ଅଭିନେତା ସୁଶାନ୍ତ ସିଂ ରାଜପୁତ
News18 Odia Digital
ମୁମ୍ବାଇ: ବଲିଉଡ ତଥା ଟିଭି ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ମୁମ୍ବାଇରେ ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଲକଡାଉନ୍ ସମୟରେ ଏହି ଅଭିନେତା ଏକାକୀ ରହୁଥିଲେ । ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା ।
ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି, କିନ୍ତୁ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । କୁହାଯାଉଛି ଯେ କିଛି ଦିନ ହେବ ରାଜପୁତ ଭଲ ଅନୁଭବ କରୁ ନ ଥିଲେ । ଖବର ଅନୁଯାୟୀ ଏହି ଅଭିନେତା ମୁମ୍ବାଇର ବାନ୍ଦ୍ରାରେ ଥିବା ନିଜ ଘରେ ସେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହାର ସୂଚନା ମୁମ୍ବାଇ ପୋଲିସ ଦେଇଛି । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଉଛି । ଏହି ଘଟଣା ଜଣା ପଡ଼ିବା ପରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି ।

ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ନିର୍ମିତ ବାୟୋପିକ୍ 'ଏମ.ଏସ. ଧୋନି'ରେ ଧୋନିଙ୍କ ଭୂମିକାରେ ସୁଶାନ୍ତ
ସୁଶାନ୍ତ ସିଂ ରାଜପୁତ 'କେଦାରନାଥ', କ୍ରିକେଟ ତାରକା ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ନିର୍ମିତ ବାୟୋପିକ୍ 'ଏମ.ଏସ. ଧୋନି' ଓ ‘ଛିଛୋରେ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଟିଭି ସିରିଏଲ 'ପବିତ୍ର ରିସ୍ତା'ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ । ବିହାରର ପାଟନାରେ ଜନ୍ମ ହୋଇଥିବା ସୁଶାନ୍ତ ସିଂ ରାଜପୁତ 'କାଇପୋଚେ' ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ । କିଛି ଦିନ ତଳେ ତାଙ୍କ ମ୍ୟାନେଜର୍ ଦିଶାଙ୍କର ମୃତ୍ୟୁ ହୋଇଥିଲା ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।