ରାଜ୍ୟ ସରକାର COVID ପରିଚାଳନାରେ ବିଫଳ ବୋଲି BJP କାର୍ଯ୍ୟକାରିଣୀରେ କହିଲେ ନେତାମାନେ

BJPର ଅଭିଯୋଗକୁ ଖାରଜ କରି BJD ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖିବାରୁ ହିଁ ସେ ବାଧ୍ୟ ହୋଇ ମାଗଣା ଟିକା ଦେଲେ । ‘‘ପ୍ରଧାନ ମନ୍ତ୍ରୀ ଆନ୍ତରିକତାର ସହ ମାଗଣା ଟିକା ଦେଇନାହାନ୍ତି ।’’

ରାଜ୍ୟ ସରକାର COVID ପରିଚାଳନାରେ ବିଫଳ ବୋଲି BJP କାର୍ଯ୍ୟକାରିଣୀରେ କହିଲେ ନେତାମାନେ
ବିଜେପି କାର୍ଯ୍ୟକାରିଣୀ ବୈଠକରେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର (ବାମ)
  • News18 Odia
  • Last Updated: June 28, 2021, 11:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ୍‌ ବାଜିବା ପୂର୍ବରୁ ତତ୍ପରତା ଦେଖାଇ ଶାସକ ଦଳ ବିଜେଡି ପରେ ଜୋର୍‌ କସିବା ଆରମ୍ଭ କରିଛି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି । ଦଳର ସଦ୍ୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଫୋକସ୍‌ ରହିଛନ୍ତି ଭୋଟରମାନେ । ରାଜ୍ୟରେ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଉଦ୍ୟମ ଆରମ୍ଭ କରିଦେଇଛି ବିଜେପି ନେତାମାନେ ।

ସୋମବାର ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀରେ ସଙ୍ଗଠନକୁ ଓଡ଼ିଶାରେ ଅଧିକ ବ୍ୟାପକ କରିବା ସହିତ ଆସନ୍ତା ତିନି ମାସ ମଧ୍ୟରେ ମୋଦି ସରକାରଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଓ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ଦଳ ଉଦ୍ୟମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଗକୁ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏଭଳି ଚିଠା ପ୍ରସ୍ତାବ ବିଜେପି ପାରିତ କରିଥିବା କୁହାଯାଉଛି । ଭର୍ଚ୍ଚୁଆଲ୍‌ ଫର୍ମାଟରେ ଆୟୋଜିତ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀରେ ବିଭିନ୍ନ ସମୟରେ ଓଡ଼ିଶାକୁ ଅକୁଣ୍ଠ ସହାୟତା ଦେଇଥିବାରୁ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା ।

ଏହା ବି ପଢ଼ନ୍ତୁ | Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛି

‘‘ଏହି କାର୍ଯ୍ୟକାରିଣୀରେ ଦୁଇଟି ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି । ପ୍ରଥମଟି ହେଉଛି ରାଜ୍ୟରେ ଲୋକେ କୋଭିଡ୍‌ ଭଳି ବଡ଼ ବିପଦର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ସରକାର ତତ୍ପର ଥିଲେ ବି ରାଜ୍ୟ ସରକାର ଏହାର ପରିଚାଳନାରେ ବିଫଳ ହୋଇଛନ୍ତି । ଦ୍ବିତୀୟ ଲହରୀ ଆରମ୍ଭ ହେବାର ତିନି ମାସ ପରେ ବି ରାଜ୍ୟ ସରକାର ଟ୍ରେସିଂ ସଂଖ୍ୟା ବଢ଼ାଇଲେ ନାହିଁ । କୋଭିଡର ପ୍ରଥମ ଲହରୀରେ ରାଜ୍ୟ ସରକାର ଟି.ଏମ୍‌.ସି. କରିଥିଲେ, କିନ୍ତୁ ଦ୍ଵିତୀୟ ଲହରୀରେ ତାହା କୁଆଡେ ଗାଏବ ହୋଇଗଲା । ଏଥର କୌଣସି ଉଦ୍ୟମ ହେଲାନାହିଁ ଟି.ଏମ୍‌.ସି. ସ୍ଥାପିତ କରିବା ପାଇଁ । ରାଜ୍ୟ ସରକାର ଏହାର ହିସାବ ମଧ୍ୟ ମାଗିଲେ ନାହିଁ । ଦଳୀୟ ଭିତ୍ତିରେ ସଲାସୁତୁରା ହୋଇ ହିସାବ କଥା ଅଣଦେଖା ହେଲା । ଅକ୍ସିଜେନ୍‌ ପରିଚାଳନାରେ ବିଫଳ ହେବା ସହିତ ରାଜ୍ୟ ସରକାର ଏକମୋ ମେସିନ୍‌ ବି ଏ ପର୍ଯ୍ୟନ୍ତ ଆଣିପାରିଲେ ନାହିଁ,’’ କହିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ଉପସଭାପତି ଭୃଗୁ ବକ୍ସିପାତ୍ର ।

ବିଜେପିର ଏହି ବୈଠକ ଭର୍ଚ୍ଚୁଆଲ୍ ମାଧ୍ୟମରେ ହୋଇଥିଲା ।


ଟିକାକରଣରେ ରାଜ୍ୟ ସରକାର ବିଫଳ ହୋଇଥିବା ଓ କୋଭିଡଜନିତ ମୃତ୍ୟୁ ସଂଖ୍ୟା ଲୁଚାଉଥିବା ନେଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଥିଲା ଓ ଏହା ଉପରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । ପ୍ରବାସୀଙ୍କୁ କାର୍ଯ୍ୟ ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ରାଜ୍ୟର ଲୋକେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି କହିଥିଲେ ବିଜେପି ନେତାମାନେ । ବିଦ୍ୟୁତ ଦେୟ ବୃଦ୍ଧି ଓ ମାଷ୍ଟର କ୍ୟାଣ୍ଟିନରୁ ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ଆଦି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା ରାଜ୍ୟ କାର୍ଯ୍ୟକାରିଣୀରେ । ବିଜେପି ଏହି ସବୁ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବ ଓ ଜନମତ ସଂଗ୍ରହ କରିବ ବୋଲି କହିଛନ୍ତି ବକ୍ସିପାତ୍ର ।

ଏହା ବି ପଢ଼ନ୍ତୁ | ଏକା ଥରକେ ୧୦ଟି ଶିଶୁ ଜନ୍ମ ଦେଲେ? ହେଲେ ସେ ତ ଗର୍ଭବତୀ ନ ଥିଲେ! ରେକର୍ଡ଼ ଅନ୍ୟ ମହିଳାଙ୍କର

ହେଲେ ବିଜେପିର ଅଭିଯୋଗକୁ ନିରାଧାର ବୋଲି କହିଛି ଶାସକ ଦଳ ବିଜେଡି । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ‘‘ବିଜେପି ସବୁବେଳେ ସଜବାଜ ହୁଏ, ହେଲେ ତାଙ୍କ ସଜବାଜ ଲୋକେ ଦେଖନ୍ତି ନାହିଁ । ସେମାନେ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା କ’ଣ ଆଲୋଚନା କରିବେ, କେନ୍ଦ୍ରର ଦୋଷ ଦୁର୍ବଳତା ଆଲୋଚନା କରନ୍ତୁ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖିବାରୁ ସେ ବାଧ୍ୟ ହୋଇ ମାଗଣା ଟିକା ଦେଲେ । ପ୍ରଧାନ ମନ୍ତ୍ରୀ ଆନ୍ତରିକତାର ସହ ମାଗଣା ଟିକା ଦେଇନାହାନ୍ତି । ତେଣୁ ବିଜେପିର ଅଭିଯୋଗର କୌଣସି ପ୍ରଭାବ ପଡି଼ବ ନାହିଁ ।’’

ଏହା ବି ପଢ଼ନ୍ତୁ | ଭଲ ଖବର: ଜୁଲାଇ ଶେଷ ବା ଅଗଷ୍ଟରେ ଆରମ୍ଭ ହୋଇପାରେ ପିଲାମାନଙ୍କ COVID ଟିକାକରଣ

‘‘ନିଜ ଦଳକୁ ସଶକ୍ତ କରିବା ସବୁ ଦଳର ଲକ୍ଷ୍ୟ । କିନ୍ତୁ ବିଜେପି ମିଛ କହୁଛି । ଲୋକଙ୍କୁ ଭୁଲ୍‌ ତଥ୍ୟ ଦେଇ ପ୍ରତାରଣା କରୁଛି । କଂଗ୍ରେସ ମଧ୍ୟ ନିଜ ଦଳ ଓ ସଙ୍ଗଠନ କୁ ମଜବୁତ କରିବ,’’ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକ ସୁରେଶ ରାଉତରାୟ ।



ବିଜେପିର କାର୍ଯ୍ୟକାରିଣୀରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟରୁ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ସହ-ପ୍ରଭାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟ ପ୍ରଭାରୀ ଦେଇଥିବା ଟାସ୍କ ନେଇ ମଧ୍ୟ ଆଲୋଚନା ହୋଇଥିଲା ।
Published by: Anand ST Das
First published: June 28, 2021, 11:26 PM IST