ବିଜେପି ମୁଖପାତ୍ର ସମ୍ବିତ ପାତ୍ର କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ

Sambit Patra Tests Positive For Coronavirus | ସମ୍ବିତ ପାତ୍ର ମୂଳତଃ ଓଡ଼ିଶାର ବାସିନ୍ଦା ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ପୁରୀ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୁ ଜନତା ଦଳ ପ୍ରାର୍ଥୀ ପିନାକି ମିଶ୍ରଙ୍କ ଠାରୁ ହାରିଯାଇଥିଲେ ।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ
ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି, BJP)ର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର (Sambit Patra)ଙ୍କ ଦେହରେ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି । ଏହା ପରେ ଗୁରୁବାର ଅପରାହ୍ଣରେ ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ପାତ୍ରଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ଜାତୀୟ ମୁଖପାତ୍ର ହେବା ସହିତ ପାତ୍ର ଜଣେ ସର୍ଜନ। ସେ ହିନ୍ଦୁ ରାଓ ହସ୍ପିଟାଲରେ ମେଡିକାଲ ଅଫିସର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ONGC ବୋର୍ଡର ଅଣ-ଅଫିସିଆଲ୍ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ପାତ୍ର ଅନ୍ୟତମ ।

ପାତ୍ର ମୂଳତଃ ଓଡ଼ିଶାର ବାସିନ୍ଦା ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ​​ପୁରୀ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ସେ ଓଡ଼ିଶାର ଶାସକ ଦଳ ବିଜୁ ଜନତା ଦଳ (Biju Janata Dal, BJD) ପ୍ରାର୍ଥୀ ପିନାକି ମିଶ୍ରଙ୍କ ଠାରୁ ୧୧,୭୦୦ ଭୋଟରେ ହାରିଯାଇଥିଲେ ।

ଗୁରୁବାର ସକାଳେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ପାତ୍ର ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସକ୍ରିୟ ଥିଲେ । ଗୁରୁବାର ସକାଳ ଠାରୁ ସେ କେତେକ ଟ୍ୱିଟ୍‌ କରିଥିଲେ । କିଛି ସମୟ ପୂର୍ବରୁ ସେ ବିଜେପି ସାମ୍ବାଦିକ ସମ୍ମିଳନୀର ଏକ ଟ୍ୱିଟ୍‌ ରିଟ୍ୱିଟ୍ କରିଥିଲେ ।

ସମ୍ବିତ ପାତ୍ର ଟିଭି ନ୍ୟୁଜ ଚ୍ୟାନେଲରେ ଆସୁଥିବା ଭାରତୀୟ ଜନତା ପାର୍ଟିର ଜଣେ ଲୋକପ୍ରିୟ ଚେହେରା । ସେ ସୋସିଆଲ ମିଡିଆରେ ବି ବହୁତ ସକ୍ରିୟ ରହନ୍ତି । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ତାଙ୍କର ୪୪ ଲକ୍ଷ ଫଲୋଅର୍ସ ଅଛନ୍ତି ।

ପାତ୍ର ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ପାଇବା ପରେ ତାଙ୍କ ଶୁଭେଚ୍ଛୁମାନେ ତାଙ୍କୁ ଶୀଘ୍ର ଭଲ ହୋଇଯିବା ପାଇଁ କାମନା କରି ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦର ପାଲ ସିଂ ବାଗଗା ଟ୍ୱିଟ କରି କହିଛନ୍ତି: ‘‘ଆପଣ  ଶୀଘ୍ର ଠିକ୍‌ ହୋଇଯାଆନ୍ତୁ, ସମ୍ବିତ ଭାଇ ।’’

ନିକଟରେ କଂଗ୍ରେସରୁ ଯାଇ ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଦିଆ ବି ସମ୍ବିତ ପାତ୍ରଙ୍କ ଶୀଘ୍ର ଆରୋଗ୍ୟ ଲାଭ ପାଇଁ ପ୍ରାର୍ଥନା କରିଛନ୍ତି ।

ଦେଶରେ କରୋନାର ପ୍ରକୋପ ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ସୂଚନା ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ ୧,୫୮,୩୩୩ଟି କରୋନା ମାମଲା ସାମନାକୁ ଆସିଛି । ସେଥି ମଧ୍ୟରୁ ୮୬,୧୧୦ଟି ମାମଲା ସକ୍ରିୟ ଅଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୬,୫୬୬ଟି ନୂଆ ମାମଲା ଦେଖିବାକୁ ମିଳିଛି ଓ ୧୯୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସାରା ଦେଶରେ ୮୬,୧୧୦ଟି କରୋନା ମାମଲା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୪,୫୩୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ ୬୭,୬୯୧ ଜଣ ରୋଗୀ ଚିକିତ୍ସା ପରେ ଭଲ ହୋଇ Iରକୁ ଫେରିଛନ୍ତି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 28, 2020, 6:20 PM IST
corona virus btn
corona virus btn
Loading