କଟକ ଜିଲ୍ଲା ଟାଙ୍ଗୀରେ ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହେଲା; ୬ ଜଣ ଆହତ

ଦୁର୍ଘଟଣା ଘଟିବାର ତିନି ଘଣ୍ଟା ପରେ ଦୁର୍ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ହେଲା ତାହା ଏ ଯାଏଁ ଅସ୍ପଷ୍ଟ ରହିଛି ।

କଟକ ଜିଲ୍ଲା ଟାଙ୍ଗୀରେ ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହେଲା; ୬ ଜଣ ଆହତ
ଦୁର୍ଘଟଣାଗ୍ରସ୍ତ ବସ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପ୍ରବାସୀ ଓଡ଼ିଆଙ୍କୁ ନେଇ ଅନ୍ୟ ରାଜ୍ୟରୁ ଆସୁଥିବା ଆଉ ଏକ ବସ୍‌ ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଜାତୀୟ ରାଜପଥ ୧୬ରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ବସ ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ଛଅ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଆହତମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ବସଟି (ନମ୍ବର TN39BZ7084) ତାମିଲ ନାଡୁରୁ ୧୫ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତର ବଡ଼ସିଂପୁର ଗ୍ରାମକୁ ଫେରୁଥିଲା ।

ବିଳମ୍ବିତ ରାତିରେ ବନ୍ଦାଳ ନିକଟରେ ବସଟିର ଏକ ଟ୍ରଲର ସହ ସାମନାସାମନି ଧକ୍କା ହୋଇଥିଲା । ଫଳରେ ବସର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଥିଲା ।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଆମ୍ବୁଲାନ୍ସ୍‌ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଭାବେ ଆହତ ଦୁଇ ଜଣ ଲୋକଙ୍କୁ (ବସର ଚାଳକ ଓ ଛଅ ଜଣ ପ୍ରବାସୀ ଶ୍ରମିକ) କଟକ ବଡ଼ ମେଡିକାଲ ନେଇଛନ୍ତି ।

ଦୁର୍ଘଟଣା ପରେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି ।


ଦୁର୍ଘଟଣା ଘଟିବାର ତିନି ଘଣ୍ଟା ପରେ ଦୁର୍ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ହେଲା ତାହା ଏ ଯାଏଁ ଅସ୍ପଷ୍ଟ ରହିଛି । କୁହାଯାଉଛି ଯେ ରାତି ସାରା ବସ୍‌ ଚଳାଇ ଡ୍ରାଇଭର୍‌ ନିଦୁଆ ଅନୁଭବ କରୁଥିଲା ଓ ସାମ୍ନାରେ ଥିବା ଟ୍ରଲରକୁ ଦେଖି ପାରି ନ ଥିଲା ।

ଦୁର୍ଘଟଣା ପରେ ବସରେ ଥିବା ପାଖାପାଖି ୪୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ସେମାନଙ୍କ ନିଜ ନିଜ ଘରକୁ ପଠେଇବାର ବ୍ୟବସ୍ଥା କରିବା ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ ।

ଏହା ପୂର୍ବରୁ ଗୁଜରାଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସଗୁଡ଼ିକ ତିନି ଥର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାହା ପରେ ଓଡ଼ିଶା ସରକାର ପ୍ରବାସୀଙ୍କୁ ରାଜ୍ୟକୁ ଆଣିବା ପାଇଁ କେବଳ ଟ୍ରେନ ସେବାକୁ ଅନୁମତି ଦେଇଥିଲେ ।

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 19, 2020, 2:59 PM IST
corona virus btn
corona virus btn
Loading