ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟରେ ଭୁବନେଶ୍ୱର ଛାଡ଼ିଲେ ୧୫ ଦୃଷ୍ଟିହୀନ କଳାକାର; ସାହା ହେଲେ ବିଦେଶୀ

News18 Odia Digital EXCLUSIVE | ଭୁବନେଶ୍ୱରରେ କେତେକ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ସାହାଯ୍ୟ ମାଗିଥିବା ଦୃଷ୍ଟିହୀନ କଳାକାରମାନଙ୍କୁ ପୁରୀ ଆଣି ରଖାଇଛନ୍ତି ଜଣେ ଇଟାଲିଆନ୍ ସମାଜସେବୀ । ସେମାନଙ୍କ ଖାଦ୍ୟପେୟର ସବୁ ବ୍ୟବସ୍ଥା କରିଛନ୍ତି ସେ ।

ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟରେ ଭୁବନେଶ୍ୱର ଛାଡ଼ିଲେ ୧୫ ଦୃଷ୍ଟିହୀନ କଳାକାର; ସାହା ହେଲେ ବିଦେଶୀ
ପୁରୀ ଚନ୍ଦନପୁରରେ ଦୃଷ୍ଟିହୀନ କଳାକାରମାନଙ୍କ ସହ ଇଟାଲିଆନ ସାମାଜିକ କର୍ମୀ ଅଲଫ୍ରାଡୋ ରୋମ୍ବାଲା
  • News18 Odia
  • Last Updated: June 15, 2020, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଭୁବନେଶ୍ୱରରେ ଏକ ପରିତ୍ୟକ୍ତ କୋଠାରେ ରହୁଥିବା ୪୦ ଜଣ ଦୃଷ୍ଟିହୀନ କଳାକାରଙ୍କୁ କେତେକ ଅସାମାଜିକ ଲୋକ ଏତେ ହଇରାଣ କଲେ ଯେ ସେମାନଙ୍କ ମଧ୍ୟରୁ ୨୫ ଜଣ କରୋନା ଲକଡାଉନ୍‌ ମଧ୍ୟରେ ଲୁଚି ଛପି ଘରକୁ ପଳେଇବାକୁ ବାଧ୍ୟ ହେଲେ । ବାକି ୧୫ ଜଣ ସହାୟତା ପାଇଁ ସବୁଠି ଅନୁରୋଧ କରିଥିଲେ । ଶେଷରେ ପୁରୀରେ ରହୁଥିବା ଥିବା ଜଣେ ଇଟାଲିଆନ୍‌ ନାଗରିକ ସେମାନଙ୍କୁ ପୁରୀ ଆଣି ସୁରକ୍ଷିତ ରଖିଛନ୍ତି ଓ ଖାଇବା ପିଇବାକୁ ଦେଉଛନ୍ତି ।

ଏହି ଦୃଷ୍ଟିହୀନ କଳାକାରମାନେ ଭୁବନେଶ୍ୱରର କପିଳେଶ୍ୱର ପ୍ରାଥମିକ ବିଦ୍ୟାଳୟର ଏକ ପରିତ୍ୟକ୍ତ କୋଠାକୁ ସଫା କରି ସେଠି ଗତ ଜାନୁଆରୀରୁ ରହିଆସୁଥିଲେ । ଭଜନ ଓ ଜଣାଣ ଗାଇ ଯାହା ମିଳୁଥିଲା ପେଟ ପୋଷୁଥିଲେ । ଗୀତ ପରିବେଷଣ କରିବା ପାଇଁ କାମ ନ ମିଳିବାରୁ ସମସ୍ତେ ମିଶି ଫିନାଇଲ ଓ ଅଗରବତି ପ୍ରସ୍ତୁତ କରି ବଜାରରେ ବିକ୍ରି କରି ପେଟପାଟଣା ଚଳାଉଥିଲେ । ହେଲେ କରୋନା ସଂକ୍ରମଣ ସାଙ୍ଗକୁ କିଛି ଅସାମାଜିକ ଲୋକଙ୍କ ନିର୍ଯ୍ୟାତନା ସେମାନଙ୍କ ପେଟ ପୋଷିବା ବାଟକୁ ବନ୍ଦ କରିଦେଇଥିଲା ।

ଆସାମାଜିକ ଲୋକଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ସେମାନେ ସହାୟତା ମାଗିବା ପରେ ପୁରୀର ଗୋ ଇଣ୍ଡିଆ ଚାରିଟେବଲ ଟ୍ରଷ୍ଟର ମୁଖ୍ୟ ତଥା ଇଟାଲିଆନ ସାମାଜିକ କର୍ମୀ ଅଲଫ୍ରାଡୋ ରୋମ୍ବାଲା ଦେବଦୂତ ସାଜି ବଢାଇଥିଲେ ସହାୟତାର ହାତ । ସେମାନଙ୍କୁ ଆଣି ପୁରୀ ଚନ୍ଦନପୁରରେ ରଖି ସେମାନଙ୍କର ଖାଦ୍ୟପେୟ ଓ ରହିବାର ସମସ୍ତ ବ୍ୟବସ୍ଥା କରାଇଥିଲେ ।

‘‘ସେହି ପରିତ୍ୟକ୍ତ କୋଠାରେ ରହିବା ପରେ ପ୍ରଥମ ତିନି ମାସ କୌଣସି ଅସୁବିଧା ହୋଇ ନ ଥିଲା । ହେଲେ ପରେ କିଛି ଅସାମାଜିକ ଯୁବକ ବଟି ମାଗିବା ଆରମ୍ଭ କଲେ । ତା’ ପରେ ଆମ ଖାଦ୍ୟ ଶସ୍ୟ ଚୋରି କରିବା ସହ ଲାଇନ ଓ ପାଣି କାଟିଦେଲେ । ନିଶା ଖାଇ ଦୃଷ୍ଟିହୀନ ମହିଳାମାନଙ୍କୁ ହଇରାଣ କଲେ । ଲକଡାଉନ ସମୟରେ ଅଭାବ ପରିସ୍ଥିତି ସାଙ୍ଗକୁ ଏଭଳି ଘଟଣାକୁ ନେଇ ସମସ୍ତେ ଆତଙ୍କିତ ହୋଇଯାଇଥିଲୁ । ଆମ ଭିତରୁ ଅନେକ ଲୁଚି ଛପି ଘରକୁ ପଳାଇଥିଲେ । ସେଠୁ ଉଦ୍ଧାର ପାଇବାକୁ ଆମେ ସାହାରା ଖୋଜୁଥିଲୁ । ଶେଷରେ ପୁରୀର ଏହି ଦୟାଳୁ ବ୍ୟକ୍ତି ଆମର ସାହା ହେଲେ,’’ କହିଛନ୍ତି ଦୃଷ୍ଟିହୀନ ମହିଳା କଳାକାର ସୁରମା ରାୟ ।

ଦୃଷ୍ଟିହୀନ କଳାକାରମାନଙ୍କ ଏକ ସଂସ୍ଥାର ସଭାପତି ଭଗବାନ ପତି


ଗୋ ଇଣ୍ଡିଆ ଚ୍ୟାରିଟି ଫାଉଣ୍ଡେସନ ସହ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ଆଲୋକ ଦାଶ ଏହି ଦୃଷ୍ଟିହୀନ କଳାକାରମାନେ ହଇରାଣର ଶିକାର ହେଉଥିବା ବିଷୟରେ ଜଣେ ସାଙ୍ଗଙ୍କ ଠାରୁ ଖବର ପାଇଥିଲେ । ‘‘ମୁଁ ନିଜେ ଭୁବନେଶ୍ୱର ଯାଇ ସେମାନଙ୍କ ସହ କଥାବାର୍ତ୍ତା କରିବା ପରେ ଆମ ଗୋ ଇଣ୍ଡିଆ ଚ୍ୟାରିଟି ଫାଉଣ୍ଡେସନର ଅଧ୍ୟକ୍ଷ ଇଟାଲିଆନ ସାମାଜିକ କର୍ମୀ ଅଲଫ୍ରାଡୋ ରୋମ୍ବାଲାଙ୍କୁ ସମସ୍ତ କଥା କହିଲି । ସେ ସାହାଯ୍ୟ କରିବାକୁ ସମ୍ମତି ପ୍ରକାଶ କରିବାରୁ ଚଳିତ ମାସ ୧୦ ତାରିଖରେ ସେମାନଙ୍କୁ ଏକ ଗାଡ଼ି ଯୋଗେ ଭୁବନେଶ୍ୱରରୁ ପୁରୀ ଆଣି ଚନ୍ଦନପୁରରେ ଥିବା ରାଧିକା ଚାରିଟେବୁଲ ଟ୍ରଷ୍ଟର ଆଶ୍ରୟ ସ୍ଥଳୀରେ ରଖି ସମସ୍ତ ଦାୟିତ୍ୱ ନେଇଛୁ,’’ କହିଛନ୍ତି ଦାଶ ।

‘‘ଆମେ ସମସ୍ତେ ମଣିଷ । ଭଗବାନଙ୍କ ସୃଷ୍ଟିରେ ଦୃଷ୍ଟିହୀନ ବି ସମାଜର ଜଣେ ସଦସ୍ୟ । ତେଣୁ ଏଭଳି ଘଟଣା ମୋତେ ଦୁଃଖ ଦେଇଥିଲା । ମୁଁ ନିଜେ ସେମାନଙ୍କ ଦାୟିତ୍ୱ ନେବାକୁ ପ୍ରତିଶୃତି ଦେଇଛି । ପୂର୍ବରୁ ମଧ୍ୟ ଫନି ବେଳେ ଗାଁ ଗାଁ ବୁଲି ଆମେ ଖାଦ୍ୟ ଓ ରିଲିଫ ଆଦି ବଣ୍ଟନ କରିଥିଲୁ । ଆଉ ଏବେ ଏହି ଦୃଷ୍ଟିହୀନଙ୍କ ସେବା କରିବାର ସୁଯୋଗ ମିଳିଛି । ଜଗନ୍ନାଥଙ୍କ କୃପାରୁ ତାହା ବି କରିବି,’’ କହିଛନ୍ତି ଗୋ ଇଣ୍ଡିଆ ଚ୍ୟାରିଟି ଫାଉଣ୍ଡେସନର ଅଧ୍ୟକ୍ଷ ଅଲଫ୍ରାଡୋ ରୋମ୍ବାଲା ।

ଏହି ଦୃଷ୍ଟିହୀନ କଳାକାରମାନଙ୍କ ଏକ ସଂସ୍ଥାର ସଭାପତି ଭଗବାନ ପତି ରୋମ୍ବାଲାଙ୍କ ସାହାଯ୍ୟ ପାଇଁ ତାଙ୍କ ଠାରେ ଚିର କୃତଜ୍ଞ ରହିବେ ବୋଲି କହିଛନ୍ତି । ପତି ଜଣେ ଦୃଷ୍ଟିହୀନ । ସେ ଭଲ ଗୀତ ଗାଇପାରନ୍ତି, ହେଲେ ଏ ପର୍ଯ୍ୟନ୍ତ ଗୋଟେ ବି ଭଲ ପ୍ଲାଟଫର୍ମ ତାଙ୍କୁ ମିଳିନାହିଁ ବୋଲି କହିଛନ୍ତି । ‘‘ମୁଁ ଖୁବ କଷ୍ଟରେ ଗୀତ ଶିଖିଛି । ମୋ’ ଭଳି ଅନେକ ଦୃଷ୍ଟିହୀନ ରହିଥିବା ଅନୁଭବ କରିବା ପରେ ଏକ ଅନୁଷ୍ଠାନ ଗଢ଼ି ସେମାନଙ୍କ କଳା ପରିବେଷଣ କରିବା ଓ ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ପଦକ୍ଷେପ ନେଇଛି । ଏହି ଅନୁଷ୍ଠାନର ସାମିଲ ପ୍ରାୟ ୭୦ ଜଣଙ୍କ ସମାନ ସହଯୋଗ ରହିଛି  । ଅନୁଷ୍ଠାନରେ ଅନେକ ଦୃଷ୍ଟିହୀନ ରହିଛନ୍ତି ଯେଉଁମାନେ ମୋ’ ଠାରୁ ବହୁତ ଭଲ ଗୀତ ପରିବେଷଣ କରନ୍ତି । ଅନୁଷ୍ଠାନ ଗଠନ ପର ଠାରୁ ଏହି ଛଅ ବର୍ଷ ଆମେ ବହୁ ଝଡଝଞ୍ଜାରେ ଭିତରେ ଗତି କରିଛୁ,’’ ସେ କହିଛନ୍ତି ।

ଏହି ଦୃଷ୍ଟିହୀନ କଳାକାରମାନେ ପ୍ରଥମେ ଭୁବନେଶ୍ୱରର ଭରତପୁରରେ ଓ ତା’ ପରେ କିଛି ସହୃଦୟ ବ୍ୟକ୍ତିଙ୍କ ଅନୁକମ୍ପାରୁ ଶିଶୁପାଳଗଡ଼ରେ ରହି ବିଭିନ୍ନ କାର୍ଯ୍ୟକ୍ରମ କରି ଯାହା ଆୟ ମିଳୁଥିଲା ସେଥିରେ ଚଳୁଥିଲେ । ହେଲେ ଏବେ ଅସାମାଜିକ ଲୋକଙ୍କ ଧମକ ପରେ ଭୁବନେଶ୍ୱର ଛାଡ଼ି ପୁରୀରେ ଆଶ୍ରୟ ନେଇଛନ୍ତି ।

‘‘ଏବେ ଆମେ ୧୫ ଜଣ ଆସିଥିବା ବେଳେ ବାକି ସଦସ୍ୟମାନେ ଖୁବ ଶୀଘ୍ର ଏଠାକୁ ଆସି ରହିବେ । ସମସ୍ତଙ୍କୁ ପୁନଶ୍ଚ ରୋଜଗାରକ୍ଷମ କରାଇ ସେମାନଙ୍କ କଳାର ବିକାଶ କରିବାକୁ ପଦକ୍ଷେପ ନେବି,’’ କହିଛନ୍ତି ଭଗବାନ ପତି ।

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 15, 2020, 11:52 PM IST
corona virus btn
corona virus btn
Loading