News18 Odia Digital
ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି ବା VSSUTର ତିନିଟି ଛାତ୍ର ଓ ଛାତ୍ରୀ ହଷ୍ଟେଲରେ ଗତ ଦୁଇ ଦିନ ମଧ୍ୟରେ ୨୫ ଜଣ ଛାତ୍ରଛାତ୍ରୀ କୋଭିଡ୍ ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ କ୍ୟାମ୍ପସକୁ ସଟଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ସମ୍ବଲପୁର ଉପ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ବୁର୍ଲା VSSUT ପହଞ୍ଚି VSSUT କୁଳପତି ଓ ବିଶ୍ୱଦ୍ୟାଳୟର ଅନ୍ୟ ବରିଷ୍ଟ ଅଧିକାରୀଙ୍କ ସହ ମିଶି ହଷ୍ଟେଲଗୁଡ଼ିକ ବୁଲି ଦେଖିବା ସହ ଅନ୍ତେବାସୀଙ୍କ ସହ ଆଲୋଚନା କରିବା ପରେ ହଷ୍ଟେଲଗୁଡ଼ିକୁ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଛନ୍ତି । ସ୍ଥିତିରେ ଉନ୍ନତି ନ ଆସିବା ପର୍ଯ୍ୟନ୍ତ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ୟୁନିଭରସିଟି ଓ ହଷ୍ଟେଲ ନ ଆସିବା ପାଇଁ କହିଛନ୍ତି କର୍ତ୍ତୃପକ୍ଷ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍କର୍ତ୍ତୃପକ୍ଷଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ହଷ୍ଟେଲରେ ଥିବା ଛାତ୍ରଛାତ୍ରୀମାନେ ଅନଲାଇନରେ କ୍ଲାସ୍ କରିବେ । ପୁଲହ, ପୂଳସ୍ତ୍ୟ, ଅତ୍ରି, କ୍ରତୁ, ବଶିଷ୍ଠ, ମାରୀଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ପୁଲହ ହଷ୍ଟେଲର ନିକଟବର୍ତ୍ତୀ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଦକ୍ଷିଣର ସୁପର୍ଷ୍ଟାର୍ ହିରୋଇନ୍ ବେଦିକା କୁମାରଙ୍କ ଫଟୋସୁଟ୍ ଭାଇରାଲ୍ ହେଲା! ଇଣ୍ଟରନେଟରେ ଲଗାଇଲା ନିଆଁମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ଏହି ଅଞ୍ଚଳରେ ଏକାଧିକ ଲୋକଙ୍କ ଏକାଠି ହେବା ଉପରେ କଟକଣା ଲଗାଯାଇଛି । ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି । ଗାଡ଼ି ଚଳାଚଳ ପାଇଁ ସ୍ଥାନୀୟ ଥାନାର ଅନୁମତି ଆବଶ୍ୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଈର୍ଷ୍ୟାରେ ବର ଫଟୋଗ୍ରାଫରଙ୍କୁ ବିଧା ମାରିବା ପରେ କନ୍ୟା ହସି ହସି ବେଦମ୍! ଦେଖନ୍ତୁ VIDEOକଣ୍ଟେନମେଣ୍ଟ ଜୋନରେ ଜରୁରୀ ସାମଗ୍ରୀ ପହଞ୍ଚାଇବ ମହାନଗର ନିଗମ । ବଫର ଜୋନରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ। ଭିସୁଟ୍ରେ ୨୫ରୁ ଅଧିକ ଛାତ୍ରଛାତ୍ରୀ କୋରୋନାରେ ସଂକ୍ରମିତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଗାୟିକା ନେହା କକ୍କଡ଼ ଏକ ରୋଗରେ ଆକ୍ରାନ୍ତ; କହିଲେ, ‘‘ମୋ’ ପାଖରେ ସବୁ କିଛି ଅଛି, ହେଲେ…’’ଭିସୁଟରେ ଏବେ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା ଚାଲିଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ବିଷୟରେ ସ୍ପଷ୍ଟ ସୂଚନା ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ଯ ମନ୍ତ୍ରୀ ନବ କିଶୋର ଦାସ । ସାମ୍ବାଦିକଙ୍କୁ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଆସନ୍ତାକାଲି ବୟସ୍କଙ୍କ ଟିକାକରଣ ହେବ ବୋଲି ସେ କହିଛନ୍ତି ।
‘‘ଓଡ଼ିଶାରେ ଏ ପର୍ଯ୍ୟନ୍ତ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଆସି ନାହିଁ । ପୁନାକୁ ସେମ୍ପଲ ପଠାଯିବ । ପାଞ୍ଚଟି ରାଜ୍ଯରୁ ଆସୁଥିବା ବ୍ଯକ୍ତିଙ୍କ ଉପରେ ନଜର ରଖାଯିବା ଓ ସ୍କ୍ରିନିଂ କରାଯିବ । ଏଥି ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି ଦାସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।