ଲୋକଙ୍କୁ କରୋନା ବିଷୟରେ ସଚେତନ କରିବ ବି.ଏମ୍.ସି.ର ‘ସଚେତକ’ ମୋବାଇଲ ଆପ୍

ଭୁବନେଶ୍ୱରର ପ୍ରତି ୱାର୍ଡରେ କୋଭିଡ ସଚେତନତା କମିଟି ଗଠନ କରାଯିବ। ୪୦ ଜଣ ଭଲ୍ୟୁଣ୍ଟର ଏଥିରେ କାମ କରିବେ । ଛକ ବଜାର ସହ ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ସେମାନେ ।

ଲୋକଙ୍କୁ କରୋନା ବିଷୟରେ ସଚେତନ କରିବ ବି.ଏମ୍.ସି.ର ‘ସଚେତକ’ ମୋବାଇଲ ଆପ୍
ବିଏମସି ପକ୍ଷରୁ ସଚେତକ ମୋବାଇଲ୍ ଆପ୍ ଲଞ୍ଚ୍ କରାଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚିକିତ୍ସା ଅପେକ୍ଷା ପ୍ରତିକାର ଭଲ । ତେଣୁ ନିଜ ଅଭ୍ୟାସ ବଦଳେଇବା, ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା । ଏ ନେଇ ଲୋକଙ୍କୁ ସଚେତନ କରିଛି ବିଏମସି । ଆରମ୍ଭ ହୋଇଛି ନୂଆ ଅଭିଯାନ ‘ମୋ ଶପଥ, ନୂଆ ଅଭ୍ୟାସ’ । ନୂତନ ପରିବର୍ତ୍ତନ ସହ ବଞ୍ଚିବା ପାଇଁ ସ୍ୱଚ୍ଛତା ଅଭ୍ୟାସ ଅନୁସରଣ କରିବାକୁ ସମସ୍ତେ ପ୍ରତିଜ୍ଞା କରିବାକୁ ଅନୁରୋଧ କରିଛି ବିଏମସି।

କୋଭିଡ-୧୯ ରୋଗ ପାଇଁ ସୃଷ୍ଟି ହୋଇଥିବା ଜରୁରୀ ପରିସ୍ଥିତି ଦୂର ହେବା ପାଇଁ ସମୟ ଲାଗିବ। ଯେବେ ଯାଏ ପ୍ରତିଷେଧକ ଟୀକା ବା ଚିକିତ୍ସା ନ ବହାରିଛି, କରୋନା ଭୂତାଣୁ ଠାରୁ ଦୂରେଇ ରହିବାର ଫଳପ୍ରଦ ଉପାୟ ହେଉଛି ଆମର ଅଭ୍ୟାସ ଓ ଆଚରଣରେ ପରିବର୍ତ୍ତନ ।

‘‘ସାରା ବିଶ୍ୱର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଆମକୁ ନିର୍ଦ୍ଦିଷ୍ଟ କେତେକ ନିୟମ ଅଭ୍ୟାସ କରିବାକୁ ହେବ । ଯେମିତିକି ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ବା ମୁଁହକୁ ଘୋଡାଇବା । ପରସ୍ପର ଠାରୁ ଅନ୍ୟୁନ ଦୁଇ ମିଟରର ସାମାଜିକ ଦୂରତା ରକ୍ଷା କରିବା । ବାରମ୍ବାର ହାତ ଧୋଇବା ଅଭ୍ୟାସ ଜାରି ରଖିବା। ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପ୍ରମୁଖ ଅଭ୍ୟାସ କରିବାକୁ ପଡିବ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ଲୋକଙ୍କ ମଧ୍ୟରୁ କିଛି ।


କରୋନା ପ୍ରତିରୋଧ ପାଇଁ ଗୋଷ୍ଠୀର ଅଂଶଗ୍ରହଣ ଏକାନ୍ତ ଆବଶ୍ୟକ । ଗୋଷ୍ଠୀଗତ ଭାଗୀଦାରିତା ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହିତ ଏହି ଅଭ୍ୟାସଗୁଡିକୁ କଡ଼ାକଡ଼ି ଭାବେ ପାଳନ କରାଇବା ପାଇଁ ଦାୟିତ୍ୱ ନେବା । ଘରେ ଥିବା ରୋଗାକ୍ରାନ୍ତ ବ୍ୟକ୍ତି ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ବିଏମସି କମିଶନର।

ରୋଗକୁ ତଡିବା, ରୋଗୀକୁ ନୁହେଁ । ସେମାନଙ୍କୁ ମାନସିକ ଶାନ୍ତ୍ୱନା ଦେବା ଦ୍ୱାରା ଆଶୁ ସୁସ୍ଥତା ଆସିଥାଏ। କରୋନା ଆକ୍ରାନ୍ତଙ୍କ ପ୍ରତି ଏକ ଭେଦଭାବଶୂନ୍ୟ ବ୍ୟବହାର ଦେଖାଇବା ଏବଂ ରୋଗକୁ ନେଇ କୌଣସି ଘୃଣାଭାବ ଦେଖାଇବାରୁ ଦୂରେଇ ରହିବା । ଏ ନେଇ କୋଭିଡ ସଚେତନ କମିଟି ସଦସ୍ୟଙ୍କୁ ସଚେତନ କରାଯାଇଛି । ବିଏମସିର ପକ୍ଷରୁ ଏହି ନୂତନ କାର୍ଯ୍ୟକ୍ରମ ପାଇଁ ପ୍ରତି ୱାର୍ଡରେ କୋଭିଡ ସଚେତନ କମିଟି ଗଠନ କରାଯିବ। ୪୦ ଜଣ ଭଲ୍ୟୁଣ୍ଟର ଏଥିରେ କାମ କରିବେ। ଛକ ବଜାର ସହ ଆବଶ୍ୟକତା ଅନୁସାରେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ଭଲ୍ୟୁଣ୍ଟରମାନେ ।

ସହିଦ ନଗରରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ‘‘ଏମିତିରେ ଆମେ ସବୁ ବେଳେ ଲୋକଙ୍କୁ ସତର୍କ କରାଉଛୁ । ସାମାଜିକ ଦୂରତ୍ୱ ପାଇଁ ଅନୁରୋଧ କରୁଚୁ । ତେବେ ଏଭଳି ପରିସ୍ଥିତିରେ ଏହି କାର୍ଯ୍ୟକ୍ରମ ବେଶ ସହାୟକ ହେବ,’’ କହିଛନ୍ତି କୋଭିଡ ସଚେତନ କମିଟି ସଦସ୍ୟ ରାଜକିଶୋର ଦାସ ।

ପ୍ରତିଷେଧକ ନୁହେଁ, ପ୍ରତିକାର ଜରୁରୀ । ଏଥିପାଇଁ ବିଏମସି ପକ୍ଷରୁ ଆରମ୍ଭ ହୋଇଛି ଏହି ନୂଆ ଅଭିଯାନ ‘ମୋ ଶପଥ, ନୂଆ ଅଭ୍ୟାସ’ । ତା’ ସହ ଉନ୍ମୋଚିତ ହୋଇଛି ‘ସଚେତକ’ ମୋବାଇଲ ଆପ୍‌ ।  ଯେ କୌଣସି ବ୍ୟକ୍ତି ନିଜ ମୋବାଇଲରେ ଏହି ଆପ୍‌ ଡାଉନଲୋଡ କରି ପାରିବେ। କୋଭିଡ-୧୯ ସଚେତନତା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ତଥ୍ୟ ଏଥିରୁ ପାଇପାରିବେ । ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇ ପାରିବେ । ରେଳ ଓ ବିମାନ ସେବା ଆରମ୍ଭ ହୋଇଛି । ନିୟମିତ ଭାବେ ବାହାରୁ ଲୋକମାନେ ଓଡିଶା ଆସିଛନ୍ତି। ଏଭଳି ସ୍ଥିତିରେ ସତର୍କ ରହିବା ନିହାତି ଆବଶ୍ୟକ। ଏହି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରିବ ବିଏମସି ।

ଏହା ବି ପଢ଼ନ୍ତୁ:

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 31, 2020, 7:52 PM IST
corona virus btn
corona virus btn
Loading