କରୋନା ନିୟମ ନ ମାନିବା ଯୋଗୁଁ ଭୁବନେଶ୍ୱରରେ ବିଭିନ୍ନ ଦୋକାନକୁ ସିଲ୍ କଲା BMC

ସାମାଜିକ ଦୂରତା ମାନି କିଣାବିକା କରିବାକୁ ଲୋକଙ୍କୁ ଓ ବ୍ୟବସାୟୀମାନଙ୍କୁ ଅନୁରୋଧ କରିଛି ନଗର ନିଗମ । ନିୟମ ଉଲ୍ଲଙ୍ଘନ ହେଲେ ମୋଟା ଅଙ୍କର ଜୋରିମାନା ଆଦାୟ ହେବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

କରୋନା ନିୟମ ନ ମାନିବା ଯୋଗୁଁ ଭୁବନେଶ୍ୱରରେ ବିଭିନ୍ନ ଦୋକାନକୁ ସିଲ୍ କଲା BMC
ଭୁବନେଶ୍ୱରର ବିଭିନ୍ନ ଦୋକାନ ବଜାରରେ ଦେଖିବାକୁ ମିଳିଛି ଭୀଷଣ ଭିଡ଼ ।
  • News18 Odia
  • Last Updated: June 11, 2020, 10:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଅନଲକ-୧ରେ କରୋନା ନିୟମ କୋହଳ ହୋଇଥିବାରୁ ଲୋକେ ସାମାଜିକ ଦୂରତା ରଖିବା, ହାତ ଧୋଇବା ଓ ସାନିଟାଇଜ କରିବାକୁ ଭୁଲିଯାଇଥିବା ଦେଖିବାକୁ ମିଳିଛି । ସେଇଥି ପାଇଁ ଆଜି ଭୁବନେଶ୍ୱରରେ କିଛି ଦୋକାନ ଓ ଶୋ ରୁମକୁ ସିଲ କରିଛି ନଗର ନିଗମ (ବି.ଏମ.ସି.)।

ରଜ ଆସୁଥିବାରୁ ଜନପଥରେ ଥିବା ପ୍ରସିଦ୍ଧ ଅମ୍ବର ଶାଢ଼ୀ ଦୋକାନରେ ଗହଳି ଦେଖିବାକୁ ମିଳିଥିଲା। ବିଏମସିର ଏନ୍‌ଫୋର୍ସମେଣ୍ଟ ଅଧିକାରୀମାନେ ସେଠାରେ ପହଞ୍ଚି ଦୋକାନ ଖାଲି କରାଇବା ସହ ଦୋକାନ ପରିସରକୁ ସିଲ୍‌ କରିଛନ୍ତି । ପୁରୀ ରୋଡ଼ରେ ଥିବା ‘ଭାଇ ଭାଇ’ ମିଠା ଦୋକାନ ଓ ଏକ ଓମଫେଡ ବୁଥକୁ ସିଲ କରାଯାଇଛି ।

ଲକଡାଉନ୍‌ ନିୟମ କୋହଳ ହେବା ପରେ ଦୋକାନ ବଜାର ଖୋଲିଥିବାରୁ ସବୁଠି ଲାଗିଛି ଗହଳି । ଆଗକୁ ରଜ ପର୍ବ ଥିବାରୁ ରାଜଧାନୀର ସବୁ ଦୋକାନ ବଜାରରେ ଲୋକଙ୍କ ନାହିଁ ନ ଥିବା ଗହଳି ଦେଖିବାକୁ ମିଳିଛି । ମାର୍କେଟ ବିଲ୍ଡିଂ, ଜନପଥ ଠାରୁ ଆରମ୍ଭ କରି ବଡ଼ ଶୋ ରୁମ ସବୁଠି ଗହଳି। ନୂଆ ଡ୍ରେସ ହେଉ କି ଫଳ ମାର୍କେଟ, ସବୁଠି ଭିଡ଼ ଜମିଛି। ସନ୍ଧ୍ୟା ପରେ ମାର୍କେଟ ଯିବା ଉପରେ କଟକଣା ଲାଗିବା ପରେ ଦିନରେ ଲୋକ ଗହଳି ରହୁଛି ।

ଦେକାନକୁ ସିଲ୍ କରିବା ପରେ ବି.ଏମ୍.ସି. କର୍ମଚାରୀମାନେ ଏମିତି ନୋଟିସ୍ କାନ୍ଥରେ ଲଗାଉଛନ୍ତି ।


ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟଡାଉନ ଥିବାରୁ ଓ ରବିବାର ପହିଲି ରଜ ହୋଇଥିବାରୁ ଲୋକେ ଏବେ ଠୁ କିଣାକିଣି ଆରମ୍ଭ କରିଦେଇଛନ୍ତି । ଲୋକେ ଭୁଲି ଯାଇଛନ୍ତି କରୋନା ସଂକ୍ରମଣ କଥା । ମାନୁନାହାନ୍ତି ସାମାଜିକ ଦୂରତା । ଏଭଳି ଭିଡ଼ରେ କେହି କାହା ଠାରୁ ଦୂରରେ ରହିବା ତ ଦୂରର କଥା, ହାତ ଧୋଇବା ଓ ସାନିଟାଇଜ କରିବାକୁ ଭୁଲିଯାଇଛନ୍ତି ଲୋକେ ।

ସାମାଜିକ ଦୂରତା ରକ୍ଷା କରି ଜିନିଷ କିଣାକିଣି କରିବା ସହ ଗହଳି ଜାଗାକୁ ନ ଯିବାକୁ ନିର୍ଦ୍ଦେଶ କେଇଛି ବିଏମସି । ଆସନ୍ତା କାଲି ଯଦିଓ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି, ସନ୍ଧ୍ୟାରେ ବିଶେଷ ଗହଳି ନ କରିବାକୁ କୁହାଯାଇଛି ।

ବିଭିନ୍ନ ସ୍ଥାନରେ ଅସମ୍ଭାଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି ।


‘‘ଲୋକଙ୍କ ସୁବିଧା ପାଇଁ ଦୋକାନ ବଜାର ଖୋଲିଛି, କିନ୍ତୁ ଲୋକେ ଭୁଲି ଯାଉଛନ୍ତି ନିୟମ । ସମସ୍ତେ ନିୟମ ମାନି କିଣାବିକା କରନ୍ତୁ, ନଚେତ ମୋଟା ଅଙ୍କର ଜୋରିମାନା ଦେବାକୁ ପ୍ରସ୍ତୁତ ରୁହନ୍ତୁ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଗୋଟିଏ ପଟେ ନୋଟିସ ଉପରେ ନୋଟିସ ପ୍ରକାଶ କରୁଛି ବିଏମସି, ଅନ୍ୟ ପଟେ ସାଧାରଣ ଲୋକେ ଏହାର ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି । ମାର୍କେଟ ବିଲ୍ଡିଂର ଛୋଟ ଦୋକାନ ଉପରେ କାହାରି ନଜର ପଡୁ ନ ଥିବା ବେଳେ ସେଠାରେ ଅସମ୍ଭାଳ ହୋଇଛି ଭିଡ଼ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 11, 2020, 10:31 PM IST
corona virus btn
corona virus btn
Loading