ଭୁବନେଶ୍ୱରରେ କରୋନା: CMଙ୍କ ସମୀକ୍ଷା ପରେ ଆକ୍ସନ୍ ମୋଡ଼ରେ BMC, ମାଗିଲା ଅଧିକ ଫୋର୍ସ

ଏନଫୋର୍ସମେଣ୍ଟ ପାଇଁ ବି.ଏମ୍.ସି.କୁ ଅଧିକ ଫୋର୍ସ ମିଳିବା ପରେ ଏହାର ତିନୋଟି ଜୋନରେ ଛଅରୁ ଅଧିକ ସ୍କ୍ୱାର୍ଡ ଚଢ଼ାଉରେ ସାମିଲ ହେବେ । ସକାଳେ ସଚେତନ କରିବା କାମ ହେବ ଓ ଉପରବେଳା ଆକ୍ସନ ନିଆଯିବ ।

ଭୁବନେଶ୍ୱରରେ କରୋନା: CMଙ୍କ ସମୀକ୍ଷା ପରେ ଆକ୍ସନ୍ ମୋଡ଼ରେ BMC, ମାଗିଲା ଅଧିକ ଫୋର୍ସ
ରେଳ ଷ୍ଟେସନ (ଛବିରେ) ପରି ଜନଗହଳିପୂର୍ଣ୍ଣ ସ୍ଥାନରେ କଡ଼ାକଡି଼ ଚେକିଂ କରିବାକୁ ପ୍ରସ୍ତୁତ ହୋଇଛି ବି.ଏମ୍.ସି.।
  • News18 Odia
  • Last Updated: March 24, 2021, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀରେ କରୋନା ଭାଇରସ୍‌ ସଂକ୍ରମଣ ପୁଣି ବଢ଼ିବା ଆରମ୍ଭ ହୋଇଥିବାରୁ ଆକ୍ସନ୍‌ ମୁଡକୁ ଆସିଛି ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍‌.ସି.) । ବୁଧବାର ଠାରୁ ସବୁ ଗହଳି ସ୍ଥାନରେ ଚେକିଂ ଜୋରଦାର୍‌ କରିବା ସହ ଫାଇନ୍‌ ଆଦାୟ କରିବା ଆରମ୍ଭ କରିଛି ବି.ଏମ୍‌.ସି.ର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ।

ରେଳ ଷ୍ଟେସନ ଓ ବିମାନ ବନ୍ଦର ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ କଡ଼ାକଡି଼ ଚେକିଂ କରିବାକୁ ପ୍ରସ୍ତୁତ ହୋଇଛି ବି.ଏମ୍‌.ସି.। ଅମାନିଆଙ୍କୁ ପାନେ ଦେବା ଲାଗି ପ୍ରତ୍ୟେକ ଜୋନକୁ ଆବଶ୍ୟକ ପରିମାଣର ଫୋର୍ସ ମଧ୍ୟ ମାଗିଛି ବି.ଏମ୍‌.ସି. । ଗୁରୁବାର ଠାରୁ ଭୁବନେଶ୍ୱରର କଲେଜ ହଷ୍ଟେଲମାନଙ୍କରେ ଆରମ୍ଭ ହେବ କୋଭିଡ୍ ଟେଷ୍ଟିଂ ।

ଏହା ବି ପଢ଼ନ୍ତୁ | West Bengal ବିଜେପି ସଭାପତି ମର୍ଯ୍ୟାଦା ଭୁଲିଗଲେ, ମମତାଙ୍କୁ ବରମୁଣ୍ଡା ପିନ୍ଧିବାକୁ କହିଦେଲେ

ଏନଫୋର୍ସମେଣ୍ଟ ପାଇଁ ବି.ଏମ୍‌.ସି.କୁ ଅଧିକ ଫୋର୍ସ ମିଳିବା ପରେ ଏହାର ତିନୋଟି ଜୋନରେ ଛଅରୁ ଅଧିକ ସ୍କ୍ୱାର୍ଡ ଚଢ଼ାଉରେ ସାମିଲ ହେବେ । ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର । ସେଠାରେ କିଭଳି ଚାଲିଛି ଟେଷ୍ଟିଂ ତାହା ସେ ବୁଲି ଦେଖିଛନ୍ତି । ଟେଷ୍ଟିଂର ସଂଖ୍ୟା ଆହୁରି ବଢ଼ାଇବାକୁ ଲକ୍ଷ ରହିଛି ବୋଲି ସେ କହିଛନ୍ତି ।

ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ


‘‘ପୂର୍ବତଟ ରେଳବାଇ ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିବେଦନ କରାଯାଇଛି ବି.ଏମ୍‌.ସି.କୁ ସହଯୋଗ କରିବାକୁ । ସେମାନେ ନିଜ କର୍ମକର୍ତ୍ତାଙ୍କୁ ମଧ୍ୟ ଚେକିଂ ଓ ଟେଷ୍ଟିଙ୍ଗ କ୍ଷେତ୍ରରେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ଗୁରୁବାର ଠାରୁ ଭୁବନେଶ୍ୱରର ସବୁ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ହେବ ଯାଞ୍ଚ ଓ ଟେଷ୍ଟିଂ। ଟ୍ରାଇଡେଣ୍ଟ କଲେଜ ହଷ୍ଟେଲରେ ହେବ ପ୍ରଥମ ଟେଷ୍ଟିଂ । CRPF ପକ୍ଷରୁ ମଧ୍ୟ ଟେଷ୍ଟିଂ ପାଇଁ ଆବେଦନ କରାଯାଇଛି। ପର୍ଯ୍ୟାୟ କ୍ରମେ ସବୁ ହଷ୍ଟେଲରେ ହେବ ଟେଷ୍ଟିଂ ହେବ,’’ କହିଛନ୍ତି ବି.ଏମ୍‌.ସି. ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ।

ଏହା ବି ପଢ଼ନ୍ତୁ | ୨୪ କ୍ୟାରେଟ୍ ସୁନା କିଣିବାକୁ ଚାହୁଁଛନ୍ତି? ଗୋଲ୍ଡ ବଣ୍ଡରେ ନିବେଶ କରନ୍ତୁ; ଏହାର ଚାହିଦା ବଢ଼ୁଛି

ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ଏବଂ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ବି.ଏମ୍‌.ସି. ପକ୍ଷରୁ ସଚେତନତା, ଟେଷ୍ଟିଂ ଓ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଛି । କୋଭିଡ ସଚେତକଙ୍କୁ ପୁନଃ ନିୟୋଜିତ କରାଗଲାଣି । ସକାଳେ ସଚେତନ କରିବା କାମ ହେବ ଓ ଉପରବେଳା ଆକ୍ସନ ନିଆଯିବ ବୋଲି କହିଛନ୍ତି ଅଧିକାରୀମାନେ । ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନକୁ ସମାନ ଗୁରୁତ୍ୱ ଦିଆଯାଉଛି । ‘ମୁଁ ସଫେଇବାଲା ଗାଡ଼ି’ରେ ସବୁ ୱାର୍ଡରେ ସାହି ସାହି ବୁଲି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ପାଲା ଓ ଦାସକାଠିଆ ଭଳି ଲୋକ କଳା ମାଧ୍ୟମରେ ଭ୍ରାମ୍ୟମାଣ ଗାଡ଼ିରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଖନନ ସମୟରେ ମିଳିଲା ଏହି ବିଶେଷ ବସ୍ତୁ; ସଂରକ୍ଷିତ ରଖାଯାଇଛି

XIMBରେ ପ୍ରଥମ ଦିନ ୨୦୧ ଓ ଦ୍ଵିତୀୟ ଦିନରେ ୮୬ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ସବୁର RTPCR ଟେଷ୍ଟ କରାଯାଇଛି । ସବୁଗୁଡିକ ନେଗେଟିଭ ଆସିଛି । ଗତ ସପ୍ତାହେ ହେଲା ଭୁବନେଶ୍ୱରରେ ମଧ୍ୟ ଟେଷ୍ଟିଂ ସଂଖ୍ୟା ବୃଦ୍ଧି ହେଇଛି । ବର୍ତ୍ତମାନ ରାଜଧାନୀରେ ୧୦୪ଟି ଆକ୍ଟିଭ୍ କେସ ରହିଛି । ସମୁଦାୟ ସଂଖ୍ୟା ପହଞ୍ଚିଛି ୩୨,୧୯୬ରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଛେଳି ସହିତ ସେଲ୍ଫି ନେଉଥିଲେ ଯୁବତୀ; ଛେଳି ତାଙ୍କୁ ଆକ୍ରମଣ କଲା; VIDEO ଭାଇରାଲ୍ ହେଲା

୨୦ ତାରିଖରେ ୧୪ ଜଣ, ୨୧ ତାରିଖରେ ୧୫ ଜଣ, ୨୨ରେ ୩୪ ଜଣ, ୨୩ରେ ୧୪ ଜଣ ପଜିଟିଭ୍ ବ୍ୟକ୍ତି ସାମନାକୁ ଆସିଥେଲେ । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ କୋଭିଡ଼ ସଚେତକମାନେ ଲୋକଙ୍କୁ ସଚେତନ କରାଉଛନ୍ତି ।



‘‘ଲୋକଙ୍କୁ କୋଭିଡ ନିୟମ ମାନିବା ପାଇଁ ଆମେ ସଚେତନ କରୁଛୁ । ତା’ ଛଡ଼ା ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି । ସେ ନେଇ ତୁରନ୍ତ ଖବର ଦେବାକୁ ସଚେତକମାନଙ୍କୁ କୁହାଯାଇଛି,’’ କହିଛନ୍ତି କୋଭିଡ ସଚେତକ ଶିବ ସୁଆର ।
Published by: Anand Shankar Thankur Das
First published: March 24, 2021, 11:56 PM IST