ଜଗତସିଂହପୁର: BJDର ନେତା ଓ ମନ୍ତ୍ରୀମାନେ କୋଭିଡ଼ ନିୟମ ମାନୁନାହାଁନ୍ତି ବୋଲି କହିଲା BJP

ନିକଟରେ ଆୟୋଜିତ ଏକ ସମ୍ମିଳନୀରେ BJD ନେତା ଓ କର୍ମୀମାନେ କେହି ମାସ୍କ ପିନ୍ଧି ନ ଥିଲେ କି ସାମାଜିକ ଦୂରତ୍ଵ ବଜାୟ ବଜାୟ ରଖି ନ ଥିଲେ। ନିଜ ନିଜ ଭିତରେ ଗଣ୍ଡଗୋଳ କରୁଥିବାର ଭିଡିଓ ବି ଭାଇରାଲ ହୋଇଥିଲା ।

ଜଗତସିଂହପୁର: BJDର ନେତା ଓ ମନ୍ତ୍ରୀମାନେ କୋଭିଡ଼ ନିୟମ ମାନୁନାହାଁନ୍ତି ବୋଲି କହିଲା BJP
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 13, 2020, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଶାସକ ଦଳ ବିଜେଡିର ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ କୋଭିଡ଼ ନିୟମ ମାନୁହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର । ଅଭିଯୋଗ ଅନୁସାରେ ଏହି ଉଲଙ୍ଘନକାରୀ ନେତା ଓ ମନ୍ତ୍ରୀମାନେ ହେଉଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ନବୀନଙ୍କ କ୍ୟାବିନେଟ ସହଯୋଗୀ ପଞ୍ଚାୟତ ରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଜଳ ସମ୍ପଦ ଓ ସୂଚନା ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ।

ନିକଟରେ ଆୟୋଜିତ ଏକ ସମ୍ମିଳନୀରେ ନେତା ଓ କର୍ମୀମାନେ କେହି ମାସ୍କ ପିନ୍ଧି ନ ଥିଲେ କି ସାମାଜିକ ଦୂରତ୍ଵ ବଜାୟ ବଜାୟ ରଖି ନ ଥିଲେ। ନିଜ ନିଜ ଭିତରେ ଗଣ୍ଡଗୋଳ କରୁଥିବାର ଭିଡିଓ ବି ଭାଇରାଲ ହୋଇଥିଲା । ନିଜ ଅଭିଯୋଗ ଫର୍ଦ୍ଦରେ ଏହା ଦର୍ଶାଇ ଜଗତସିଂହପୁର ଏସପିଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।

ଉତ୍ତରରେ ବିଜେପି ନେତା ଓ ନେତ୍ରୀମାନେ ଅତୀତରେ କୋଭିଡ଼ ନିୟମ ଉଲଙ୍ଘନ କରିଥିବା କହିଛି ବିଜେଡି । ଏହାକୁ ନେଇ ଅଭିଯୋଗ କରିବା ସହ ମାମଲା ବି ରୁଜୁ ହୋଇଛି। ଭୁବନେଶ୍ୱର ସାଂସଦ ଅପେରାଜିତା ଷଡ଼ଙ୍ଗୀ ଏବଂ ବିଜେପି ନେତା ଭୄଗୁ ବକ୍ସିପାତ୍ରଙ୍କ ନାଁରେ ବିଜେଡି ବହୁବାର କୋଭିଡ଼-୧୯ ଉଲ୍ଲଙ୍ଘନ ନେଇ ଅଭିଯୋଗ କରିଛି । ତେବେ ‘କହି ଦେଉଥାଏ ପରକୁ ବୁଦ୍ଧି ନ ଦିଶଇ ଘରକୁ’ ଭଳି ବିଜେଡିର ଏହି ନିୟମ ଉଲଙ୍ଘନକାରୀ ନେତାଙ୍କ ବିରୋଧରେ ଦଳର ସୁପ୍ରିମୋ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ରାଜ୍ୟବାସୀ ଅପେକ୍ଷା କରି ରହିଛନ୍ତି ।

ବିଜେଡି ସମ୍ମିଳନୀରେ ଗଣ୍ଡଗୋଳର ୯ ମିନିଟର ଭାଇରାଲ ଭିଡିଓ ଦଳର ଗୋଷ୍ଠୀ କନ୍ଦଳ କୁ ପଦାକୁ ଆଣିଛି । କରୋନା କଟକଣା ମଧ୍ୟରେ ସେପ୍ଟେମ୍ବର ୧୧ ତାରିଖରେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ଡାକିଥିଲା କର୍ମୀ ସମ୍ମିଳନୀ ।

ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି ଓ ତିର୍ତ୍ତୋଲ ବ୍ଲକରେ ଏହି କର୍ମୀ ସମ୍ମିଳନୀରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଦେବାଶିଷଙ୍କୁ ବିରୋଧ କରିଥିଲେ । ସଙ୍ଗଠନର ବିପର୍ଯ୍ୟଯ ପାଇଁ ତାଙ୍କୁ ଦାୟୀ କରିଥିଲେ ସେମାନେ । ଏପରିକି ତିର୍ତ୍ତୋଲ ବ୍ଲକ ସମ୍ମିଳନୀରେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିବା କର୍ମୀଙ୍କୁ ଦେବାଶିଷ ସାମନ୍ତରାୟ ମଦ୍ୟପ ବୋଲି କହିବାକୁ ପଛାଇ ନ ଥିଲେ । ଏଥିରେ ଉତ୍ୟକ୍ତ ହୋଇ କର୍ମୀମାନେ ପାଲଟା ଗାଳି ଗୁଲଜ କରିବା ସହ ଧସ୍ଥାଧସ୍ଥି କରିଥିଲେ ।

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ମିଳିଥିବା ସୂଚନା ଅନୁସାରେ କରୋନା କଟକଣା ସତ୍ତ୍ବେ ତିର୍ତ୍ତୋଲ ବିଧାନ ସଭାର ଉପନିର୍ବାଚନ ପ୍ରସ୍ତୁତି କାର୍ଯ଼୍ୟକୁ ତ୍ବରାନ୍ବିତ କରିବା ପାଇଁ ଦଳର ବରିଷ୍ଟ ନେତୃତ୍ବ ୧୧ ତାରିଖରେ ବିରିଡି ରଘୁନାଥ ପୁର ଓ ତିର୍ତ୍ତୋଲ ବ୍ଲକରେ କର୍ମୀ ସମ୍ମିଳନୀ କରିଥିଲେ । ଏହି କର୍ମୀ ସମ୍ମିଲନୀରେ ଅଣଦେଖା କରାଯିବା ଓ ଦଳର ସାଙ୍ଗଠନିକ ନିର୍ବାଚନ ବେଳେ ପୁରୁଖା ବିଜେଡି କର୍ମୀଙ୍କୁ ଗୁରୁତ୍ବ ଦିଆଯ଼ାଇ ନ ଥିବା ଯୋଗୁଁ କର୍ମୀଙ୍କ ରୋଷର ଶିକାର ହେବାକୁ ପଡିଥିଲା ଦେବାଶିଷଙ୍କୁ ।



ଏପରିକି ସ୍ବର୍ଗତ ବିଷ୍ଣୁ ଦାସଙ୍କ ସମର୍ଥକଙ୍କୁ ଅଣଦେଖା କରାଯ଼ାଉଥିବା ବି ଅଭିଯ଼ୋଗ ହୋଇଛି । ଏହି ଘଟଣାର ତିନି ଦିନ ପରେ ଦେବାଶିଷ ସାମନ୍ତରାୟ ସେଭଳି କିଛି ଘଟଣା ଘଟି ନ ଥିବା କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ।
Published by: Anand Shankar Thankur Das
First published: September 13, 2020, 11:56 PM IST
corona virus btn
corona virus btn
Loading