ବଲିଉଡ୍ ଗାୟିକା କନିକା କପୁର ପୁଣି ଆଉ ଥରେ କରୋନା ଭାଇରସ୍ ପରୀକ୍ଷାରେ ପଜିଟିଭ୍ ହେଲେ

ଖାଇବା ପାଇଁ ତାଙ୍କୁ ‘‘କେବଳ ଦୁଇଟି ଛୋଟ କଦଳୀ ଓ ଗୋଟେ କମଳା’’ ଦିଆଯାଇଛି ଓ ସେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ବୋଲି ଚିକିତ୍ସାରେ ଥିବା କନିକା କପୁର ଅଭିଯୋଗ କରିଥିଲେ ।

ବଲିଉଡ୍ ଗାୟିକା କନିକା କପୁର ପୁଣି ଆଉ ଥରେ କରୋନା ଭାଇରସ୍ ପରୀକ୍ଷାରେ ପଜିଟିଭ୍ ହେଲେ
ବଲିଉଡ୍ ଗାୟିକା କନିକା କପୁର ‘ବେବି ଡଲ୍’ ନାଆଁରେ ପ୍ରସିଦ୍ଧ ।
  • News18 Odia
  • Last Updated: March 24, 2020, 11:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: କରୋନା ଭାଇରସ୍‌ (COVID-19) ପାଇଁ ହୋଇଥିବା ପରୀକ୍ଷାରେ କିଛି ଦିନ ତଳେ ପଜିଟିଭ୍‌ ଚିହ୍ନଟ ହୋଇ ଚିକିତ୍ସାରେ ଥିବା ବଲିଉଡ୍‌ ଗାୟିକା କନିକା କପୁର ଦ୍ୱିତୀୟ ପରୀକ୍ଷାରେ ପୁଣି ଆଉ ଥରେ ପଜିଟିଭ୍ ବୋଲି ଜଣା ପଡ଼ିଛି । କନିକା ବର୍ତ୍ତମାନ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ପରିବାର ସଦସ୍ୟମାନେ ତାଙ୍କ ପ୍ରାରମ୍ଭିକ ରିପୋର୍ଟ ବିଷୟରେ ପୂର୍ବରୁ ପ୍ରଶ୍ନ ଉଠାଇଥିଲେ ।

ନିକଟରେ ଏକ ସାକ୍ଷାତକାରରେ କନିକା କପୁର ଡାକ୍ତରଖାନା କର୍ମଚାରୀଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ତାଙ୍କୁ ଠିକ୍‌ ଭଆବରେ ଖାଇବାକୁ ଦିଆଯାଉନାହିଁ ଓ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଥିଲେ ।

“ମୁଁ ସକାଳ ୧୧ଟାରୁ ଏଠି ଅଛି, ଆଉ ମୋତେ କେବଳ ପିଇବା ପାଇଁ ବୋତଲେ ପାଣି ଦିଆଯାଇଛି । ମୁଁ ଏ ଲୋକମାନଙ୍କୁ ମୋତେ କିଛି ଖାଇବାକୁ ଦେବାକୁ କହୁଛି, କିନ୍ତୁ ମୋତେ କେବଳ ଦୁଇଟି ଛୋଟ କଦଳୀ ଓ ଗୋଟେ କମଳା ଦିଆଯାଇଛି, ଯାହା ଉପରେ ମାଛି ବଚିଛି । ମୁଁ ଏତେ ଭୋକରେ ଅଛି, ଏଉ ମୁଁ ଯେଉଁ ଔଷଧ ଖାଇବା କଥା ତାହା ବି ଖାଇ ନାହିଁ । ମୋ’ ଦେହରେ ଜ୍ୱର ଅଛି, ମୁଁ ସେମାନଙ୍କୁ ସେ ବିଷୟରେ ଜଣାଇଛି, କିନ୍ତୁ କେହି ମୋ ପାଖକୁ ଆସି ନାହାଁନ୍ତି,’’ ସେ କହିଥିଲେ ।

କନିକା କପୁର


‘‘ମୁଁ ନିଜ ସାଙ୍ଗରେ ଆଣିଥିବା ଖାଦ୍ୟ ବି ସେମାନେ ଛଡ଼ାଇ ନେଇଛନ୍ତି । ସେମାନେ ମୋତେ ଯାହା ଦେଉଛନ୍ତି ମୁଁ ସେଥିରୁ କେତେକ ଖାଦ୍ୟ ଖାଇ ପାରିବି ନାହିଁ କାରଣ ସେ ଖାଦ୍ୟ ମୋ’ ପାଇଁ ଆଲର୍ଜି । ମୁଁ ଭୋକିଲା ଅଛି ଆଉ ଶୋଷରେ ଅଛି । ମୁଁ ଏଠି କଷ୍ଟ ଅନୁଭବ କରୁଛି,’’ ସେ ସେହି ସାକ୍ଷାତକାରରେ କହିଥିଲେ ।

ତାଙ୍କ ଅଭିଯୋଗ ଆସିବା ପରେ SGPGIMSର ନିର୍ଦ୍ଦେଶକ ଆର. କେ. ଧିମାନ କହିଥିଲେ ଯେ କନିକା କପୁର ଡାକ୍ତରଖାନା କର୍ମଚାରୀଙ୍କ ଦ୍ୱାରା ସର୍ବୋତ୍ତମ ସୁବିଧା ଏବଂ ଚିକିତ୍ସା ପାଉଛନ୍ତି। ଡାକ୍ତରଖାନା ଧୂଳିମଳିରେ ଭରା ଓ ମଶାମାଛିରେ ପରିପୂର୍ଣ୍ଣ ବୋଲି କନିକାଙ୍କ ଦାବିକୁ ସେ ଖାରଜ କରିଥିଲେ ।

‘‘ତାଙ୍କ (କନିକାଙ୍କ) ନିକଟରେ ଥିବା ହସ୍ପିଟାଲର କର୍ମଚାରୀମାନେ ଚାରି ଘଣ୍ଟିଆ ଶିଫ୍ଟରେ ଅଛନ୍ତି । ସେହି ସମୟରେ ସେମାନେ ଆଣ୍ଟି-ଇନଫେକ୍ସନ୍ ଉପକରଣ ପିନ୍ଧିଥିବାରୁ କିଛି ଖାଇ ପିଇ ପାରିବେ ନାହିଁ । ପ୍ରତି ଚାରି ଘଣ୍ଟାରେ ଗୋଟିଏ ଦଳ ଯାଏ ଓ ଅନ୍ୟ ଏକ ଦଳ ଶିଫ୍ଟ ଦାୟିତ୍ୱ ନିଏ । ପ୍ରତି ଚାରି ଘଣ୍ଟାରେ ତାଙ୍କ କୋଠରୀ ସଫା କରାଯାଏ । କନିକା କପୁରଙ୍କ ଦାବି ସବୁ ଭିତ୍ତିହୀନ,’’ କହିଥିଲେ ଡଃ ଧିମାନ ।
First published: March 24, 2020, 11:21 PM IST