ଭୁବନେଶ୍ୱରରେ କାଉନସେଲିଂ କରି କରୋନା ରୋଗୀଙ୍କ ମନୋବଳ ଦୃଢ଼ ରଖୁଛି କଲ୍ ସେଣ୍ଟର୍

Call centre for COVID patients in Bhubaneswar | ବିଏମସି ପକ୍ଷରୁ କରୋନା ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ସହ ମାନସିକ ସ୍ତରରେ ସେମାନଙ୍କୁ ସୁସ୍ଥ ରଖିବାକୁ କାଉନସେଲିଂ କରାଯାଉଛି । ଏବେ ଭୁବନେଶ୍ୱରରେ ପ୍ରାୟ ୨,୦୦୦ ଜଣ ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି ।

ଭୁବନେଶ୍ୱରରେ କାଉନସେଲିଂ କରି କରୋନା ରୋଗୀଙ୍କ ମନୋବଳ ଦୃଢ଼ ରଖୁଛି କଲ୍ ସେଣ୍ଟର୍
କଲ୍ ସେଣ୍ଟରରେ କାର୍ଯ୍ୟରତ କାଉନସେଲରମାନେ
  • News18 Odia
  • Last Updated: August 27, 2020, 8:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସହରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ହସ୍ପିଟାଲ ସହ କୋଭିଡ କେୟାର ସେଣ୍ଟର ଓ ହୋମ ଆଇସୋଲେସନରେ ରହି ରୋଗୀ ଚିକିତ୍ସିତ ହେଉଛନ୍ତି। ହେଲେ ଅନେକ ସମୟରେ ଦେଖାଯାଉଛି ଯେ ହୋମ ଆଇସୋଲେସନ ଓ କ୍ୱାରେଣ୍ଟାଇନରେ ରହୁଥିବା ଲୋକେ ମାନସିକ ସ୍ତରରେ ଦୁର୍ବଳ ହୋଇପଡୁଛନ୍ତି। ତେଣୁ କୋଭିଡ ଚିକିତ୍ସା ସହ ମାନସିକ ସ୍ତରରେ ସେମାନଙ୍କୁ ସୁସ୍ଥ ରଖିବାକୁ ପ୍ରୟାସ ଚଳାଇଛି ବିଏମସି । ଏ ନେଇ ବିଏମସି ତରଫରୁ ରୋଗୀଙ୍କ କାଉନସେଲିଂ କରାଯାଉଛି।

କୋଭିଡ ପରିଚାଳନା କ୍ଷେତ୍ରରେ ବିଏମସି ତରଫରୁ ୧୯୨୯ ହେଲପଲାଇନ ନମ୍ବର କାର୍ଯ୍ୟ କରୁଛି। ଏହି ନମ୍ବରକୁ କଲ କରି କୋଭିଡ ସମ୍ପର୍କିତ ଯେ କୌଣସି ତଥ୍ୟ ଆପଣ ପାଇପାରିବେ । ବର୍ତ୍ତମାନ ରୋଗୀଙ୍କ କାଉନସେଲିଂ ସୁବିଧା ପ୍ରଦାନ କରୁଛି ଏହି ହେଲପଲାଇନ। ରୋଗୀଙ୍କୁ କାଉନସେଲିଂ କରିବା ସହ ସେମାନଙ୍କ ମନୋବଳ ଦୃଢ଼ କରୁଛନ୍ତି ୧୯୨୯ରେ କାର୍ଯ୍ୟ କରୁଥିବା ମନୋବିଜ୍ଞାନୀ ଓ କାଉନସେଲରମାନେ।

ହୋମ ଆଇସୋଲେସନରେ ଥିବା ଅଧିକାଂଶ ବ୍ୟକ୍ତି ଏହି କଲ ସେଣ୍ଟରକୁ ଫୋନ କରି ନିଜର ସୁବିଧା ଅସୁବିଧା ବାବଦରେ ଜଣାଉଛନ୍ତି । କାଉନସେଲରମାନେ ହସ୍ପିଟାଲ ସିଫ୍ଟିଙ୍ଗ ପାଇଁ ସହଯୋଗ କରୁଥିବା ବେଳେ ତିନି ଜଣ କାଉନସେଲର ଓ ଦୁଇ ଜଣ କ୍ଲିନିକାଲ ମନୋବିଜ୍ଞାନୀଙ୍କ ସହ କ୍ୟାପିଟାଲ ହସ୍ପିଟାଲ ତରଫରୁ ନିୟୋଜିତ ହୋଇଥିବା ଜଣେ ମନୋସାମାଜିକ କର୍ମୀ ଭୁବନେଶ୍ୱର ସ୍ମାର୍ଟ ସିଟି କାର୍ଯ୍ୟାଳୟରେ ଥିବା ୧୯୨୯ କେନ୍ଦ୍ରର କାର୍ଯ୍ୟ ତୁଲାଉଛନ୍ତି ।

ଆସୁଥିବା ଫୋନ କଲକୁ ମନୋସାମାଜିକ ପରିପ୍ରେକ୍ଷୀରେ ଉତ୍ତର ଦେଇ ମହାମାରୀ କରୋନା ସମ୍ପର୍କିତ ବ୍ୟକ୍ତିଗତ ସମସ୍ୟାକୁ ଯଥା ସମ୍ଭବ ସମାଧାନ କରିବାକୁ ଚେଷ୍ଟା କରାଯାଉଛି। ଏହି ଟିମରେ କ୍ଲିନିକାଲ ମନୋବିଜ୍ଞାନୀ ଭାବେ ଲୋପାମୁଦ୍ରା ମଲ୍ଲିକ ଓ ସୁରେଶ ନାୟକ ଏବଂ ମନୋସମାଜିକ କର୍ମୀ ଭାବେ ସ୍ମୃତିଲେଖା ଦାସ ରହିଛନ୍ତି। କାଉନସେଲରମାନେ ସିଫ୍ଟ ଅନୁସାରେ କାମ କରୁଛନ୍ତି।

‘‘ପଜିଟିଭ ଥାଇ ଘରେ ବସି ରହିଲେ ଲୋକମାନଙ୍କୁ ନିଶ୍ଚିତ ଭାବେ ଏକାନ୍ତ ବୋଧ ହେବ। ସେମାନେ ଏକୁଟିଆ ବସି ରହୁଛନ୍ତି । କାମ କିଛି ନାହିଁ । ଅଯଥା ଚିନ୍ତାରେ ବୁଡ଼ି ରହିବା ସ୍ୱାଭାବିକ। ଏଭଳି ପରିସ୍ଥିତିରେ ଆମେ ସେମାନଙ୍କୁ ସକରାତ୍ମକ ମନୋଭାବ ପୋଷଣ କରିବା, ସୃଜନାତ୍ମକ କାର୍ଯ୍ୟରେ ଲାଗିପଡିବା, ବ୍ୟସ୍ତ ନ ହୋଇ ସମୟର ଚାପକୁ ସମ୍ଭାଳିବା ଓ ନିୟମ ମାନି ରହିବାକୁ ବାରମ୍ବାର ବୁଝାଇଥାଉ,’’ କହିଛନ୍ତି କ୍ଲିନିକାଲ ମନୋବିଜ୍ଞାନୀ ଲୋପମୁଦ୍ରା ମଲ୍ଲିକ।

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ବି ପଢ଼ନ୍ତୁ Watch VIDEO: କୋଭିଡ-୧୯ରେ ମୃତ୍ୟୁ ପୂର୍ବରୁ କହିଗଲେ ଆମେରିକୀୟ ମହିଳା: ‘ମାସ୍କ ପିନ୍ଧନ୍ତୁ’

ଏପରିକି ଯେଉଁମାନେ ସଙ୍ଗରୋଧରେ ବା ହସ୍ପିଟାଲରେ ରହନ୍ତି ସେମାନଙ୍କୁ ନିଜର ସଂକ୍ରମଣ କେତେ, ଏହା ଆଉ କେତେ ଦିନ ରହିବ, ଲୋକେ କ’ଣ କହିବେ, କାର୍ଯ୍ୟସ୍ଥଳୀରେ ଚଳାଚଳ କିପରି ହେବ, ଘରେ ପରିବାର ଏବଂ ପିଲାପିଲି କଣ କରୁଛନ୍ତି ଓ ସବୁ କିଛି କିପରି ଚାଲିଛି ଆଦି ଚିନ୍ତା ଘାରିଥାଏ । ଏ ବାବଦରେ ଆମେ ସେମାନଙ୍କୁ ସହଯୋଗ କରି ସେମାନଙ୍କ ମନୋବଳ ଦୃଢ଼ କରାଯାଉଛି ବୋଲି ମନୋବିଜ୍ଞାନୀମାନେ କହିଛନ୍ତି ।



ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ପ୍ରାୟ ୨,୦୦୦ ଜଣ ହୋମ ଆଇସୋଲେସନରେ ରହିଥିବା ବେଳେ ପାଖାପାଖି ୧,୦୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି ।
Published by: Anand Shankar Thankur Das
First published: August 27, 2020, 8:40 PM IST
corona virus btn
corona virus btn
Loading