ଆଜି ବିଜେପିର ଭର୍ଚୁଆଲ ରାଲି; ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବା ଲକ୍ଷ ଅଛି

ନୂଆ ଦିଲ୍ଲୀରେ କାର୍ଯ୍ୟକ୍ରମକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶୁଭାରମ୍ଭ କରିବେ। ୱେବ ଏକ୍ସ, ୟୁଟ୍ୟୁବ, ଫେସବୁକ ଓ ଟ୍ୱିଟର ମାଧ୍ୟମରେ ଦଳର ଉଦ୍ୟମ ପହଞ୍ଚିବ ଲୋକଙ୍କ ପାଖରେ । କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବେଆଇନ୍ ବୋଲି କହିଛି ।

ଆଜି ବିଜେପିର ଭର୍ଚୁଆଲ ରାଲି; ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବା ଲକ୍ଷ ଅଛି
ରାଜ୍ୟ ବିଜେପି ନୂଆ ଦିଲ୍ଲୀରୁ ହେବାକୁ ଥିବା ଏହି ଭର୍ଚୁଆଲ ରାଲି ପାଇଁ ପ୍ରସ୍ତତି ଜୋରଦାର କରିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଜେପିର ପ୍ରସ୍ତାବିତ ଓ ବହୁ ଚର୍ଚ୍ଚିତ ଭର୍ଚୁଆଲ ରାଲିର ଆଜି (ଜୁନ୍‌ ୮, ସୋମବାର) ଶୁଭାରମ୍ଭ ହେଉଛି । ନୂଆ ଦିଲ୍ଲୀରେ କାର୍ଯ୍ୟକ୍ରମକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶୁଭାରମ୍ଭ କରିବେ। ଏଥି ପାଇଁ ରାଜ୍ୟ ବିଜେପି ବ୍ୟାପକ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିଛି। ଏହି ରାଲି ଓ ଅନ୍ୟ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ବିଜେପିର ଥିବା  ୩୭,୦୦୦ ସାଙ୍ଗଠନିକ ବୁଥକୁ ଯୋଡ଼ିବାକୁ ଉଦ୍ୟମ କରିବା ସହିତ ରାଜ୍ୟରେ ମୋଟ ଏକ କୋଟି ଲୋକଙ୍କୁ ଯୋଡ଼ିବାର ପ୍ରୟାସ ହେବ ବୋଲି କହିଛି ରାଜ୍ୟ ବିଜେପି । ବିଜେପିର ଏହି ଭର୍ଚୁଆଲ ରାଲିକୁ କଂଗ୍ରେସ ସମାଲୋଚନା କରିଥିବା ବେଳେ ବିଜେଡି କହିଛି ଏହା ବିଜେପିର ଦଳୀୟ ବ୍ୟାପାର।

ରାଜ୍ୟ ବିଜେପି ନୂଆ ଦିଲ୍ଲୀରୁ ହେବାକୁ ଥିବା ଏହି ଭର୍ଚୁଆଲ ରାଲି ପାଇଁ  ପ୍ରସ୍ତତି ଜୋରଦାର କରିଛି । ସୋମବାର ଅପରାହ୍ଣରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହେବ ସ୍ଵତନ୍ତ୍ର ଆୟୋଜନ। ଏଥିରେ କୋଭିଡ ମହାମାରୀ ପାଇଁ ଧାର୍ଯ୍ୟ ସାମାଜିକ ଦୂରତ୍ୱ ରଖି ରାଜ୍ୟ ସଭାପତି ଓ କୋର ଟିମର ସଦସ୍ୟମାନେ  ଉପସ୍ଥିତ ରହିବେ । ଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଉପସ୍ଥିତ ରହିବେ ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀ । ‘ଆତ୍ମ ନିର୍ଭର ଭାରତ’ ସହିତ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ ଓ ଅନୁଦାନ ବିଷୟରେ ଏହି କାର୍ଯ୍ୟକ୍ରମରେ କହିପାରନ୍ତି ଅମିତ ଶାହ ।

‘‘ରାଜ୍ୟରେ ବିଜେପିର ଥିବା ୩୭ ହଜାର ସାଙ୍ଗଠନିକ ବୁଥକୁ ଯୋଡ଼ାଯିବା ଉଦ୍ୟମ ସହ ଆମେ ଓଡ଼ିଶାରେ କୋଟିଏ ଲୋକଙ୍କୁ ଯୋଡିବାର ପ୍ରୟାସ କରିବୁ । ଅର୍ଥାତ ପ୍ରତି ବୁଥରୁ ୫ ଜଣ ଲେଖାଏଁ ସଦସ୍ୟଙ୍କୁ ଦଲୀୟ କାର୍ଯ୍ୟକ୍ରମ ସହ ଯୋଡ଼ାଯିବ । ୱେବ ଏକ୍ସ, ୟୁଟ୍ୟୁବ, ଫେସବୁକ, ଟ୍ୱିଟର ମାଧ୍ୟମରେ ଦଳର ଉଦ୍ୟମ ପହଞ୍ଚିବ ଲୋକଙ୍କ ପାଖରେ । ସୋମବାର ଅପରାହ୍ଣ ୪ଟାରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ଭୁବନେଶ୍ୱର ଅଫିସରେ ଗୋଟିଏ ମଞ୍ଚ ଓ ନୂଆ ଦିଲୀରେ ଏକ ମଞ୍ଚ ରହିବ । ଦୁଇଟି ମଞ୍ଚକୁ ଭର୍ଚୁଆଲ ବ୍ୟବସ୍ଥାରେ ଏକ ପ୍ଲାଟଫର୍ମରେ ପରିଣତ କରାଯିବ,’’ କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ।

ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ୱ ରଖି ରାଜ୍ୟ ସଭାପତି ଓ କୋର ଟିମର ସଦସ୍ୟମାନେ ଉପସ୍ଥିତ ରହିବେ ।


ବିଜେପିର ଏହି ଭର୍ଚୁଆଲ ରାଲିକୁ ନେଇ ସମାଲୋଚନା କରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି: ‘‘ଲକଡାଉନ ଓ ସଟଡାଉନ ବେଳେ ଏମିତି ରାଲି ଆୟୋଜନ ବେଆଇନ। ଦେଶରେ ରାଜନୈତିକ କାର୍ଯ୍ୟକ୍ରମ  ଆୟୋଜନକୁ ବାରଣ ହୋଇଛି। ଏ ଭଳି ସମୟରେ ଶାହ କେମିତି  ଭାଷଣ ଦେବେ? ନିଜେ ଲକଡାଉନ କରିଛ, ଆମେ ମାନୁଛୁ । ଗୃହ ମନ୍ତ୍ରୀ ହେଲେ ବୋଲି କଣ ଆଇନ ମାନିବେନି?’’

ଏହି ଭର୍ଚୁଆଲ ରାଲି ନେଇ ଶାସକ ଦଳ ବିଜେଡିର ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ‘‘ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମ ଦଳର ସମସ୍ତେ କରୋନା ଲଢ଼େଇରେ ଲାଗିଛନ୍ତି । ଜୁନ ୩୦ ପର୍ଯ୍ୟନ୍ତ କୌଣସି ରାଜନୈତିକ କାର୍ଯ୍ୟକ୍ରମ ଦଳ ଆୟୋଜନ କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। କିଏ କ’ଣ କଲା ସେ ଭିନ୍ନ କଥା। ସବୁ ଦଳ ତାଙ୍କର ରାଜନୈତିକ କାର୍ଯ୍ୟକ୍ରମ କରିପାରିବେ । ଆମର ସେଥିରେ କିଛି କହିବାର ନାହିଁ ।’’

ବିଜେପିର ଏହି ଭର୍ଚୁଆଲ ରାଲିକୁ ନେଇ ଦଳୀୟ କର୍ମକର୍ତ୍ତାମନେ କିନ୍ତୁ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ଏହା ବି ପଢ଼ନ୍ତୁ: 

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 8, 2020, 12:19 AM IST
corona virus btn
corona virus btn
Loading