ଭୁବନେଶ୍ୱରରେ ସ୍କୁଲଗୁଡ଼ିକରେ କରୋନା ନିୟମ ପାଳନ ହେଉଛି ନା ନାହିଁ? ବୁଲି ଦେଖିଲେ ଅଫିସର୍

ଏ ପର୍ଯ୍ୟନ୍ତ କରୋନା ଟିକା ନ ନେଇ ଛାତ୍ରଛାତ୍ରୀମାନେ ସ୍କୁଲ୍ ଆସୁଥିବାରୁ ସ୍କୁଲଗୁଡ଼ିକରେ କରୋନା ମାର୍ଗଦର୍ଶିକାର ଉପଯୁକ୍ତ ପାଳନ ଉପରେ ଗୁରୁତ୍ୱ ଦେଉଛି ବି.ଏମ୍.ସି. । ରାଜଧାନୀରେ କରୋନା ସହ ଏବେ ଡେଙ୍ଗୁ ଚିନ୍ତା ବଢ଼ାଇଛି ।

ଗୋଟିଏ କ୍ଲାସରୁମରେ ବି.ଏମ.ସି. ଜୋନାଲ୍ ଡେପୁଟି କମିଶନର (ଜେ.ଡି.ସି.) ପୁରନ୍ଦର ନନ୍ଦ

ଗୋଟିଏ କ୍ଲାସରୁମରେ ବି.ଏମ.ସି. ଜୋନାଲ୍ ଡେପୁଟି କମିଶନର (ଜେ.ଡି.ସି.) ପୁରନ୍ଦର ନନ୍ଦ

  • Share this:
News18 Odia Digital

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବା ବେଳେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କମିବାର ନାଁ ନେଉନି । ତା’ରି ଭିତରେ ଅଣାୟତ୍ତ ହେଉଛି ଡେଙ୍ଗୁ ପରିସ୍ଥିତି । ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ରେ ପହଞ୍ଚିଥିବାରୁ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଚିନ୍ତା ଘାରିଛି ରାଜ୍ୟ ସରକାର ଓ ବି.ଏମ୍‌.ସି.କୁ ।

କୋଭିଡ କଟକଣା ଭିତରେ ସ୍କୁଲ ଖୋଲିଥିବାରୁ କୋଭିଡ ମାର୍ଗଦର୍ଶିକା କିପରି ପାଳନ ହେଉଛି ତାହା ଜାଣିବା ପାଇଁ ସ୍କଲ୍‌ ଚେକିଙ୍ଗ କରୁଛନ୍ତି ବି.ଏମ୍‌.ସି. ଅଧିକାରୀମାନେ। ଛାତ୍ରଛାତ୍ରୀମାନେ ଟିକା ନେଇ ନ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଗୁରୁତ୍ବ ଦେଇ ଶୁକ୍ରବାର ଦିନ ବି.ଏମ.ସି. ନର୍ଥ ଜୋନର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଜୋନାଲ୍‌ ଡେପୁଟି କମିଶନର (ଜେ.ଡି.ସି.) ପୁରନ୍ଦର ନନ୍ଦ । କରୋନା ଓ ଡେଙ୍ଗୁ ବିଷୟରେ ପିଲାଙ୍କୁ ସଚେତନ କରିବା ସହ ଅନ୍ୟ ସମସ୍ତଙ୍କୁ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏହା ବି ପଢ଼ନ୍ତୁ | Reliance ନିଜ କର୍ମଚାରୀ ତାଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ କରୋନା ଟିକା ଲଗାଇସାରିଛି

ପୁରନ୍ଦର ନନ୍ଦ ବାଣୀବିହାର ଓ ସେଭେନ୍ଥ ବାଟାଲିୟନ ସ୍କୁଲ୍‌ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ ଓ ସ୍କୁଲଗୁଡ଼ିକ କୋଭିଡ଼ ନିୟମ ମାନୁଛନ୍ତି କି ନାହିଁ ତାହା ବୁଲି ଦେଖିଥିଲେ । ସାନିଟାଇଜର୍‌ ବ୍ୟବହାର କରିବା, ନିଜେ ପାଣି ବୋତଲ ଆଣିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବି ପିଲାମାନଙ୍କୁ ଶପଥ ପାଠ କରାଇଥିଲେ ନନ୍ଦ । ସ୍କୁଲ ଟାଇମ୍ ସରିବା ପରେ ବାହାରେ ଯେଉଁମାନେ ମାସ୍କ ପିନ୍ଧୁ ନଥିବେ ସେମାନଙ୍କୁ ଦେଖିଲେ ମାସ୍କ ପିନ୍ଧିବା ପାଇଁ କହିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହା ଛଡା ଡେଙ୍ଗୁର ପ୍ରତିକାର ପାଇଁ ନିଜ ଘର ଚାରି ପାଖ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ସେ କହିଥିଲେ ।

ଏହା ବି ପଢ଼ନ୍ତୁ | ପ୍ରତି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକର ଦାମ୍ କେତେ? ତାକୁ ବଜାରରେ ବିକିଲେ କେତେ ଟଙ୍କା ମିଳିବ ଜାଣନ୍ତୁ

‘‘ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ଆଦୌ ଟିକା ନେଇନାହାନ୍ତି। ସ୍କୁଲ ଖୋଲିବା ପରେ ସେମାନେ ଏକାଠି ହେଉଛନ୍ତି । ସେମାନଙ୍କୁ ବାରମ୍ବାର କୋଭିଡ ଓ ଡେଙ୍ଗୁ ବିଷୟରେ ଜଣାଇବା ଓ ସତର୍କ କରାଇବା ଆମ କର୍ତ୍ତବ୍ୟ,’’ କହିଥିଲେ ନନ୍ଦ ।

ଏହା ବି ପଢ଼ନ୍ତୁ | Horror Story: ଖାଇ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲା

ଭୁବନେଶ୍ୱରରେ ଖୋଲିଥିବା ସ୍କୁଲଗୁଡ଼ିକରେ କରୋନା ମାର୍ଗଦର୍ଶିକାର ଉପଯୁକ୍ତ ପାଳନ ହେଉଥିବା କହିଥିଲେ ଜେ.ଡି.ସି. । ସବୁ ସ୍କୁଲରେ ଜରୁରୀକାଳୀନ ଆଇସୋଲେଶନ ରୁମର ବ୍ୟବସ୍ଥା ହୋଇଛି ଓ ପାଠ ପଢ଼ାଇବା ବ୍ୟତୀତ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଧାନ ଶିକ୍ଷକ ନଜର ରଖୂଛନ୍ତି ବୋଲି ସେ କହିଥିଲେ । ଯଦି କାହା ପାଖରେ କୋରାନା ଲକ୍ଷଣ ଦେଖାଯାଏ ତୁରନ୍ତ ବି.ଏମ.ସି.କୁ ଖବର ଦେବା ପାଇଁ ସେ କହିଥିଲେ । କ୍ଲାସ ରୁମ୍ ଓ ଟଏଲେଟ୍ ପରିଷ୍କାର ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଏହା ବି ପଢ଼ନ୍ତୁ | ମିତାଲି ରାଜ୍ ବିଶ୍ୱ ODI ରାଙ୍କିଙ୍ଗରେ ଟପ୍ରେ ଅଛନ୍ତି; ସ୍ମୃତି ମନ୍ଧାନା T20ରେ କରିଅର୍ ବେଷ୍ଟ୍ତୃତୀୟ

‘‘ବି.ଏମ.ସି.ର ବରିଷ୍ଠ ଅଧିକାରୀ ଆସି ଆମ ସ୍କୁଲ ପରିଦର୍ଶନ କରିଥିଲେ । କ୍ଳାସରୁମ ଓ ବାଥରୁମ ସହ ଖେଳ ପଡିଆ ଓ ଚତୁଃପାର୍ଶ୍ଵ ବୁଲି ଅନୁଧ୍ୟାନ କରିଥିଲେ । ପିଲାଙ୍କ ସହ ଆଲୋଚନା ବି କରିଥିଲେ ଓ କୋଭିଡ ନିୟମ ଓ ସୁବିଧା ସମ୍ପର୍କରେ କହିଥିଲେ । ଆମେ ସବୁ ନିୟମ ମାନି ବ୍ୟବସ୍ଥିତ ଢଙ୍ଗରେ ପାଠପଢା ଆରମ୍ଭ କରିଛୁ । ତେଣୁ ଆମକୁ କୌଣସି ଡର ନାହିଁ,’’ କହିଥିଲେ ପ୍ରଧାନ ଶିକ୍ଷକ, ସେଭେନ୍ଥ ବାଟାଲିୟନ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ବୈଦ୍ୟନାଥ ନାୟକ ।



ଛାତ୍ରଛାତ୍ରୀମାନେ କରୋନା ଟିକା ନ ନେଇ ସ୍କୁଲ୍‌ ଆସୁଥିବାରୁ ସ୍କୁଲରେ ଉତ୍ତମ ଓ ସ୍ୱଚ୍ଛ ପରିବେଶ ରଖି ପାଠ ପଢା ଉପରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ଶିକ୍ଷା ବିଭାଗ ଓ ବି.ଏମ୍‌.ସି.।
Published by:Anand S.T. Das
First published: