ଭୁବନେଶ୍ୱରରେ ଟିକାକରଣ: ‘୧୯୨୯ କଲ୍ ସେଣ୍ଟର୍ ବ୍ୟାପକ ହେବ, ଟିକା କେନ୍ଦ୍ରରେ ଭିତ୍ତିଭୂମି ବଢ଼ାଯିବ’

ବି.ଏମ୍.ସି. କମିଶନର ଭାବରେ ଦାୟିତ୍ଵ ବହନ କରିବା ପରଠାରୁ ସଞ୍ଜୟ ସିଂ ପ୍ରତି ଦିନ ଟିକାକରଣ କେନ୍ଦ୍ର ବୁଲି ଦେଖୁଛନ୍ତି । ପିଇବା ପାଣି ଓ ଛାଇର ବ୍ୟବସ୍ଥା ସୁଚାରୁ ରୂପେ ହୋଇଛି କିଁ ନାହିଁ ତାହା ଦେଖିବା ସହ ଟିକାକରଣରେ ତ୍ରୁଟି ରହୁଛି କି ବୋଲି ଲୋକଙ୍କୁ ପଚାରି ବୁଝୁଛନ୍ତି ।

ଭୁବନେଶ୍ୱରରେ ଟିକାକରଣ: ‘୧୯୨୯ କଲ୍ ସେଣ୍ଟର୍ ବ୍ୟାପକ ହେବ, ଟିକା କେନ୍ଦ୍ରରେ ଭିତ୍ତିଭୂମି ବଢ଼ାଯିବ’
ଗୋଟିଏ ଟିକାକରଣ କେନ୍ଦ୍ରରେ ଲୋକେ ଧାଡ଼ି ବାନ୍ଧି ଠିଆ ହୋଇଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଟିକାକରଣରେ ବ୍ୟାପକ ଅବ୍ୟବସ୍ଥା ନେଇ ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍‌.ସି.) ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ରାଜଧାନୀରେ ଚାଲିଥିବା ଟିକାକରଣ କେନ୍ଦ୍ରଗୁଡ଼ିକ ବୁଲିଦେଖିଛନ୍ତି ନୂଆ କମିଶନର ସଞ୍ଜୟ ସିଂ । ହେଲେ ଏବେ ବି ଅନେକ ଟିକାକରଣ କେନ୍ଦ୍ରରେ ଘୋର୍‌ ଅବ୍ୟବସ୍ଥା ଜାରି ରହିଛି ।

ୟୁନିଟ୍‌ ୩ରେ ଥିବା ସହାରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଚାଳିତ ଟିକାକରଣ କେନ୍ଦ୍ର ବୁଲିଦେଖିଥିଲେ ସଞ୍ଜୟ ସିଂ । ବି.ଏମ୍‌.ସି. କମିଶନର ଭାବରେ ଦାୟିତ୍ଵ ବହନ କରିବା ପରେ ସେ ପ୍ରତି ଦିନ ଟିକାକରଣ କେନ୍ଦ୍ର ବୁଲି ଦେଖୁଛନ୍ତି । ପିଇବା ପାଣି ଓ ଛାଇର ବ୍ୟବସ୍ଥା ସୁଚାରୁ ରୂପେ ହୋଇଛି କିଁ ନାହିଁ ତାହା ଦେଖିବା ସହ ଟିକାକରଣରେ ତ୍ରୁଟି ରହୁଛି କି ବୋଲି ବି ଲୋକଙ୍କୁ ପଚାରି ବୁଝୁଛନ୍ତି ।

ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

‘‘ଆଗକୁ ୧୯୨୯ କଲ୍‌ ସେଣ୍ଟରକୁ ଅଧିକ ବ୍ୟାପକ କରାଯିବ। ଟିକାକରଣ କେନ୍ଦ୍ରରେ ଭିତ୍ତିଭୂମି ବଢ଼ାଯିବ । ଟେଲିଫୋନ୍‌ ନମ୍ୱର୍ ବି ବଢ଼ାଯିବ ଓ ଅଧିକ କର୍ମଚାରୀ ନିୟୋଜିତ କରାଯିବ । ଭୁବନେଶ୍ବରରେ ସଂକ୍ରମଣ ବଢୁଥିବାରୁ ବି.ଏମ୍‌.ସି. ସଜାଗ ରହିଛି । ବସ୍ତିଗୁଡ଼ିକ ଉପରେ ଆମର ବିଶେଷ ନଜର ରହିଛି,’’ କହିଛନ୍ତି ସଞ୍ଜୟ ସିଂ।

ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

ଅନେକ ଟିକାକରଣ କେନ୍ଦ୍ରରେ ହ୍ୱିଲ୍ ଚେୟାର୍ ବ୍ୟବସ୍ଥା ନାହିଁ ।


ପ୍ରଥମ ଓଳିରେ କେତେ ଟିକା ନେଉଛନ୍ତି ୧୮ ବର୍ଷରୁ ୪୪ ବର୍ଷ ବୟସର ବ୍ୟକ୍ତିମାନେ ଓ ଦିତୀୟ ଓଳିରେ ବରିଷ୍ଠ ନାଗରିମାନେ ଟିକା ନେଉଛନ୍ତି । ବିଜେବି ନଗର ଓ କପିଳ ପ୍ରସାଦ ସହରାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ପ୍ରବଳ ଭିଡ଼ ଦେଖାଯାଉଛି ଓ ତା’ ପରେ ପ୍ରାୟ ଫାଙ୍କା ରହୁଛି । ଏଠାରେ ୧୮ ବର୍ଷରୁ ୪୪ ବର୍ଷ ବୟସର ବର୍ଷର ବ୍ୟକ୍ତି ଟିକା ନେଉଥିବାରୁ ଲମ୍ବା ଲାଇନ୍ ଲାଗୁଛି । ବରିଷ୍ଠଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଉପର ଓଳିରେ ମଧ୍ୟ ସାଙ୍ଘାତିକ ଗହଳି ରହୁଛି । ପ୍ରଥମ ଓଳି ଠାରୁ ଏହି ଗହଳି ବଳି ଯାଉଥିବା ଦେଖାଯାଉଛି ।

ଏହା ବି ପଢ଼ନ୍ତୁ | Reliance Oxygen ଯୋଗାଣକୁ ସୁପ୍ରିମ୍ କୋର୍ଟରେ ସ୍ୱାଗତ କରାଗଲା; ମୁକେଶ ଅମ୍ବାନୀ ତଦାରଖ କରୁଛନ୍ତି

ଏହାର ଗୋଟିଏ କାରଣ ଏହା ଯେ ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୮-୪୪ ବର୍ଷର ବ୍ୟକ୍ତିମାନଙ୍କ ପାଇଁ ୨୦୦ ଟିକା ମହଜୁଦ ଥିବା ବେଳେ ଅପରାହ୍ଣରେ ୪୫ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ପାଇଁ ୩୦୦ ଟିକା ମହଜୁଦ ରହିଛି । କପିଳ ପ୍ରସାଦରେ ଥିବା ଟିକାକରଣ କେନ୍ଦ୍ରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ହ୍ୱିଲ୍‌ ଚେୟାର୍‌ ବ୍ୟବସ୍ଥା ବି ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

କ୍ୟାପିଟାଲ୍‌ ହସ୍ପିଟାଲରେ ଦିନ ସମୟରେ ପତଳା ଭିଡ଼ ରହୁଥିବା ଦେଖାଯାଉଛି । ଏଠାରେ ଦୈନିକ ୧,୫୦୦ ଟିକା ମହଜୁଦ ରହିଥିବା ବେଳେ କର୍ମଚାରୀଙ୍କ ସଂଖ୍ୟା ବଢୁଥିବାରୁ ଦୁଇ ଦିନ ହେଲା ଗହଳି କମିଛି । ବରିଷ୍ଠ ନାଗରିକମାନେ କେବଳ ଆଧାର କାର୍ଡ଼ ଆଣି ଟିକା ନେଉଥିବାରୁ ଉପର ବେଳା ଗହଳି ରହୁଛି ।



ପୁରୁଣା ଭୁବନେଶ୍ବରରେ ଥିବା ବି.ଏମ୍‌.ସି. ହସ୍ପିଟାଲରେ ସାମାଜିକ ଦୂରତା ଫେଲ୍‌ ମାରିଥିବା ଦେଖାଯାଇଛି । ଏଠାରେ ଦୈନିକ ୭୦୦ ଟିକା ମହଜୁଦ ରହୁଛି । ଟିକାକରଣ କେନ୍ଦ୍ରଗୁଡ଼ିକରେ ଯେଉଁ ଯେଉଁ ସମସ୍ୟା ରହିଛି ତା’ର ସମାଧାନ ପାଇଁ ଯଥେଷ୍ଟ ଉଦ୍ୟମ ହେଉ ନ ଥିବା ଅଭିଯୋଗ କରିଛନ୍ତି ହିତାଧିକାରୀମାନେ ।
Published by: Anand ST Das
First published: May 16, 2021, 11:49 PM IST