ଅଭିନେତା ଋଷି କପୁର ଆଉ ନାହାନ୍ତି; କ୍ୟାନସର୍ ଛଡ଼େଇ ନେଲା ଏହି ରୋମାଣ୍ଟିକ୍ ହିରୋଙ୍କୁ

ଗତ କାଲି ବିଳମ୍ବିତ ରାତିରେ ମୁମ୍ବାଇରେ ଏକ ହସପିଟାଲରେ ଭର୍ତ୍ତି ହୋଇଥିଲେ ଋଷି କପୁର । ସେ କ୍ୟାନସରରେ ପୀଡ଼ିତ ଥିଲେ ଓ ଆମେରିକାରେ ଦୀର୍ଘ ଦିନ ଚିକିତ୍ସିତ ହେବା ପରେ ଗତ ସେପଟେମ୍ବର ମାସରେ ସେ ଭାରତ ଫେରିଥିଲେ ।

ଅଭିନେତା ଋଷି କପୁର ଆଉ ନାହାନ୍ତି; କ୍ୟାନସର୍ ଛଡ଼େଇ ନେଲା ଏହି ରୋମାଣ୍ଟିକ୍ ହିରୋଙ୍କୁ
ଅଭିନେତା ଋଷି କପୁର
  • News18 Odia
  • Last Updated: April 30, 2020, 11:47 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁରଙ୍କର ଆଜି ମାତ୍ର ୬୭ ବର୍ଷ ବୟସରେ ପରଲୋକ ହୋଇଛି । ମୁମ୍ବାଇର ଏକ ଘରୋଇ ହସପିଟାଲରେ ଏହି ଅଭିନେତା ଶେଷ ନିଶ୍ୱାସ ନେଇଛନ୍ତି । ତାଙ୍କ ନିଧନରେ ବଲିଉଡ ସମେତ ଭାରତୀୟ ସିନେମା ଜଗତରେ ଓ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି ।

ଗତ କାଲି ଲୋକପ୍ରିୟ ଅଭିନେତା ଇରଫାନ୍‌ ଖାନଙ୍କ ଅସମୟ ପରଲୋକ ହେବା ପରେ ଆଜି ଋଷି କପୁରଙ୍କ ନିଧନ ଖବର ହିନ୍ଦୀ ସିନେମା ଜଗତରେ ଦୁଃଖର ଏକ ବଜ୍ର ପରି ଆସି ପହଞ୍ଚିଛି । ଦେଶ ବିଦେଶରୁ ଏହି ଦୁଇ ଅଭିନେତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଶୋକ ସନ୍ଦେଶ ପଠେଇବା ଆରମ୍ଭ କରିଛନ୍ତି ।

ଋଷି କପୁର ଗତ କାଲି ବିଳମ୍ବିତ ରାତିରେ ମୁମ୍ବାଇରେ ଏକ ହସପିଟାଲରେ ଭର୍ତ୍ତି ହୋଇଥିଲେ । କ୍ୟାନସରରେ ପୀଡ଼ିତ ଥିଲେ ବଲିଉଡର ଏହି ଭେଟେରାନ ଅଭିନେତା । ଆମେରିକାରେ ଦୀର୍ଘ ଦିନ ହେଲା ସେ ଚିକିତ୍ସିତ ହେଉଥିଲେ । ଗତ ସେପଟେମ୍ବର ମାସରେ ସେ ଭାରତ ଫେରିଥିଲେ । ଫେବ୍ରୁଆରୀ ମାସରେ ଦୁଇ ଦୁଇ ଥର ସେ ହସପିଟାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ ।

ବିଗ୍ ବି ଅମିତାଭ୍ ବଚ୍ଚନଙ୍କ ସହ ଋଷି କପୁର


ଋଷି କପୁର ନିଜର ପ୍ରଥମ ଫିଲ୍ମ ‘ମେରା ନାଁ ଜୋକର’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ତାଙ୍କୁ ସମସ୍ତେ ସ୍ନେହରେ ‘ଚିଣ୍ଟୁ ଜୀ’ ଡାକୁଥିଲେ । ସେପ୍ଟେମ୍ବର ୪, ୧୯୫୨ରେ ରିଷି କପୁରଙ୍କ ଜନ୍ମ ହୋଇଥିଲା । ସେ ଥିଲେ ମହାନ ଅଭିନେତା ପୃଥ୍ୱୀରାଜ କପୁରଙ୍କ ନାତି ଓ ମହାନ ଅଭିନେତା ରାଜ କପୁରଙ୍କ ସୁପୁତ୍ର ।

ଯଦିଓ ସମସ୍ତେ କୁହନ୍ତି ‘ମେରା ନାମ ଜୋକର’ ଫିଲ୍ମରେ ସିନେମା ଦୁନିଆରେ ଋଷିଙ୍କ ଏଣ୍ଟ୍ରି ହୋଇଥିଲା, ନିଜ ବାପାଙ୍କ ଫିଲ୍ମ ‘ଶ୍ରୀ ୪୨୦’ରେ ଗୋଟିଏ ଗୀତରେ ପ୍ରଥମେ ପରଦାକୁ ଆସିଥିଲେ ଋଷି । ପିଲା ଦିନୁ ହିଁ ଅଭିନେତା ହେବାର ସ୍ବପ୍ନ ଦେଖିଥିଲେ ସେ । ଡିମ୍ପଲ କାପାଡିଆଙ୍କ ସହ ଅଭିନିତ ଫିଲ୍ମ ‘ବବି’ରେ ସେ ଅଭିନୟର ପରାକାଷ୍ଠା ଦେଖାଇଥିଲେ ।

୧୯୭୦ ରୁ ୨୦୦୦ ମସିହା ଭିତରେ ଗୋଟିଏ ପରେ ଗୋଟିଏ ଜନପ୍ରିୟ ଫିଲ୍ମରେ ଅଭିନୟ କରି କୋଟି କୋଟି ଲୋକଙ୍କ ହୃଦୟକୁ ଛୁଇଁଥିଲେ ଋଷି କପୁର । ତାଙ୍କ ଅଭିନିତ ୫୧ଟି ସୋଲୋ ହିରୋ ଫିଲ୍ମ ମଧ୍ୟରୁ ୧୧ଟି ଫିଲ୍ମ ବକ୍ସ ଅଫିସ୍ ରେ ହିଟ୍ ହୋଇଛି । ମଲ୍ଟି ହିରୋ ଫିଲ୍ମରେ ମଧ୍ୟ ଋଷିଙ୍କର ରହୁଥିଲା ଦବଦବା ।

ଏକ ରୋମାଣ୍ଟିକ୍ ପୋଜରେ ଋଷି କପୁର


ଋଷିଙ୍କ ହିଟ୍ ଫିଲ୍ମ ମଧ୍ୟରୁ ‘ବବି’, ‘ଲୈଲା ମଜନୁ’, ‘କର୍ଜ’, ‘ପ୍ରେମ୍ ରୋଗ୍‌’, ‘ନାଗିନା’ ଓ ‘ବୋଲ୍ ରାଧା ବୋଲ୍’ ଭଳି ଫିଲ୍ମ ଅଲ୍ ଟାଇମ୍ ହିଟ୍ ହୋଇ ରହିବ । ଶ୍ରୀଦେବୀଙ୍କ ସହ ତାଙ୍କ ଫିଲ୍ମ ‘ଚାନ୍ଦିନୀ’ ତ ସୁପର ହିଟ୍ ହେଇଥିଲା ।  କେବଳ ଅଭିନୟ ନୁହେଁ, ‘ଆ ଅବ୍ ଲୌଟ୍ ଚଲେଁ’ ଫିଲ୍ମ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରକୁ ମଧ୍ୟ ଓହ୍ଲାଇଥିଲେ ଋଷି କପୁର  ।

ବିଗ୍ ବି ଅମିତାଭ୍ ବଚ୍ଚନ ଙ୍କ ସହ ‘୧୦୨ ନଟ୍ ଆଉଟ୍’ ମଧ୍ୟ ରିଷିଙ୍କ ହିଟ୍ ଫିଲ୍ମରେ ସାମିଲ ରହିଛି । ଅଭିନୟ ଜଗତ ପାଇଁ ନିଜ ଅତୁଳନୀୟ ଅବଦାନ ପାଇଁ ଢେର୍ ପୁରସ୍କାର ସାଉଁଟିଛନ୍ତି ଋଷି କପୁର । ଅନେକ ଥର ଫିଲ୍ମ ଫେୟାର୍ ଆୱାର୍ଡ ପାଇଥିବା ଋଷିଙ୍କୁ ଋଷିଆ ସରକାର ମଧ୍ୟ ୨୦୦୯ରେ ସମ୍ନାନିତ କରିଥିଲେ ।
First published: April 30, 2020, 11:47 AM IST
corona virus btn
corona virus btn
Loading