ସୁଶାନ୍ତ ସିଂ ରାଜପୁତଙ୍କ ସହ ରହୁଥିଲେ ଏହି ୩ ଜଣ ବ୍ୟକ୍ତି; ଆତ୍ମହତ୍ୟାର କାରଣ ପୋଲିସକୁ କହିଛନ୍ତି

ସବୁ ଦିନ ଭଳି ୩୪-ବର୍ଷୀୟ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ସକାଳ ପ୍ରାୟ ୬ଟାରେ ଉଠିଥିଲେ । ପ୍ରାୟ ସାଢ଼େ ୯ଟା ବେଳେ ଡାଳିମ୍ବ ରସ ପିଇବା ପରେ ସେ ନିଜ କୋଠରୀକୁ ଚାଲିଯାଇଥିଲେ । କ’ଣ ହେଲା ତା’ ପରେ?

ସୁଶାନ୍ତ ସିଂ ରାଜପୁତଙ୍କ ସହ ରହୁଥିଲେ ଏହି ୩ ଜଣ ବ୍ୟକ୍ତି; ଆତ୍ମହତ୍ୟାର କାରଣ ପୋଲିସକୁ କହିଛନ୍ତି
ସୁଶାନ୍ତ ସିଂ ରାଜପୁତ; (ଡାହାଣ) ତାଙ୍କ ବାନ୍ଦ୍ରା ଆବାସ ବାହାରେ ପୋଲିସ କର୍ମୀଙ୍କ ଭିଡ଼
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୁମ୍ବାଇ ପୋଲିସ୍‌ ତଦନ୍ତ ଜାରି ରଖିଛି । ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ବୟାନ ରେକର୍ଡ଼ କରିଛି । ପୋଲିସର କହିବା ଅନୁସାରେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ପ୍ରାୟ ୨ଟା ବେଳେ ଏକ କଲ୍‌ ପାଇଥିଲେ ଓ ତା’ ପରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ଘରକୁ ଡିସିପି ଅଭିଷେକ ତ୍ରିମୁଖେ ଓ ବାନ୍ଦ୍ରା ପୋଲିସର ଜଣେ କର୍ମଚାରୀଙ୍କୁ ପଠାଇଥିଲେ ।

ପୋଲିସ ପହଞ୍ଚିବା ପୂର୍ବରୁ ମୃତ ଦେହ ତଳକୁ ଓହ୍ଲାଇ ଦିଆଯାଇଥିଲା

ପୋଲିସର ସୂଚନା ଅନୁସାରେ ପୋଲିସ କର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚିବା ସମୟରେ ସେହି ଘରେ ତିନି ଜଣ ଲୋକ ଉପସ୍ଥିତ ଥିଲେ । ସେଠାରେ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଲୋକମାନେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଦେହକୁ ତଳକୁ ଓହ୍ଲାଇ ସାରିଥିଲେ ।

ପୋଲିସ ଏହି ମାମଲାରେ ସେଠାରେ ଉପସ୍ଥିତ ଥିବା ସୁଶାନ୍ତ ସିଂ ରାଜପୁତଙ୍କ ସୃଜନଶୀଳ ପରିଚାଳକ (creative manager) , ପରିଚାଳକ ଓ ତାଙ୍କ ରୋଷେଇଆ (chef)ଙ୍କ ବୟାନ ରେକର୍ଡ କରିଛି ।

ହସପିଟାଲରେ ପହଞ୍ଚିଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ।


ତିନି ଜଣଙ୍କ ବୟାନ ରେକର୍ଡ଼ କରାଯାଇଛି

ଏ ପର୍ଯ୍ୟନ୍ତ ରେକର୍ଡ଼ ହୋଇଥିବା ବୟାନରେ ସୁଶାନ୍ତ ସିଂ ରାଜପୁତଙ୍କ କ୍ରିଏଟିଭ୍ ମ୍ୟାନେଜର ତଥା ମ୍ୟାନେଜର କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ଡିପ୍ରେସନରେ ଥିଲେ, କିନ୍ତୁ ସେ ଏଥି ପାଇଁ କୌଣସି ଔଷଧ ଖାଉ ନ ଥିଲେ କିମ୍ବା ଧ୍ୟାନ (meditation) କରୁ ନ ଥିଲେ । କୋଠରୀରେ ଥିବା ସୁଶାନ୍ତ ସିଂ ରାଜପୁତଙ୍କ ଏହି ସୃଜନଶୀଳ ପରିଚାଳକ ଲକଡାଉନ୍ ଆରମ୍ଭ ହେବା ପର ଠାରୁ ସୁଶାନ୍ତ ସିଂ ରାଜପୁତଙ୍କ ବାସଭବନରେ ତାଙ୍କ ସହ ଏକାଠି ରହୁଥିଲେ।

ସବୁ ଦିନ ଭଳି ରବିବାର ସକାଳ ପ୍ରାୟ ୬ଟାରେ ସୁଶାନ୍ତ ସିଂ ରାଜପୁତ ଉଠିଥିଲେ । ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଡାଳିମ୍ବ ରସ ପିଇବା ପରେ ନିଜ କୋଠରୀକୁ ଚାଲିଯାଇଥିଲେ ।

ସମସ୍ତଙ୍କୁ ଲାଗୁଥିଲା ସୁଶାନ୍ତ ଶୋଇଛନ୍ତି

ପାଖାପାଖି ସାଢ଼େ ୧୧ଟା ବେଳେ ମଧ୍ୟାହ୍ନ ଭୋଜନର ମେନୁ ନେବା ପାଇଁ ରୋଷେଇଆ କବାଟ ଠକଠକ୍‌ କରିଥିଲା, କିନ୍ତୁ କବାଟ ଖୋଲି ନ ଥିଲା । ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଲାଗିଥିଲା ଯେ ସୁଶାନ୍ତ ଶୋଇଥିବେ । କିନ୍ତୁ ଯେତେବେଳେ ଦିନ ଗୋଟାଏ ପର୍ଯ୍ୟନ୍ତ କବାଟ ଖୋଲିଲା ନାହିଁ, ସେତେବେଳେ ଘରେ ଉପସ୍ଥିତ ଥିବା ରୋଷେଇଆ, ସୃଜନଶୀଳ ପରିଚାଳକ ଓ ପରିଚାଳକ କବାଟରେ ଜୋରରେ ଠକ୍ ଠକ୍ କରିବାକୁ ଲାଗିଲେ । ତା’ ପରେ ଏହି ତିନି ଜଣ ଫୋନ୍‌ କରି ଗୋରେଗାଓଁରେ ରହୁଥିବା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀକୁ ଡାକିଥିଲେ । ଚାବିବାଲାଙ୍କ ସାହାଯ୍ୟରେ କବାଟ ଖୋଲାଯିବା ପରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଦେହ ଫ୍ୟାନରେ ଝୁଲୁଥିଲା । ତାକୁ ଏହି ଲୋକମାନେ ତଳକୁ ଆଣିଥିଲେ ।

ମୋବାଇଲ୍ ଫୋନ୍ ଖୋଲାଯାଇ ପାରିନାହିଁ

ପୋଲିସ୍‌ ସୁଶାନ୍ତ ସିଂ ରାଜପୁତଙ୍କ ଫୋନ ଜବତ କରିଛି । ତଥାପି କୋଡ୍ ଲକ୍ ହୋଇଥିବା ଯୋଗୁଁ ତାକୁ ଏ ପର୍ଯ୍ୟନ୍ତ ଖୋଲାଯାଇ ପାରି ନାହିଁ । ପୋଲିସର ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ତଦନ୍ତରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ କୌଣସି କାରଣ ସାମନାକୁ ଆସିନାହିଁ ।

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 14, 2020, 8:51 PM IST