଯାତ୍ରୀଙ୍କ ଉପରେ ।
ନାଁକୁ ମାତ୍ର ହାତଗଣତି ବସ ଗଡ଼ିଛି ବରମୁଣ୍ଡା ବସଷ୍ଟାଣ୍ଡରୁ । ଦକ୍ଷିଣରେ ବ୍ରହ୍ମପୁରକୁ କିଛି ବସ ଗଡ଼ିଥିବା ବେଳେ ବାଲେଶ୍ଵର, ଜଗତସିଂହପୁର, ଭଦ୍ରକ ଓ ଯାଜପୁରକୁ ବରମୁଣ୍ଡାରୁ ବସ ଗଡ଼ିନି। ସେହି ଭଳି ଫୁଲବାଣୀକୁ ଯାଉଥିବା ବସରେ ଯାତ୍ରୀ ନ ଥିବାରୁ ବସ ଷ୍ଟାଣ୍ଡରେ ବସ ଅଟକି ରହିଥିଲା । ସବୁ ଠୁ ବଡ଼ କଥା ହେଉଛି ଅନଲାଇନ ଟିକେଟ ବ୍ୟବସ୍ଥା ସବୁ ବସ ପାଇଁ ନ ଥିବାରୁ ଯାତ୍ରୀ ଟିକେଟ ପାଇଁ ବସ ଷ୍ଟାଣ୍ଡକୁ ଆସିପାରି ନ ଥିଲେ । ଯିଏ ବି ଘରୁ ବାହାରି ଆସିବ ଟିକେଟ କାଟିବାକୁ ପାଖରେ ପରିଚୟ ପତ୍ର ନ ଥଲେ ରାସ୍ତାରେ ପୋଲିସ ଅଟକାଇବ ।
‘‘ପୋଲିସ ନିର୍ଦ୍ଦେଶନାମା କେବଳ ଲୋକଦେଖାଣିଆ । ଭୁଆଁ ବୁଲାଉଛନ୍ତି ଲୋକଙ୍କୁ। ନିର୍ଦ୍ଦେଶନାମାରେ ଯାହା କୁହାଯାଇଛି ସେଥିରେ ଯାତ୍ରୀଙ୍କ ସୁବିଧା କଥା କିଛି ନାହିଁ । ଏଭଳି ସ୍ଥଳେ କାହିଁକି ବସ ଚଳାଉଛନ୍ତି ସରକାର?’’ ପଚାରିଛନ୍ତି ଯାତ୍ରୀ ସୁରେଶ ନାୟକ ।

ସଟଡାଉନ୍ ସମୟରେ ଭୁବନେଶ୍ୱରର ରାସ୍ତା ସବୁ ଫାଙ୍କା ରହିଥିଲା ।
୧୪,୦୦୦ ବସ୍ ଚାଲୁଚି ସାରା ରାଜ୍ୟରେ । ଏଥିରେ ମୋଟ ୫୬,୦୦୦ କର୍ମଚାରୀ କାମ କରନ୍ତି । ଏବେ ଲକଡାଉନ ଯୋଗୁଁ ଅଧିକାଂଶ ବସ୍ ଗଡୁନି। ଏ ନେଇ ଡ୍ରାଇଭର ଅରବିନ୍ଦ ସିଂ କହିଛନ୍ତି ଯେ କେବଳ ବରମୁଣ୍ଡାରୁ ସାରା ରାଜ୍ୟକୁ ୧,୨୦୦ ବସ ଦୈନିକ ଯାତାୟାତ କରୁଥିବା ବେଳେ ଏବେ ସେ ସଂଖ୍ୟା ମାତ୍ର ୩୦ ଅଛି ।
‘‘ନାମକୁ ମାତ୍ର କିଛି ବସ ଚାଲୁଚି, ଆଉ କିଛି ଚାଲୁନି । ତେଣୁ କର୍ମଚାରୀ ବେଶୀ ହଇରାଣ ହେଉଛନ୍ତି । ରେଳ ଯାତ୍ରୀଙ୍କ ଅବସ୍ଥା ନ କହିଲେ ଭଲ। ପ୍ରାୟ ସମସ୍ତ ଯାତ୍ରୀଙ୍କ ଧାରଣା ଯେ ସଟଡାଉନରେ ଗଡ଼ିବନି ଗାଡି। ହେଲେ କିଛି ବସ ବିଭିନ୍ନ ସ୍ଥାନକୁ ଯାଉଛି ତାହା ରେଳ ଯାତ୍ରୀଙ୍କୁ ମାଲୁମ ନାହିଁ,’’ କହିଛନ୍ତି ସିଂ ।
ଅନେକ ଯାତ୍ରୀ ଷ୍ଟେସନ ପାଖରେ କ୍ୟାବକୁ ଅପେକ୍ଷା କରି ଶେଷରେ ନିରାଶ ହୋଇଥିଲେ । ତା’ ଭିତରେ କିଛି ଯାତ୍ରୀ ନିଜ ନିଜ ବାଟରେ ବ୍ୟବସ୍ଥା କରି ଘରକୁ ଫେରିଥିଲେ। ବିମାନରେ ଆସୁଥିବା ଯାତ୍ରୀ ନିଜ ନିଜ ଘରକୁ ଯିବା ପାଇଁ ଟ୍ୟlକ୍ସି କିମ୍ଵା କ୍ୟାବର ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା l ତେବେ ପୋଲିସ ଚେକିଂ ବେଳେ ଲୋକେ ଚେକପୋଷ୍ଟରେ ନିଜ ନିଜ ଟ୍ରେନ ଓ ବିମାନ ଟିକଟ ଦେଖାଇବା ପରେ ପୋଲିସ ସେମାନଙ୍କୁ ଛାଡ଼ିଥିଲା l
ସଟଡାଉନ ଯୋଗୁଁ ଗାଡ଼ି ନ ପାଇ ଅନେକ ଲୋକ ମୋଟର ସାଇକେଲରେ ବିମାନ ବନ୍ଦରକୁ ଆସିଥିବା ଦେଖିବାକୁ ମିଳିଥିଲା । ତେବେ ସଟଡାଉନରେ ପୂରା ଅଚଳ ହୋଇ ନ ଥିଲା ରାଜଧାନୀ । ତା’ ଭିତରେ ଜରୁରୀ ଓ ଅଫିସିଆଲ କାମରେ ଯାଉଥିବା ଲୋକଙ୍କୁ ମିଳିଥିଲା ଅନୁମତି ।
ଏହା ବି ପଢ଼ନ୍ତୁ:
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା