News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କରୋନା ଭାଇରସ୍ ଟିକାକରଣରୁ କେହି ଯେମିତି ବାଦ୍ ପଡ଼ିବେନି ସେହି ଉଦ୍ଦେଶ୍ୟ ନେଇ ଟିକାକରଣ ପ୍ରକ୍ରିୟାକୁ ବ୍ୟାପକ କରିଛି ବି.ଏମ୍.ସି.। ବରିଷ୍ଠ ନାଗରିକ, ବସ୍ତି ବାସିନ୍ଦା ଓ ଦିବ୍ୟାଙ୍ଗଙ୍କ ପରେ ଏବେ ବି.ଏମ୍.ସି.ର ନଜରରେ ସହରାଞ୍ଚଳର ବାସହୀନମାନେ ଅଛନ୍ତି ।
ବି.ଏମ୍.ସି.ର ଏହି ସଦ୍ୟ ଅଭିଯାନରେ ବାଧକ ସାଜୁଛି ବାସହୀନମାନଙ୍କର ଆଧାର କାର୍ଡ଼ ଓ ଅନ୍ୟ ପରିଚୟ ପତ୍ର ନ ଥିବା ସମସ୍ୟା । ତୁରନ୍ତ ଏହି ସମସ୍ୟାର ସମାଧାନ କରି ସେମାନଙ୍କୁ ଟିକା ଦେବା ବ୍ୟବସ୍ଥା କରାଯିବାକୁ ଦାବି ହେଉଛି । ଡ୍ରାଇଭ୍-ଇନ୍ ଓ ଟୋକନ୍ ଜରିଆରେ ବରିଷ୍ଠ ନାଗରିକ, ବସ୍ତି ବାସିନ୍ଦା ଓ ଦିବ୍ୟାଙ୍ଗଙ୍କ ପାଇଁ ଟିକାକରଣର ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପରେ ବାସହୀନମାନଙ୍କ ଟିକାକରଣ ବ୍ୟବସ୍ଥା ପାଇଁ ଯୋଜନା କରୁଛନ୍ତି ବି.ଏମ୍.ସି. ଅଧିକାରୀମାନେ ।
ଏହା ବି ପଢ଼ନ୍ତୁ | ରିଲାଏନ୍ସ ଆରମ୍ଭ କଲା ଘରୋଇ କ୍ଷେତ୍ରର ସୁବଠୁ ବଡ଼ ମାଗଣା ଟିକାକରଣ ଅଭିଯାନ; ୮୮୦ ସହରରେ ହେବବି.ଏମ୍.ସି. ଦ୍ୱାରା ଚିହ୍ନଟ ହୋଇ ପଞ୍ଜିକୃତ ହୋଇଛନ୍ତି ପ୍ରାୟ ୩୦୦ ବାସହୀନ ଲୋକ । ସମସ୍ତଙ୍କୁ ରାଜଧାନୀର ଛଅଟି ସହରାଞ୍ଚଳ ବାସହୀନ କେନ୍ଦ୍ରରେ ଥଇଥାନ କରାଯାଇଛି । ହେଲେ କାହାରି ପାଖରେ ପରିଚୟ ପତ୍ର କିମ୍ବା ଆଧାର କାର୍ଡ଼ ନ ଥିବାରୁ ସେମାନଙ୍କ ଟିକାକରଣରେ ଉପୁଜିଛି ସମସ୍ୟା । ଅଧିକାଂଶ ବାଦ୍ ପଡିଛନ୍ତି ଟିକା ନେବାରୁ । ଫଳରେ କୋୱିନ୍ ଆପରେ ସମ୍ଭବ ହେଉନାହିଁ ପଞ୍ଜିକରଣ । ସମସ୍ୟାର ସମାଧାନ ପାଇଁ ବିଏମସି ନିକଟରେ ଦାବି କରିଛି ବାସହୀନଙ୍କ ପରିଚାଳନା ଦାୟିତ୍ବ ନେଇଥିବା ପତିତା ଉଦ୍ଧାର ସମିତି ।
ଏହା ବି ପଢ଼ନ୍ତୁ | ମେନିଞ୍ଜାଇଟିସ୍ ଏକ ଗୁରୁତର ରୋଗ; ଜାଣନ୍ତୁ ଏଥିରେ କ’ଣ ହୁଏ ଓ କେମିତି ନିଜକୁ ସୁରକ୍ଷିତ ରଖିବେ‘‘ଭୁବନେଶ୍ୱରର ଛଅଟି ଆଶ୍ରୟ ସ୍ଥଳୀରେ ଏବେ ପ୍ରାୟ ୨୦୦ ଲୋକ ଅଛନ୍ତି । କାହାରିକୁ ଏ ଯାଏଁ ଟିକା ମିଳିନି । କାହାର ପରିଚୟ ପତ୍ର ନାହିଁ ତ କାହାର ଆଧାର କାର୍ଡ଼ ନାହିଁ। ବି.ଏମ୍.ସି.କୁ ଆମେ ଏ ସମର୍କରେ କହିଛୁ । ସେମାନେ କହିଛନ୍ତି ଖୁବ୍ ଶୀଘ୍ର ଟିକା ବ୍ୟବସ୍ଥା କରାଯିବ । ସମସ୍ତେ ଟିକା ନେବା ଆବଶ୍ୟକ,’’ କହିଛନ୍ତି ପତିତା ଉଦ୍ଧାର ସମିତିର ସଦସ୍ୟା ପ୍ରିୟମ୍ବଦା ବିଶ୍ୱାଳ ।
ଏହା ବି ପଢ଼ନ୍ତୁ | ଅନୁପମ ଖେର୍ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’ବି.ଏମ୍.ସି.ର ଲକ୍ଷ୍ୟ କେହି ବି ଯେମିତି ବାଦ ପଡି଼ବେନି ଟିକାକରଣରୁ । ହେଲେ ଏହି ବର୍ଗକୁ ନେଇ ଚିନ୍ତାରେ ବି.ଏମ୍.ସି. । ସବୁ ବାସହୀନ କେନ୍ଦ୍ର ବୁଲି ଅନୁଧ୍ୟାନ କରିବା ସହ ସବୁ ଅନ୍ତେବାସୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛି ବି.ଏମ୍.ସି. । ରାଜ୍ୟ ସରକାରଙ୍କ ଅନୁମତି ପରେ ଦିନେ ଦୁଇ ଦିନ ମଧ୍ୟରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଜରିଆରେ ସମସ୍ତଙ୍କର ଟିକାକରଣ କରାଯିବ ବୋଲି ସୂଚନା ଦେଇଛନ୍ତି ବି.ଏମ୍.ସି.ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।
ଏହା ବି ପଢ଼ନ୍ତୁ | Gold Price: ରେକର୍ଡ଼ ଉଚ୍ଚତାରୁ ଏବେ ବି ୭,୬୦୦ ଟଙ୍କା ଶସ୍ତା ଅଛି ସୁନା; ଏହି ମାସ ମହଙ୍ଗା ହୋଇଛି‘‘କେହି ଜଣେ ବି ଯେମିତି ଟିକାକରଣରୁ ବାଦ ନ ପଡ଼ନ୍ତି ସେଥି ପାଇଁ ଆମେ ଯୋଜନା କରୁଛୁ । କମିଶନରଙ୍କ ନିର୍ଦେଶ କ୍ରମେ ଏବେ ସହରରେ ବାସ କରୁଥିବା ନିରାଶ୍ରୟ ମାନଙ୍କୁ ଟିକା ଦେବା ଲାଗି ଆରମ୍ଭ ହୋଇଛି ପ୍ରକିୟା,’’ କହିଛନ୍ତି ସେଠୀ ।
ଭୁବନେଶ୍ୱରରେ ଡ୍ରାଇଭ୍-ଇନ୍ ଭାକ୍ସିନେସନ କେନ୍ଦ୍ର ସଂଖ୍ୟାକୁ ପାଞ୍ଚରୁ ସାତକୁ ବୃଦ୍ଧି କରିବାକୁ ଯୋଜନା କରୁଛି ବି.ଏମ୍.ସି.। ଫରଚୁନ ଟାୱାର୍ ଓ କଳିଙ୍ଗ ନଗର କେ-୭ କଲ୍ୟାଣ ମଣ୍ଡପରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ବି କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ସେଠୀ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।