ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

ଆଷ୍ଟ୍ରାଜେନେକା କମ୍ପାନୀ କହିଛି ଯେ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଏହି ଟିକାର ପରୀକ୍ଷଣରୁ ବାଦ ଦିଆଯାଇଥିଲା । ଡେନମାର୍କ ଆଷ୍ଟ୍ରାଜେନେକା ଟିକାକୁ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରିଛି ।

ବ୍ରାଜିଲରେ ଗର୍ଭବତୀ ମହିଳାମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ବି ବାରଣ କରାଯାଇଛି । (ପ୍ରତୀକାତ୍ମକ ଛବି; ପିଟିଆଇ)

ବ୍ରାଜିଲରେ ଗର୍ଭବତୀ ମହିଳାମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ବି ବାରଣ କରାଯାଇଛି । (ପ୍ରତୀକାତ୍ମକ ଛବି; ପିଟିଆଇ)

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ଟିକା ନେବା ପରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହେବା ପରେ ବ୍ରାଜିଲର ଅନେକ ରାଜ୍ୟ ସେଠାକାର ଜାତୀୟ ସ୍ୱାସ୍ଥ୍ୟ ନିୟାମକଙ୍କ ପରାମର୍ଶ କ୍ରମେ ଗର୍ଭବତୀ ମହିଳାମାନଙ୍କୁ ଆଷ୍ଟ୍ରାଜେନେକା କରୋନା ଭାଇରସ୍ ଟିକା (AstraZeneca Coronavirus vaccine) ଟିକା ଦେବା ଯୋଜନାକୁ ସ୍ଥଗିତ ରଖିଛନ୍ତି ।

ସାଓ ପାଉଲୋ, ରିଓ ଡି ଜେନେରିଓ ଓ ବ୍ରାଜିଲର ଅନ୍ୟ ରାଜ୍ୟମାନେ ରିଓ ଡି ଜେନେରିଓରେ କରୋନା ଟିକା (Corona Vaccine) ନେଇଥିବା ଜଣେ ମହିଳାଙ୍କ ମୃତ୍ୟୁର କାରଣ ସ୍ଥିର ନ ହେବା ପର୍ଯ୍ୟନ୍ତ ସବୁ ଗର୍ଭବତୀ ମହିଳାଙ୍କ ଟିକାକରଣ ସ୍ଥଗିତ ରହିବ ବୋଲି କହିଛନ୍ତି ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରୀ ମାର୍ସେଲୋ କ୍ୱିରୋଗା ।ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଏକ ବିଶେଷଜ୍ଞ ଦଳର ପରାମର୍ଶ କ୍ରମେ ନିଆଯାଇଛି ଓ ଏହା ବୈଷୟିକ ମାନଦଣ୍ଡ ଉପରେ ଆଧାରିତ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଯେ ଟିକା ଯୋଗୁଁ ରକ୍ତ ଜମାଟ ବାନ୍ଧିଥିଲା (blood clot) । ବାସ୍ତବରେ କ’ଣ ଘଟିଛି ତାହା ଜାଣିବା ପାଇଁ ଓ ଏକ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଆମେ ପୂରା ମାମଲାର ବିବରଣୀକୁ ବିଶ୍ଳେଷଣ କରୁଛୁ,’’ ବ୍ରାଜିଲର ଜାତୀୟ ଟିକାକରଣ କାର୍ଯ୍ୟକ୍ରମର ପରାମର୍ଶଦାତା ଜୋର୍ଜ କଲିଲ୍‌ କହିଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ଗ୍ରାଫ୍ କମୁଛି, ହେଲେ ଚିନ୍ତା ବଢ଼ାଇଛି ମାରାତ୍ମକ ବ୍ଲାକ୍ ଫଙ୍ଗସ୍ ରୋଗ; ଓଡ଼ିଶାରେ ବି ଚିହ୍ନଟ ହେଲା

ବ୍ରାଜିଲରେ ବ୍ୟବହୃତ ହେଉଥିବା ଆଣ୍ଟି-କୋଭିଡ୍‌ ଟିକାର ପ୍ରତିକୂଳ ଘଟଣାର ନିରନ୍ତର ନୀରିକ୍ଷଣ କରୁଥିବା ସେଠାକାର ସ୍ୱାସ୍ଥ୍ୟ ନିୟାମକ ଅନଭିସା (Anvisa) ସୋମବାର ବିଳମ୍ବିତ ରାତିରେ ଗର୍ଭବତୀ ମହିଳାମାନଙ୍କ ପାଇଁ ଆଷ୍ଟ୍ରାଜେନେକା ଟିକା ଦେବା କାର୍ଯ୍ୟକ୍ରମକୁ ତୁରନ୍ତ ସ୍ଥଗିତ କରିବାକୁ ସୁପାରିଶ କରିଥିଲେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଶୀଘ୍ର ତିଆରି ହେବ ୬ଟି ଅମ୍ଳଜାନ କାରଖାନା ୧୬ଟି ଜିଲ୍ଲାରେ RTPCR ପରୀକ୍ଷା କେନ୍ଦ୍ର

ବ୍ରାଜିଲର ଜାତୀୟ ଟିକାକରଣ କାର୍ଯ୍ୟକ୍ରମର ସଂଯୋଜକ ଫ୍ରାନ୍ସିଏଲ୍ ଫ୍ରାନ୍ସିନାଟୋ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ନିର୍ଦ୍ଦେଶନାମା ଜାରି କରିବା ପର୍ଯ୍ୟନ୍ତ ଯେଉଁ ଗର୍ଭବତୀ ମହିଳାମାନେ ଆଷ୍ଟ୍ରାଜେନେକା ଟିକାର ପ୍ରଥମ ଡୋଜ୍ ନେଇ ସାରିଛନ୍ତି ସେମାନେ ଦ୍ୱିତୀୟ ଡୋଜ୍‌ ନେବା ଉଚିତ ନୁହେଁ ।

ଏହା ବି ପଢ଼ନ୍ତୁ | ‘‘ମୋଅକ୍ସିଜେନ୍ ସ୍ତର କମୁଛିଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ମୃତ୍ୟୁ ପୂର୍ବରୁ କହିଲେ ଅଭିନେତା ରାହୁଲ

ରିଓ ଡି ଜେନେରିଓର ମ୍ୟୁନିସିପାଲ୍‌ ସ୍ୱାସ୍ଥ୍ୟ ସଚିବାଳୟ ଏକ ବିବୃତ୍ତିରେ କହିଛି ଯେ ଗର୍ଭବତୀ ମହିଳାଙ୍କ ଉପରେ ପଡୁଥିବା ପ୍ରତିକୂଳ ଘଟଣାର ତଦନ୍ତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶେଷ କରିବା ପର୍ଯ୍ୟନ୍ତ କର୍ତ୍ତୃପକ୍ଷ ରାଜ୍ୟ ରାଜଧାନୀରେ ଗର୍ଭବତୀ ମହିଳା ଓ ନୂତନ ମା'ମାନଙ୍କ ଉପରେ ସେହି ଟିକାର ପ୍ରୟୋଗ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ରାଜିଲର ମୋ’ଟ ୨୭ଟି ରାଜ୍ୟ ମଧ୍ୟରୁ ୨୨ଟି ଏହି ପଦକ୍ଷେପ ନେଇଛନ୍ତି ବୋଲି ନ୍ୟୁଜ୍ ସାଇଟ୍ G1 ରିପୋର୍ଟ କରିଛି ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ଆଷ୍ଟ୍ରାଜେନେକା କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଏହାର ଟିକା ପରୀକ୍ଷଣରୁ ବାଦ ଦିଆଯାଇଥିଲା । ଏଯାହା କ୍ଲିନିକାଲ ପରୀକ୍ଷଣରେ ଏକ ସାଧାରଣ କଥା ବୋଲି କହିଛି କମ୍ପାନୀ । ପଶୁମାନଙ୍କ ଉପରେ ହୋଇଥିବା ଅଧ୍ୟୟନରେ ଗର୍ଭଧାରଣ ଉପରେ ଏହି ଟିକାର କୌଣସି ପ୍ରତିକୂଳ ପ୍ରଭାବ ଦେଖାଯାଇ ନ ଥିଲା ବୋଲି କମ୍ପାନୀ କହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବାପା ହେବାକୁ ଯାଉଛନ୍ତି ପ୍ୟାଟ୍ କମିନ୍ସ; ତାଙ୍କ ପ୍ରେମିକା ଏହି ଖୁସି ଖବର ଶୁଣାଇଲେ!

ଅନେକ ଇଉରୋପୀୟ ଦେଶ ଆଷ୍ଟ୍ରାଜେନେକା ଟିକାକୁ କେବଳ ବୟସ୍କ ବ୍ୟକ୍ତିଙ୍କ ପାଇଁ ସୀମିତ ରଖିଛନ୍ତି । ଏହି ଟିକା ନେବା ପରେ ରକ୍ତ ଜମାଟ ବାନ୍ଧିବା କ୍ୱଚିତ ଦେଖାଯାଉଥିଲା ମାତ୍ର ସାଙ୍ଘାତିକ ହେଉଥିଲା ଓ ପ୍ଲେଟଲେଟ୍ ସ୍ତର କମ୍‌ ହେଉଥିଲା ବୋଲି ଏହି ନିଷ୍ପତ୍ତି ନିଆଯାଇଛି । ଡେନମାର୍କ ଆଷ୍ଟ୍ରାଜେନେକା ଟିକାକୁ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରିଛି । ବ୍ରିଟେନର ବିଶେଷଜ୍ଞମାନେ ଏହି ଟିକାକୁ ୪୦ ବର୍ଷରୁ କମ୍ ଲୋକଙ୍କୁ ନ ଦେବାକୁ ପରାମର୍ଶ ଦେଇଛନ୍ତି ।



ବ୍ରାଜିଲ ନିଜ ଜନସାଧାରଣଙ୍କୁ ମୁଖ୍ୟତଃ ଚୀନର କରୋନାଭ୍ୟାକ୍ ଟିକା (CoronaVac) ଦେଉଛି । ଏହା ସହ ସୀମିତ ମାତ୍ରାରେ ଆଷ୍ଟ୍ରାଜେନେକା ଓ ଫାଇଜର ଟିକା ବି ଦେଉଛି । ସେଠାରେ ମୋ’ଟ ଟିକାକରଣର ପ୍ରାୟ ୨୬ ପ୍ରତିଶତ ଆଷ୍ଟ୍ରାଜେନେକା ଟିକା ଦ୍ୱାରା ହୋଇଛି । (ଏ.ଏଫ୍‌.ପି.)
Published by:Anand S.T. Das
First published: