କରୋନା ମୁକାବିଲା: ବାହାରୁ ଭୁବନେଶ୍ୱରକୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ ଆରମ୍ଭ କଲା ବି.ଏମ୍.ସି.

ଭୁବନେଶ୍ୱରର ୩ ଜଣ ଜୋନାଲ ଡେପୁଟି କମିଶନରଙ୍କ ତତ୍ତ୍ୱାବାଧାନରେ ଟ୍ରାନଜିଟ ସେଣ୍ଟରଗୁଡ଼ିକରେ ୨୪ ଘଣ୍ଟିଆ ସେବା ଜାରି ରହିବ । ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

କରୋନା ମୁକାବିଲା: ବାହାରୁ ଭୁବନେଶ୍ୱରକୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ ଆରମ୍ଭ କଲା ବି.ଏମ୍.ସି.
ଭୁବନେଶ୍ୱରର ତିନୋଟି ଯାକ ପ୍ରବେଶ ପଥରେ ହୋଇଛି ତିନୋଟି ଟ୍ରାନଜିଟ ସେଣ୍ଟର ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱରରେ ଏଣ୍ଟ୍ରି କରିବାକୁ ହେଲେ ଆଗ ହେବ ସ୍କ୍ରିନିଂ ଟେଷ୍ଟ । ତା’ ପରେ ହୋମ କ୍ଵରେଣ୍ଟାଇନ ବା ସରକାରୀ କ୍ଵରେଣ୍ଟାଇନରେ ରହିବାକୁ ପଡ଼ିବ । ଏ ନେଇ ବିଏମସି ପକ୍ଷରୁ ସହରର ତିନୋଟି ଯାକ ପ୍ରବେଶ ପଥରେ ହୋଇଛି ଟ୍ରାନଜିଟ ସେଣ୍ଟର । ରେଜିଷ୍ଟ୍ରେସନ ଟିମ ସହ ନିୟୋଜିତ ହୋଇଛନ୍ତି ମେଡିକାଲ ଟିମ ।

ରାଜ୍ୟର କରୋନା ଭାଇରସ୍‌ ମୁକାବିଲାରେ ଚିନ୍ତା ବଢାଇଛନ୍ତି ପ୍ରବାସୀ ଓଡ଼ିଆମାନେ । ସେମାନଙ୍କ ପାଇଁ ରାଜ୍ୟରେ ବଢ଼ିଚାଲିଛି କୋରନା ଆକ୍ରାନ୍ତଙ୍କ ସଂଖ୍ୟା । କ୍ୱାରେଣ୍ଟାଇନ ନିୟମ ନ ମାନି ଲୁଚିକି ଏଣେତେଣେ ବୁଲୁଛନ୍ତି ପ୍ରବାସୀ ଓଡ଼ିଆ । ତେଣୁ ସଂକ୍ରମଣ ରୋକିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି ।

‘‘ବାହାରୁ ରାଜଧାନୀକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ହେବ ସ୍କ୍ରିନିଂ ଟେଷ୍ଟ । ତା’ ପରେ ସେମାନଙ୍କୁ ହୋମ କ୍ଵରେଣ୍ଟାଇନ ବା ସରକାରୀ କ୍ଵରେଣ୍ଟାଇନକୁ ପଠାଯିବ । ପଜିଟିଭ ସନ୍ଦେହ ଆସିଲେ ତୁରନ୍ତ ଚିକିତ୍ସା ଆରମ୍ଭ ହେବ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ଟ୍ରାନଜିଟ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।


ଏହା ବି ପଢ଼ନ୍ତୁ: ପୁରୀ ପାଇଁ ବିପଦ ସାଜିଛି ପଶ୍ଚିମ ବଙ୍ଗ ଲିଙ୍କ୍; ଅମାନିଆ ପରିବାର ବିରୋଧରେ ଆକ୍ସନ ସମ୍ଭବ

ସହରର ତିନୋଟି ଯାକ ପ୍ରବେଶ ପଥରେ ହୋଇଛି ତିନୋଟି ଟ୍ରାନଜିଟ ସେଣ୍ଟର । କଟକ ଆଡ଼ୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ ଟେଷ୍ଟ ରସୁଲଗଡ଼ରେ ଥିବା ଆଶ୍ରମ ସ୍କୁଲରେ ହୋଇଥିବା ଟ୍ରାନଜିଟ ସେଣ୍ଟରରେ କରାଯାଇଛି । ପୁରୀ ପାର୍ଶ୍ୱରୁ ଆସୁଥିବା ଲୋକଙ୍କ ପାଇଁ କୃପାଜଳ ଇଂଜିନିୟରିଂ କଲେଜ ଓ ଖୋର୍ଦ୍ଧା ପାର୍ଶ୍ୱରୁ ଆସୁଥିବା ଲୋକଙ୍କ ପାଇଁ ଖଣ୍ଡଗିରି ତପୋବନ ସ୍କୁଲରେ ବ୍ୟବସ୍ଥା ହୋଇଛି । ପ୍ରତି ସେଣ୍ଟରରେ ରେଜିଷ୍ଟ୍ରେସନ ଟିମ୍‌ ଓ ମେଡିକାଲ ଟିମ ରହିଛନ୍ତି । ମେଡିକାଲ ଟିମରେ ଡାକ୍ତର, ଫାର୍ମାସିଷ୍ଟ, ସପୋର୍ଟିଂ ଷ୍ଟାଫ ଓ ସାନିଟାଇଜେସନ ଟିମ ମୁତୟନ ହୋଇଛନ୍ତି।

ସହରାଞ୍ଚଳର ଲୋକେ ହୋମ କ୍ଵରେଣ୍ଟାଇନରେ ରହିବେ । ଅନ୍ୟ ଜିଲ୍ଲାର ଲୋକମାନଙ୍କ ଯିବା ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିବେ । ନିଜ ଜିଲ୍ଲାକୁ ଫେରି ନ ପାରିଲେ ସେମାନେ ଟ୍ରାନଜିଟ ସେଣ୍ଟରରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି । ସରକାରଙ୍କ ଏହି ପଦକ୍ଷପକୁ ସାଧାରଣ ଲୋକ ସ୍ୱାଗତ କରିଛନ୍ତି । କିନ୍ତୁ ପ୍ରବାସୀ ଓଡ଼ିଆଙ୍କ ଖାମଖିଆଲ ନୀତି ପାଇଁ ଚିନ୍ତା ପ୍ରକଟ କରିଛନ୍ତି ।

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆଉ ୨୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୪୩୭

‘‘ଅନେକ ସମୟରେ କ୍ୱାରେଣ୍ଟାଇନ ଛାଡି ପଳାଉଛନ୍ତି ପ୍ରବାସୀ ଓଡିଆ । ମାନୁନାହାନ୍ତି ସରକାରୀ ନିୟମ । ତେଣୁ ଲୁଚିକି ଏଣେତେଣେ ନ ବୁଲି ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷିତ ରଖନ୍ତୁ,’’ ଅନୁରୋଧ କରିଛନ୍ତି ରସୁଲଗଡ଼ ବାସିନ୍ଦା ଶିବପ୍ରସାଦ ଦାସ ।

ବମିଖାଲ ବାସିନ୍ଦା ସନ୍ତୋଷ ଷଡଙ୍ଗୀ କହିଛନ୍ତି, ‘‘ପ୍ରବାସୀ ଓଡ଼ିଆଙ୍କୁ ନେଇ ଭୟ ଲାଗୁଛି । ସରକାରଙ୍କର ଓଡ଼ିଆ ଭାଇମାନଙ୍କୁ ଫେରାଇ ଆଣିବା ନିଷ୍ପତ୍ତି ଠିକ । କିନ୍ତୁ ସେମାନଙ୍କୁ କୋଭିଡ-୧୯ ଟେଷ୍ଟ କରିକି ଆଣିବା କଥା । ତା’ ଛଡା ପ୍ରବାସୀ ଓଡ଼ିଆମାନେ ନିଜେ ସତର୍କ ରହିବା ଉଚିତ । ସେମାନଙ୍କ ପରିବାରକୁ ବୁଝେଇବା ଉଚିତ । ଏ ସମୟରେ ଘରକୁ ନ ଫେରି ନିୟମ ଅନୁଯାୟୀ ସୁରକ୍ଷା ଦୃଷ୍ଟିରୁ କ୍ୱାରେଣ୍ଟାଇନରେ ରହିବା କଥା । ତେବେ ଯାଇ ସଂକ୍ରମଣକୁ ରୋକି ହେବ ।’’

ଏହା ବି ପଢ଼ନ୍ତୁ: ସୁରତରୁ ଆସିଥିବା ଟିଭିରେ ଅଛି କରୋନା ଭାଇରସ୍? ବୌଦ୍ଧରେ ପରିବାର ଆତଙ୍କିତ

ଭୁବନେଶ୍ୱରର ତିନି ଜଣ ଜୋନାଲ ଡେପୁଟି କମିଶନରଙ୍କ ତତ୍ତ୍ୱାବାଧାନରେ ଏହି ଟ୍ରାନଜିଟ ସେଣ୍ଟରରେ ୨୪ ଘଣ୍ଟିଆ ସେବା ଜାରି ରହିବ । ପ୍ରବାସୀ ଓଡ଼ିଆ ମାନେ ଯେପରି ସହରରେ ଏଣେତେଣେ ନ ବୁଲନ୍ତି ସେଥି ପ୍ରତି ବିଶେଷ ଧ୍ୟାନ ଦେଇଛି ବିଏମସି । ଟ୍ରାନଜିଟ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଏହା ବି ପଢ଼ନ୍ତୁ: ଲକଡାଉନ୍ ରଣନୀତି: ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନ ମନ୍ତ୍ରୀ ମୋଦି
First published: May 12, 2020, 6:35 PM IST
corona virus btn
corona virus btn
Loading