ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ବ୍ଲାକ ଫଙ୍ଗସ୍: କିପରି ବିସ୍ତାର ହେଉଛି ଏହି ମାରାତ୍ମକ ରୋଗ; ଏହା ଠାରୁ କିପରି ବଞ୍ଚିବେ? AIIMS ମୁଖ୍ୟ କହିଲେ

ବ୍ଲାକ ଫଙ୍ଗସ୍: କିପରି ବିସ୍ତାର ହେଉଛି ଏହି ମାରାତ୍ମକ ରୋଗ; ଏହା ଠାରୁ କିପରି ବଞ୍ଚିବେ? AIIMS ମୁଖ୍ୟ କହିଲେ

Black Fungus: ଏଆଇଏମ୍ଏସ୍ ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ (Randeep Guleria) କହିଛନ୍ତି ଯେ ଷ୍ଟେରଏଡର ଭୁଲ ବ୍ୟବହାର ହିଁ ଏହି ସଂକ୍ରମଣର ମୁଖ୍ୟ କାରଣ ।

ବ୍ଲାକ ଫଙ୍ଗସ୍: କିପରି ବିସ୍ତାର ହେଉଛି ଏହି ମାରାତ୍ମକ ରୋଗ; ଏହା ଠାରୁ କିପରି ବଞ୍ଚିବେ? AIIMS ମୁଖ୍ୟ କହିଲେ
ମଧୁମେହ ରୋଗୀମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ଆଶଙ୍କା ଅଧିକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ:ଦେଶରେ ଆଜିକାଲି କରୋନା ଭାଇରସ୍ (Coronavirus) ସହିତ ବ୍ଲାକ୍ ଫଙ୍ଗସ୍ (Black Fungus) ନାମକ ଏକ ମାରାତ୍ମକ ରୋଗ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାର ମୂଳ ନାମ ହେଉଛି ମ୍ୟୁକର୍ମାଇକୋସିସ୍ (Mucormycosis) । ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର (AIIMS) ନିର୍ଦ୍ଦେଶକ ଡକ୍ଟର ଗୁଲେରିଆ (Randeep Guleria) ଶନିବାର ଏ ବିଷୟରେ ଅଧିକ ସୂଚନା ଦେଇଛନ୍ତି । ତାଙ୍କ କହିବାନୁସାରେ ସେହି ମଧୁମେହ ରୋଗୀ ଯେଉଁମାନେ କରୋନା ଭୂତାଣୁ ସଂକ୍ରମିତ ଓ ତାଙ୍କୁ ଷ୍ଟେରଏଡ ଦିଆଯାଉଛି ସେମାନେ ବ୍ଲାକ୍ ଫଙ୍ଗସର ସଂକ୍ରମିତ ହେବାର ଆଶଙ୍କା ଅଧିକ ।

ଡକ୍ଟର ଗୁଲେରିଆ କହିଛନ୍ତି ଯେ ମାକର୍ମାଇକୋସିସ୍ ଭୂତାଣୁ ମାଟି, ପବନ ଓ ଖାଦ୍ୟରେ ମଧ୍ୟ ମିଳିଥାଏ । କିନ୍ତୁ ସେଗୁଡ଼ିକ କମ୍ ପ୍ରଭାବଶାଳୀ ଓ ସାଧାରଣତ ସଂକ୍ରମଣ ବିସ୍ତାର କରନ୍ତି ନାହିଁ । କରୋନା ମହାମାରୀ ପୂର୍ବରୁ ଏହି ସଂକ୍ରମଣର ଘଟଣା ବହୁତ କମ୍ ଥିଲା । ବର୍ତ୍ତମାନ କରୋନା କାରଣରୁ ଏହାର ମାମଲା ବହୁ ସଂଖ୍ୟାରେ ଆସୁଛି ।

ଡକ୍ଟର ଗୁଲେରିଆ ଅଜାଣତରେ ଷ୍ଟେରଏଡର ବ୍ୟବହାରକୁ ଏହି ସଂକ୍ରମଣର ମୁଖ୍ୟ କାରଣ ବୋଲି ବର୍ଣ୍ଣନା କରିଛନ୍ତି । ଏଥିସହିତ ସେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ପ୍ରୋଟୋକଲ ଗ୍ରହଣ କରିବାକୁ ହସ୍ପିଟାଲ ଗୁଡ଼ିକୁ ଅନୁରୋଧ କରିଥିଲେ । କାରଣ କରୋନା ରୋଗୀଙ୍କଠାରେ ଏହି ସଂକ୍ରମଣ ଅଧିକ ବଢିଥିବାର ଦେଖାଯାଏ ଓ ଏହି କାରଣରୁ ମୃତ୍ୟୁ ମଧ୍ୟ ଅଧିକ ହୋଇପାରେ ।

AIIMS ମୁଖ୍ୟ କହିଛନ୍ତି, 'ଏହି ସଂକ୍ରମଣ ପଛରେ ଷ୍ଟେରଏଡର ଭୁଲ ବ୍ୟବହାର ହେଉଛି ମୁଖ୍ୟ କାରଣ । ମଧୁମେହରେ ପୀଡିତ, କରୋନା ପଜିଟିଭ୍ ଓ ଷ୍ଟେରଏଡ୍ ଗ୍ରହଣ କରୁଥିବା ଲୋକଙ୍କ ପାଇଁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେବାର ସମ୍ଭାବନା ଅଧିକ । ଏହାକୁ ରୋକିବା ପାଇଁ ଆମେ ଷ୍ଟେରଏଡର ଅପବ୍ୟବହାର ବନ୍ଦ କରିବା ଉଚିତ୍ ।' ଡକ୍ଟର ଗୁଲେରିଆ ସୂଚନା ଦେଇଛନ୍ତି ଯେ AIIMS ରେ ୨୩ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଛନ୍ତି । ଏହି ରୋଗୀଙ୍କ ମଧ୍ୟରୁ ୨୦ ଜଣ କରୋନା ସଂକ୍ରମିତ ଅଛନ୍ତି । ଅନ୍ୟ ରୋଗୀମାନେ ନେଗେଟିଭ୍ । ଅନେକ ରାଜ୍ୟରେ ୫୦୦ ରୁ ଅଧିକ ବ୍ଲାକ୍ ଫଙ୍ଗସ୍ ମାମଲା ଦେଖା ଦେଇଥିବା ଜଣାଯାଇଛି ।

ତାଙ୍କ କହିବାନୁସାରେ, ବ୍ଲାକ୍ ଫଙ୍ଗସ୍ ମୁହଁ, ନାକ, ଆଖି ଓ ମସ୍ତିଷ୍କ ଉପରେ ଆକ୍ରମଣ କରିଥାଏ । ଏହି କାରଣରୁ ଆଖି ନଷ୍ଟ ହୋଇ ଯିବାର ଆଶଙ୍କା ଥାଏ । ଏହା ଫୁସଫୁସକୁ ମଧ୍ୟ ବ୍ୟାପିପାରେ । ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) କହିଛି ଯେ ଡ଼ାକ୍ତରଙ୍କୁ ରୋଗୀମାନଙ୍କ ଗୋଟିଏ ପାର୍ଶ୍ୱରେ ସାଇନସ୍ ଯନ୍ତ୍ରଣା କିମ୍ବା ନାକ ଅବରୋଧ ଭଳି ପ୍ରାରମ୍ଭିକ ଲକ୍ଷଣ ପ୍ରତି ଧ୍ୟାନ ଦେବା ଉଚିତ୍ । ବ୍ଲାକ୍ ଫଙ୍ଗସ୍ ସଂକ୍ରମଣକୁ ରୋକିବା ପାଇଁ ମୁଣ୍ଡବିନ୍ଧା, ଫୁଲା କିମ୍ବା ନିଦ୍ରାହୀନତା, ଦାନ୍ତ ଯନ୍ତ୍ରଣା ଓ ଦାନ୍ତର ଖାଲି ହେବା ଉପରେ ନଜର ରଖିବା ଉଚିତ୍ ।
Published by: Jagdish Barik
First published: May 16, 2021, 9:45 AM IST