ଭୁବନେଶ୍ୱର ଓ କଟକରେ କଳାବଜାରୀର ଆଶଙ୍କା ବଢ଼ିଲା; ବ୍ୟବସାୟୀ ମହାସଙ୍ଘ ହାତ ଟେକିଦେଲା

ଖୁଚୁରା ମାର୍କେଟରେ କଳାବାଜାରୀ ଅଧିକ ହେଉଥିବା ଦେଖାଯାଉଛି । ବର୍ଷା ଓ ବାତ୍ୟା ଯୋଗୁଁ ବେପାରୀମାନେ ମାର୍କେଟକୁ ଆସି ମାଲ୍ ଦେଇପାରୁ ନ ଥିବାରୁ ଦର ଡବଲ୍ ହେବ ବୋଲି କୁହାଯାଉଛି ।

ଭୁବନେଶ୍ୱର ଓ କଟକରେ କଳାବଜାରୀର ଆଶଙ୍କା ବଢ଼ିଲା; ବ୍ୟବସାୟୀ ମହାସଙ୍ଘ ହାତ ଟେକିଦେଲା
ଭୁବନେଶ୍ୱରରେ ଏକ ପରିବା ଦୋକାନରେ ଲୋକେ କିଣାକିଣି କରୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅସାଧୁ ବ୍ୟବସାୟୀମାନେ ଏହାର ଫାଇଦା ନେଉଥିବା ଦେଖାଯାଉଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସମୟରେ ରାଜ୍ୟରେ ଅତ୍ୟାବଶ୍ୟକୀୟ ବସ୍ତୁଗୁଡ଼ିକର ଦର ବୃଦ୍ଧି ଘଟିଥିବା ବେଳେ ଏବେ ଆଗକୁ ବାତ୍ୟା ୟସ୍‌ ଆସୁଥିବାରୁ କଳାବଜାରୀ ବଢ଼ିବା ଆଶଙ୍କା କରିଛନ୍ତି ଲୋକେ ।

ଭୁବନେଶ୍ୱର, କଟକ ଓ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ଧରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଆଳୁ ଦର କୁଇଣ୍ଟାଲ୍‌ ପିଛା ୧,୧୫୦ ଟଙ୍କାରୁ ୧,୨୦୦ ଟଙ୍କା ମଧ୍ୟରେ ପହଞ୍ଚିଥିବା ବେଳେ ପିଆଜ ଦର କ୍ୱିଣ୍ଟାଲ୍‌ ପିଛା ୧,୪୦୦ ଟଙ୍କାରୁ ୧,୫୦୦ ଟଙ୍କା ମଧ୍ୟରେ ପହଞ୍ଚିଛି । ସୋରିଷ ତେଲ ଲିଟର୍‌ ପିଛା ୧୭୦ ଟଙ୍କାରେ, ସୂର୍ଯ୍ୟମୁଖି ତେଲ ଲିଟର ପିଛା ୧୬୦ ଟଙ୍କାରୁ ୧୭୦ ଟଙ୍କାରେ ଓ ରିଫାଇନ୍‌ ତେଲ ୧୩୦ ଟଙ୍କାରୁ ୧୪୦ ଟଙ୍କାରେ ବିକ୍ରି ହେଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’

ହରଡ଼ ଡାଲି ଓ ମୁଗ ଡାଲି କିଲୋ ପିଛା ୯୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ, ବିରି ଡାଲି କିଲୋ ପିଛା ୯୫ ଟଙ୍କାରୁ ୧୦୫ ଟଙ୍କା ମଧ୍ୟରେ ଓ ବୁଟ ଡାଲି କିଲୋ ପିଛା ୬୫ ଟଙ୍କାରୁ ୬୮ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଏହା ସବୁ ହୋଲସେଲ୍‌ ମାର୍କେଟର ଦର । ସ୍ୱାଭାବିକ ଭାବେ ଖୁଚୁରା ବଜାରର ଦର ଏହା ଠାରୁ ଆହୁରି ଅଧିକ ରହିଛି ।

ଏହା ବି ପଢ଼ନ୍ତୁ |ତେହେଲ୍କାସମ୍ପାଦକ ତରୁଣ ତେଜପାଲ ବର୍ଷ ତଳର ରେପ୍ ମାମଲାରେ ଦୋଷମୁକ୍ତ ହେଲେ

ଭୁବନେଶ୍ୱର ଓ ଉପକଣ୍ଠ ଅଞ୍ଚଳରେ ଖୁଚୁରା ମାର୍କେଟରେ କଳାବାଜାରୀ ଅଧିକ ହେଉଥିବା ଦେଖାଯାଉଛି । ବର୍ଷା ଓ ବାତ୍ୟା ଯୋଗୁଁ ବେପାରୀମାନେ ମାର୍କେଟକୁ ଆସି ମାଲ୍‌ ଦେଇପାରୁ ନ ଥିବାରୁ ଦର ଡବଲ୍‌ ହେବ ବୋଲି କୁହାଯାଉଛି । ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିବ କି ନାହିଁ ଭାବି ଚିନ୍ତାରେ ପଡ଼ିଥିବା ବେଳେ ବ୍ୟବସାୟୀ ମହାସଙ୍ଘ କହିଛି ଯେ ଆସନ୍ତା ୨୦ ଦିନ ପାଇଁ ସବୁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମହଜୁଦ ଅଛି ଓ କୌଣସି ଦ୍ରବ୍ୟର ଦର ବଢି଼ବାର ନାହିଁ।

ଏହା ବି ପଢ଼ନ୍ତୁ | ମୋଦୀଙ୍କ ବୈଠକରେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିବାକୁ ଦିଆଗଲାନି, କଣ୍ଢେଇ ପରି ବସି ରହିଲେ: ମମତା

‘‘କଳାବଜାରୀ ହେବାର କୌଣସି ପ୍ରଶ୍ନ ଉଠୁନାହିଁ । ଯଦି ଯେଉଁଠି କଳାବଜାରୀ ହେଉଥିବାର ସୂଚନା ମିଳିବ ତୁରନ୍ତ ପଦକ୍ଷେପ ନିଆଯିବ। ଖୁଚୁରା ବଜାରରେ କଳାବଜାରି ବଢୁଛି । ଅଧିକ ଦରରେ ଲୋକେ ସାମଗ୍ରୀ କିଣୁଛନ୍ତି । ହେଲେ ତାହା ଆମ ନିୟନ୍ତ୍ରଣରେ ନାହିଁ । ଯେତେବେଳେ ବି ବାତ୍ୟା କିମ୍ବା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଛି ବ୍ୟବସାୟୀ ସଙ୍ଘ ତା’ର ମୁକାବିଲା କରିଛି,’’ କହିଛନ୍ତି ବ୍ୟବସାୟୀ ମହାସଙ୍ଘର ସଭାପତି ସୁଧାକର ପଣ୍ଡା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

ସାଧାରଣ ଲୋକେ ଏହି ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ ସରକାର କଳାବଜାରୀ ରୋକିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି । ‘‘ଲକଡାଉନ୍ ଓ ସଟଡାଉନ୍ ଯୋଗୁଁ ଘରୁ ବାହାରକୁ ବାହାରି ହେଉନି । କାମ ଧନ୍ଦା ସବୁ ବନ୍ଦ୍ ରହିଛି। ଏଭଳି ସ୍ଥିତିରେ କଳାବଜାରିର ପ୍ରଭାବ ବଡ଼ବଡ଼ିଆଙ୍କ ଉପରେ ପଡ଼ିବ ନାହିଁ, ମାତ୍ର ହଇରାଣ ହେବେ ସାଧାରଣ ଲୋକେ । ତୁରନ୍ତ ସରକାର ଏହା ଉପରେ ନଜର ରଖି କଳାବଜାରୀ ରୋକିବା ଉଚିତ୍,’’ କହିଛନ୍ତି ଭୁବନେଶ୍ୱର ବାସିନ୍ଦା ସୁଶାନ୍ତ ମହାରଣା ।



ଖୁଚୁରା ବଜାର ଉପରେ ଯଦିଓ ନିକଟରେ କିଛି ସଂଖ୍ୟାରେ ଚଢ଼ାଉ ହୋଇଛି ତାହା କଳାବଜାରୀ ଉପରେ ରୋକ ଲଗାଇ ପାରିନି । ବାତ୍ୟା ୟସର ପ୍ରଭାବ ଭୟଙ୍କର ହେଲେ କଳାବଜାରୀ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି ।
Published by: Anand ST Das
First published: May 23, 2021, 11:51 PM IST