News18 Odia Digital
ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ମହାନଗର ନିଗମ ପକ୍ଷରୁ ପୁଣି ସିଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନବରତ ଭାବେ ଗହଳି ଲାଗୁଥିବାରୁ ଗୋଟିଏ ଦିନରେ ବି.ଏମ୍.ସି. ସିଲ୍ କରିଛି ଭୁବନେଶ୍ୱର କୋର୍ଟ କ୍ୟାମ୍ପସ୍ ସମେତ ଅନେକ ସରକାରୀ ଓ ବେସରକାରୀ ସଙ୍ଗଠନର ପରିସରକୁ ।
ସାତ ଦିନ ପାଇଁ ସିଲ୍ କରାଯାଇଛି ଲୁଇସ୍ ରୋଡ଼ସ୍ଥିତ ଭୁବନେଶ୍ୱର ଜୁଡିସିଆଲ୍ କମ୍ପ୍ଲେକ୍ସ ବା ଭୁବନେଶ୍ୱର କୋର୍ଟ କ୍ୟାମ୍ପସ୍ ।ଏହା ସହିତ ଭୁବନେଶ୍ୱର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଓ ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ବି ସିଲ୍ ହୋଇଛି । ଭୁବନେଶ୍ୱର କୋର୍ଟର ବହୁ କର୍ମଚାରୀ, ଆଇନଜୀବୀ ଓ ସେମାନଙ୍କ ପରିବାର ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବି.ଏମ୍.ସି. ଗୁରୁବାର ସକାଳୁ ସକାଳୁ କୋର୍ଟକୁ ସାତ ଦିନ ପାଇଁ ସିଲ୍ କରିଛି ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁଖାରବେଳ ନଗରରେ ଶ୍ରୀୟା ଛକ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସି.ସି.ପି.ସି. ଶାଖାକୁ ମଧ୍ୟ ଚାରି ଦିନ ପାଇଁ ସିଲ୍ କରିଛି ବି.ଏମ୍.ସି. । ଏହି ଶାଖାରୁ ମଧ୍ୟ ଏକାଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ନାଗେଶ୍ୱରଟାଙ୍ଗିସ୍ଥିତ ବେଞ୍ଚମାର୍କ ଇନଷ୍ଟିଚ୍ୟୁଟ ମଧ୍ୟ ସିଲ୍ ହୋଇଛି । ଏଠାରେ ନିୟମ ଉଲ୍ଲଙ୍ଘନ କରି ହଷ୍ଟେଲରେ ପିଲାମାନେ ରହି ପଢୁଥିବା ବେଳେ ଚଢ଼ାଉ କରିଥିଲେ ବି.ଏମ୍.ସି. ଅଧିକାରୀମାନେ । ଏହା ପରେ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?
ନାଗେଶ୍ୱରଟାଙ୍ଗିସ୍ଥିତ ବେଞ୍ଚମାର୍କ ଇନଷ୍ଟିଚ୍ୟୁଟ ମଧ୍ୟ ସିଲ୍ କରାଯାଉଛି ।
ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା‘‘ଆଗରୁ ଆମେ ବି.ଏମ୍.ସି.କୁ ଜଣାଇଥିଲୁ ଯେ କୋର୍ଟରେ ଅନେକଗୁଡି଼ଏ କରୋନା ପଜିଟିଭ୍ ମାମଲା ଏହାରି ଭିତରେ ଆସିଛି । ତେଣୁ ବି.ଏମ୍.ସି. ଅଧିକାରୀମାନେ ସକାଳୁ ଆସି ହଠାତ୍ କୋର୍ଟକୁ ସିଲ କରିଛନ୍ତି । ତେଣୁ ଆମେ ଏହି ନିୟମ ମାନିବୁ । ଯଦି କୌଣସି ଅତି ଇମର୍ଜେନ୍ସି କେସ୍ ଆସେ ତାହେଲେ ଭର୍ଚ୍ଚୁଆଲ୍ ମାଧ୍ୟମରେ କାମ ହେବ, କିନ୍ତୁ କୋର୍ଟ ସାତ ଦିନ ବନ୍ଦ ରହିବ,’’ କହିଛନ୍ତି ଭୁବନେଶ୍ୱର କୋର୍ଟର ବାର ଆସୋସିଏସନ୍ ସମ୍ପାଦକ ରାଜ କିଶୋର ଦାଶ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଓ ଫିଟ୍କିରି ପୂରାଉଛନ୍ତି’ଏହି ସିଲ୍ ପ୍ରକ୍ରିୟା ପରେ ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବି.ଏମ୍.ସି. ପକ୍ଷରୁ ପାତର ଅନ୍ତର ହୋଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱରର ୟୁନିଟ ୨ ମାର୍କେଟ ବିଲଡିଂକୁ ୪୮ ଘଣ୍ଟା ପାଇଁ ସିଲ୍ କରିବା ପରେ ଏହି ନିଷ୍ପତ୍ତିକୁ ବିରୋଧ କରିଛି ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସେସନ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅର୍ଶୀ ଖାନ୍ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଫ୍ୟାନ୍ ତାଙ୍କୁ KISS କରିଦେଲା; ଅଭିନେତ୍ରୀ ନର୍ଭସ୍ ହେଲେ!‘‘ଆଜି ପର୍ଯ୍ୟନ୍ତ ମାର୍କେଟ ବିଲଡିଂରେ କୌଣସି ବି ବ୍ୟବସାୟୀ ସଂକ୍ରମିତ ହୋଇନାହାନ୍ତି। ବିଏମସି ନିର୍ଦ୍ଦେଶକୁ ମଧ୍ୟ ପାଳନ କରୁଛୁ । କେବଳ ମାର୍କେଟ୍ ବିଲଡିଂଙ୍କୁ ସିଲ୍ କଲେ କରୋନା ସଂକ୍ରମଣ କମିବ, ଅଥଚ ୧ ନମ୍ବର ଓ ୪ ନମ୍ବର ମାର୍କେଟ ସମେତ କିଛି ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ଭିଡ଼ ରହୁଥିଲେ ବି ସେଠାରୁ ସଂକ୍ରମଣ ବ୍ୟାପିବ ନାହିଁ? ସେହି ସବୁ ମାର୍କେଟକୁ କାହିଁକି ସିଲ୍ କରୁନି ବି.ଏମ୍.ସି.?’’ ପ୍ରଶ୍ନ କରିଛନ୍ତି ସେଣ୍ଟ୍ରାଲ ମାର୍କେଟ ସଙ୍ଘ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ଏମିତି କହିବୁ ତ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀଏମିତି ମାର୍କେଟଗୁଡ଼ିକୁ ସିଲ୍ କରାଗଲେ ବ୍ୟବସାୟୀମାନଙ୍କ ପରିବାର କେମିତି ପ୍ରତିପୋଷଣ ହେବ ବୋଲି ସେ ପଚାରିଛଛନ୍ତି । ସେଥି ପାଇଁ ନିୟମ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ କରି ମାର୍କେଟ ବିଲଡିଂର ଯେଉଁ ବ୍ୟବସାୟୀମାନେ କୋଭିଡ ଗାଇଡ଼ଲାଇନ ମାନୁନାହାନ୍ତି କେବଳ ସେହି ଦୋକାନକୁ ସିଲ କରାଯାଉ ବୋଲି ସେ ଦାବି କରିଛନ୍ତି । ଏପରି ସବୁ ବ୍ୟବସାୟଙ୍କ ଉପରେ ଦାଉ ସାଜିବା ଠିକ ନୁହେଁ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ସାରା ଅଲ୍ଲୀ ଖାନଙ୍କ ପ୍ରେମ କାହାଣୀରେ ମମ୍ମି ଅମୃତା ସିଂ ଭିଲେନ୍ ସାଜୁଛନ୍ତି! ସେ ଚାହୁଁନାହାଁନ୍ତି ଯେ ସାରା...‘‘ଆମେ କୋଭିଡ ନିୟମ ଓ ବି.ଏମ୍.ସି.ର ଗାଇଡ଼ଲାଇନ ମାନି ଚଳୁଥିଲେ ବି ବି.ଏମ୍.ସି. ଆକ୍ରୋଶମୂଳକ ଭାବେ ପ୍ରତି ଥର କେବଳ ମାର୍କେଟ ବିଲ୍ଡିଂକୁ ସିଲ୍ କରୁଛି । ଯଦି କୌଣସି ଦୋକାନ ନିୟମ ଉଲ୍ଲଙ୍ଘନ କରୁଛି ସେହି ଦୋକାନ ଓ ବ୍ୟବସାୟୀ ଉପରେ ପଦକ୍ଷେପ ଗ୍ରହଣ କରାଯାଉ । ଲୋକେ ମନ ଇଚ୍ଛା ଅମାନିଆ ହୋଇ ବାହାରେ ବୁଲୁଛନ୍ତି, ଆଉ ଆମେ ଦଣ୍ଡ ଭୋଗୁଛୁ,’’ କହିଛନ୍ତି ପ୍ରଦ୍ୟୁମ୍ନ କୁମାର ଜେନା ।
ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ କମିବାର ନାଁ ନେଉନି । ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏବେ କଣ୍ଟେନମେଣ୍ଟ ଜୋନ୍ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।