ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆଜି ବି ନିର୍ମାତା-ନିର୍ଦ୍ଦେଶକଙ୍କ ସହ ଲେଖକମାନଙ୍କର ପ୍ରଥମ ପସନ୍ଦ । କିନ୍ତୁ କରୋନା କଟକଣା ଯୋଗୁଁ ତାଙ୍କ ଅଭିନୟ କଳା ସାମ୍ନାରେ ଠିଆହୋଇଛି ଏକ ବଡ଼ ସଙ୍କଟ ।

ଅମିତାଭ ବଚ୍ଚନଙ୍କ କେତେ ରୂପ ଦେଖି ବି ଦର୍ଶକ ଆହୁରି ଦେଖିବାକୁ ବ୍ୟଗ୍ର ।
- News18 Odia
- Last Updated: June 2, 2020, 10:40 PM IST
ମୁମ୍ବାଇ: କିଏ ଜାଣିଥିଲା ଯେ ଚୀନରୁ ଆରମ୍ଭ ହୋଇଥିବା ଏହି ଭୟାନକ କରୋନା ଭାଇରସ୍ (Coronavirus) ସମଗ୍ର ବିଶ୍ୱକୁ ଏପରି ଶାସନ କରିବ ଯେ ଲୋକେ ଘରେ ବନ୍ଦୀ ହୋଇ ରହିବେ, କାମ ଧନ୍ଦା ନଷ୍ଟ ହୋଇଯିବ ଓ ଲୋକଙ୍କୁ ଜୀବିକା ନିର୍ବାହ ପାଇଁ ପୁଣି ଥରେ ସଂଗ୍ରାମ କରିବାକୁ ପଡ଼ିବ? ୭୭ ବର୍ଷ ବୟସରେ ପଦାର୍ପଣ କରି ବି ଶତାବ୍ଦୀର ସୁପରଷ୍ଟାର ଅମିତାଭ ବଚ୍ଚନ (Amitabh Bachchan) ନିଜ ଅଭିନୟର ଯାଦୁରେ ଲୋକଙ୍କ ହୃଦୟରେ ରହିଛନ୍ତି । କିନ୍ତୁ ବିଗ୍ ବିଙ୍କ ସାମ୍ନାରେ ଏକ ବଡ ସଙ୍କଟ ଆସି ପହଞ୍ଚିଛି । ପ୍ରଡ୍ୟୁସର ଗିଲ୍ଡ ଅଫ୍ ଇଣ୍ଡିଆ (Producers Guild of India)ର ନୂଆ ନିର୍ଦ୍ଦେଶାବଳୀ ବିଗ୍ ବି ଓ ଚଳଚ୍ଚିତ୍ର ନିର୍ମାତାମାନଙ୍କ ସାମ୍ନାରେ ଏକ ନୂଆ ସଙ୍କଟ ସୃଷ୍ଟି କରିଛି ।
ବଲିଉଡ (Bollywood) ମେଗାଷ୍ଟାର ଅମିତାଭ ବଚ୍ଚନ ନିର୍ମାତା-ନିର୍ଦ୍ଦେଶକଙ୍କ ସହ ଆଜି ମଧ୍ୟ ଲେଖକଙ୍କ ପ୍ରଥମ ପସନ୍ଦ । ବୟସର ଏହି ଉଞ୍ଚା ପାହାଚରେ ବି ସେ ନିଜକୁ ଫିଟ୍ ରଖି ବଲିଉଡରେ ଗୋଟିଏ ପରେ ଗୋଟିଏ ନୂଆ ହିଟ୍ ଫିଲ୍ମ ଦେଇଚାଲିଛନ୍ତି । ଲୋକେ ଆଜି ବି ତାଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ପସନ୍ଦ କରନ୍ତି ଓ ଲେଖକମାନେ ତାଙ୍କୁ ଧ୍ୟାନରେ ରଖି ସ୍କ୍ରିପ୍ଟ ଲେଖିବାକୁ ପସନ୍ଦ କରନ୍ତି । କିନ୍ତୁ କରୋନା ମହାମାରୀର ଏହି ସମୟ ସେମାନଙ୍କ ସାମ୍ନାରେ ଏକ ସଙ୍କଟ ସୃଷ୍ଟି କରିଛି ।

ନିଜ ନୂଆ ଫିଲ୍ମ ସେଟରେ ବିଗ୍ ବି
ଫିଲ୍ମ ‘ଗୁଲାବୋ ସିତାବୋ’ ଜୁନ୍ ୧୨ରେ OTTରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ସେ ଚଳିତ ବର୍ଷ ‘ବ୍ରହ୍ମାସ୍ତ୍ର’, ‘ବଟରଫ୍ଲାଇ’, ‘ଝୁଣ୍ଡ୍’, ‘ହେରା ଫେରି ୩’ ଓ ତାମିଲ ଚଳଚ୍ଚିତ୍ର ‘ଅୟର୍ନଥା ମଣିଥନ୍’ରେ ନଜର ଆସିବେ । ଏଥି ମଧ୍ୟରୁ କିଛି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଥିଲା, କିନ୍ତୁ ଲକଡାଉନ୍ ଚାଲିଥିବାରୁ ସୁଟିଂରେ ବ୍ରେକ୍ ଲାଗିଯାଇଥିଲା । ଏଥି ସହିତ ତାଙ୍କର ଆହୁରି କିଛି ଫିଲ୍ମ ଅଛି ଯାହାର ସୁଟିଂ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।
କେବିସିକୁ କ’ଣ ହୋଷ୍ଟ ବଦଳେଇବାକୁ ପଡିବ?
ସୋନି ଟିଭିରେ ପ୍ରସାରିତ ହେବାକୁ ଥିବା କୁଇଜ୍ ସୋ ‘କୌନ ବନେଗା କରୋଡ଼ପତି’ (Kaun Banega Crorepati, KBC)ରେ ବି ଅମିତାଭ ବଚ୍ଚନ ହୋଷ୍ଟ ହୋଇଛନ୍ତି । ‘କୌନ ବନେଗା କରୋଡ଼ପତି’ର ଏହି ସିଜିନ ପାଇଁ ରେଜିଷ୍ଟ୍ରେସନ ସମାପ୍ତ ହୋଇଛି, କିନ୍ତୁ ଏବେ ପ୍ରଶ୍ନ ହେଉଛି ଶୋ କିପରି ସୁଟ୍ ହେବ? ଶୋ’ର ପ୍ରୋମୋ ଓ ପଞ୍ଜୀକରଣ ପାଇଁ ପଚରାଯାଇଥିବା ପ୍ରଶ୍ନଗୁଡ଼ିକୁ ଅମିତାଭ ନିଜ ଘରୁ ଶୁଟିଂ କରୁଥିଲେ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କେବିସିର ହୋଷ୍ଟ ଏଥର ପରିବର୍ତ୍ତନ ହେବ କି? ଆଜ୍ଞା ହଁ, ଯଦି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ ଆରମ୍ଭ ହୁଏ, ତେବେ ଶୋ’ର ନିର୍ମାତାମାନଙ୍କୁ ତାହା କରିବାକୁ ପଡ଼ିପାରେ ।

ଏହି ମାସ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ଗୁଲାବୋ ସିତାବୋ’ର ଏକ ପୋଷ୍ଟର
ନୂଆ ନିର୍ଦ୍ଦେଶାବଳୀ ସବୁ କ’ଣ?
ଲକଡାଉନ୍ ପରେ ସୁଟିଂ ଆରମ୍ଭ କରିବା ପାଇଁ ପ୍ରଡ୍ୟୁସର ଗିଲ୍ଡ ଅଫ୍ ଇଣ୍ଡିଆ କେତେକ ନୂଆ ୱାର୍କିଂ ପ୍ରୋଟୋକଲ୍ ଓ ଗାଇଡଲାଇନ୍ ଜାରି କରିଛି । ତାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର ଓ ଟିଭି ସିରିଏଲର ସୁଟିଂ କରାଯିବ । ଗିଲ୍ଡ ୩୭ ପୃଷ୍ଠାର ଏକ ନିର୍ଦ୍ଦେଶାବଳୀ ଜାରି କରିଛି । ଏଥିରେ ଶୁଟିଂ ସମୟରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବା ବିଷୟରେ କୁହାଯାଇଛି । ସାମାଜିକ ଦୂରତା ରଖିବା, କାଷ୍ଟ ଓ କୃଙ୍କ ଡାକ୍ତରୀ ଯାଞ୍ଚ ସହିତ ଟ୍ରିପଲ୍ ଲେୟାର୍ ମାସ୍କ ଓ ସେଟର ସାନିଟାଇଜେସନ୍ ଆଜି ବାଧ୍ୟତାମୂଳକ କରାଯାଇଛି । ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏହି ନୂତନ ନିର୍ଦ୍ଦେଶାବଳୀରେ ୬୦ ବର୍ଷରୁ ଅଧିକ ବୟସ୍କ କଳାକାରଙ୍କୁ ପ୍ରଥମ ତିନି ମାସ ସେଟକୁ ଆସିବାକୁ ଦିଆଯିବ ନାହିଁ ।
ଚୀନ୍ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।
ଏହା ବି ପଢ଼ନ୍ତୁ:
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ