ପ୍ରକାଶ ପାଇଲା BPUTର ପରୀକ୍ଷା ବିଜ୍ଞପ୍ତି, ହେଲେ ପରୀକ୍ଷାକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି

କରୋନା ମହାମାରୀ ରାଜ୍ୟରେ କାୟା ବିସ୍ତାର ଜାରି ରଖିଥିବା ବେଳେ ଏହି ମାସର ଶେଷ ସପ୍ତାହରେ ପରୀକ୍ଷା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବି.ପି.ୟୁ.ଟି.ର ଛାତ୍ରଛାତ୍ରୀମାନେ ।

ପ୍ରକାଶ ପାଇଲା BPUTର ପରୀକ୍ଷା ବିଜ୍ଞପ୍ତି, ହେଲେ ପରୀକ୍ଷାକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏହି ମାସର ଶେଷ ସପ୍ତାହରେ କିମ୍ବା ଜୁଲାଇ ପ୍ରଥମ ସପ୍ତାହରେ ହେବ ବିପିୟୁଟି (BPUT)ର ଫାଇନାଲ୍ ସେମିଷ୍ଟର ପରୀକ୍ଷା । ଏଥି ପାଇଁ ବିପିୟୁଟି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । କରୋନା ଯୋଗୁଁ ପରୀକ୍ଷା ସ୍ଥଗିତ ରଖାଯାଇଥିବା ବେଳେ ଜୁନ ଶେଷ ସପ୍ତାହ କିମ୍ବା ଜୁଲାଇ ମାସ ପ୍ରଥମ ସପ୍ତାହରେ କରିବାକୁ ସ୍ଥିର ହୋଇଛି । ଏ ନେଇ ନୋଟିସରେ ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଫାଇନାଲ୍ ସେମିଷ୍ଟରର ଉଭୟ ରେଗୁଲାର ଓ ବ୍ୟାକ୍‌ ପେପର ପରୀକ୍ଷା ଏକା ସାଙ୍ଗରେ ଅନୁଷ୍ଠିତ ହେବ ।

ଛାତ୍ରଛାତ୍ରୀମାନେ ନିଜ ଜିଲ୍ଲାରେ ଥିବା ସେଣ୍ଟରରେ ପରୀକ୍ଷା ଦେବେ ବୋଲି ନୋଟିସରେ ଜଣାଯାଇଛି । ଏଥି ପାଇଁ କଣ ନିୟମାବଳୀ ରହିଛି ଏବଂ କିଭଳି ଭାବେ ପରୀକ୍ଷା ହେବ ଓ କେଉଁ ଦିନ କେଉଁ ପରୀକ୍ଷା ହେବ ତାହା ପ୍ରକାଶ ପାଇନାହିଁ ।

ପୂର୍ବରୁ ଏପ୍ରିଲ ୮ ତାରିଖରେ ପରୀକ୍ଷା ହେବାର ଥିବା ବେଳେ କରୋନା ସଂକ୍ରମଣ ଓ ଲକଡାଉନକୁ ଆଖିରେ ରଖି ସମସ୍ତ ପରୀକ୍ଷା ବାତିଲ କରାଯାଇଥିଲା । ଏହା ପରେ ଉଭୟ ୟୁଜିସି ଓ ଏ.ଆଇ.ଟି.ସି.ଇ ପରୀକ୍ଷାକୁ ନେଇ ନୋଟିସ ଜାରି ହୋଇଥିଲା, ଯେଉଁଥିରେ ଉଲ୍ଲେଖ ରହିଥିଲା ଯେ ଜୁଲାଇ ମାସରେ ବାକି ଥିବା ସମସ୍ତ ପରୀକ୍ଷା କରାଯିବ। ବିଶେଷ କରି ଫାଇନାଲ ସେମିଷ୍ଟରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପ୍ରଣାଳୀ ଅନୁଯାୟୀ କରାଯିବ ଓ ସେଥି ପାଇଁ ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ ରଖନ୍ତୁ ବୋଲି ସେହି ନୋଟିସରେ କୁହାଯାଇଥିଲା ।

ତେବେ ବର୍ତ୍ତମାନ ପରିସ୍ଥିତିରେ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି। କରୋନା ସଂକ୍ରମଣ ଦେଶବ୍ୟାପୀ ହାହାକାର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ରାଜ୍ୟରେ ବି ଏହା କାୟା ବିସ୍ତାର କରିବା ଜାରି ରଖିଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ ଏକାଠି ହୋଇ ପରୀକ୍ଷା ଦେବା ବିପଜ୍ଜନକ ହୋଇପାରେ ବୋଲି ମଧ୍ୟ ମତ ପ୍ରକାଶ ପାଇଛି । ତେଣୁ ହଠାତ ପରୀକ୍ଷା ପାଇଁ ନୋଟିସ କରିବା ଠିକ ନୁହେଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି।

ବିପିୟୁଟିର ଏମ.ବି.ଏ. ଛାତ୍ରୀ ଅନସୂୟା କହିଛନ୍ତି: ‘‘ବର୍ତ୍ତମାନ ସ୍ଥିତିରେ ଏକାଠି ହୋଇ ପରୀକ୍ଷା ଦେବା ହିଁ ବିପଦଜନକ । ନିଜ ଜିଲ୍ଲାରେ ହେଉ ନା କାହିଁକି, ଶହ ଶହ ପିଲା ଏକାଠି ହୋଇ ପରୀକ୍ଷା ଦେବା ବିପଦପୂର୍ଣ୍ଣ। ସେହି ଭଳି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସଙ୍ଗରୋଧ ଗୃହ କରାଯାଇଛି । ସେଠି କେମିତି ପରୀକ୍ଷା ଦେବୁ?’’

‘‘ରାଜ୍ୟରେ ଥିବା ଇଞ୍ଜିନିୟରିଂ କଲେଜରେ ରାଜ୍ୟ ବାହାରର ଅନେକ ଛାତ୍ରଛାତ୍ରୀ ପଢ଼ନ୍ତି । ଏବେ ସେମାନେ ମଧ୍ୟ ଦୂର ଦୂରାନ୍ତରୁ ପରୀକ୍ଷା ଦେବାକୁ ରାଜ୍ୟକୁ ଫେରିବେ । ସେମାନଙ୍କ ସହ ଏକାଠି ବସି ପରୀକ୍ଷା ଦେବା କେତେ ଠିକ୍‌ ହେବ?’’ ପ୍ରଶ୍ନ କରିଛନ୍ତି ବିପିୟୁଟିର ଅନ୍ୟ ଜଣେ ଛାତ୍ର ପବନ କୁମାର ସ୍ୱାଇଁ ।

ପୂର୍ବରୁ କରୋନା ସଂକ୍ରମଣକୁ ଦେଖି ପରୀକ୍ଷା ବାତିଲ କରାଯାଇଥିଲା । ଏବେ ପୁଣି ସମାନ ପରିସ୍ଥିତିରେ କିଭଳି ପରୀକ୍ଷା ହେବ ଓ ବିପିୟୁଟି କିଭଳି ଏହାକୁ ତୁଲାଇବ ତାହା ସବୁ ଠାରୁ ବଡ଼ ପ୍ରଶ୍ନ ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 7, 2020, 6:21 PM IST
corona virus btn
corona virus btn
Loading