ଭୁବନେଶ୍ୱରରେ ମାତୁଥିବା କୋଭିଡ ସଂକ୍ରମଣ ଚିନ୍ତା ବଢ଼ାଇଲା; ଟେଷ୍ଟିଂ ବଢ଼ାଇବା ଦାବି ଜୋର୍ ଧରିଲା

ଗତ ବର୍ଷ ସଂକ୍ରମିତ ଲୋକ ଓ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ କୋଭିଡ଼ କିଟ୍ ଦିଆଯାଉଥିବା ବେଳେ ଏ ଥର ତାକୁ ଅଣଦେଖା କରାଯାଇଛି ଓ କୋଭିଡ଼ ସଂକ୍ରମିତଙ୍କୁ କେଉଁ ହସ୍ପିଟାଲରେ ରଖାଯାଇଛି ସେ ନେଇ ସୂଚନା ମିଳୁ ନ ଥିବା ଅଭିଯୋଗ କରିଛି ବିଜେପି ।

ଭୁବନେଶ୍ୱରରେ ମାତୁଥିବା କୋଭିଡ ସଂକ୍ରମଣ ଚିନ୍ତା ବଢ଼ାଇଲା; ଟେଷ୍ଟିଂ ବଢ଼ାଇବା ଦାବି ଜୋର୍ ଧରିଲା
ଗତ ସପ୍ତାହକ ଭିତରେ କେବଳ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୪,୨୪୧ ଛୁଇଁଛି।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କ୍ରମାଗତ ଭାବେ ବଢ଼ୁଥିବା କୋଭିଡ଼ ସଂକ୍ରମଣ ଚିନ୍ତାର କାରଣ ହୋଇଛି । ପ୍ରତି ଦିନ ରାଜ୍ୟରେ ୬,୦୦୦ରୁ ଅଧିକ ନୂଆ ସଂକ୍ରମିତ ସାମ୍ନାକୁ ଆସୁଥିବା ବେଳେ ସେ ଭିତରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଓ ଆଖପାଖ ଅଞ୍ଚଳରେ ପ୍ରାୟ ୧,୦୦୦ ସଂକ୍ରମିତ ରହୁଛନ୍ତି । ଏହାକୁ ରୋକିବା ପାଇଁ ବିଭାଗୀୟ ଅଧିକାରୀମାନେ ତୁରନ୍ତ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ୍ ବୋଲି ବିଭିନ୍ନ ମହଲରୁ ଦାବି ଜୋର୍‌ ଧରିଛି ।

ଭୁବନେଶ୍ୱରରେ କରୋନା ସଂକ୍ରମଣ କମ୍‌ ହେଉ ନ ଥିବା ପ୍ରସଙ୍ଗକୁ ନେଇ ବି.ଏମ୍‌.ସି. କମିଶନରଙ୍କ ପାଖରେ ଫେରାଦ ହୋଇଛି ବିଜେପି । ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଭେଟି ଏକ ଦାବି ପତ୍ର ଦେବା ସହ କୋଭିଡ ନିୟନ୍ତ୍ରଣ ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ହାତକୁ ନେବାର ଆବଶ୍ୟକତା ଅଛି ବୋଲି କହିଛି ।

ଏହା ବି ପଢ଼ନ୍ତୁ | Bengal Polls 2021: ଖେଲା ହୋବେ! ବିଜୟ ଖୁସିରେ ବେଙ୍ଗଲରେ ୫୦,୦୦୦ ଫୁଟବଲ୍ ବାଣ୍ଟିବେ ମମତା ବାନାର୍ଜୀ

‘‘ଭୁବନେଶ୍ୱରରେ ସାମ୍ପଲ୍‌ ପରୀକ୍ଷଣକୁ ଦୈନିକ ୫,୦୦୦ରୁ ଅଧିକ କରାଯିବା ସହ କୋଭିଡ ବେଡ୍‌, ଆଇସିୟୁ ଓ ବିଭିନ୍ନ ଜୀବନରକ୍ଷାକାରୀ ଔଷଧ ତଥା ଅକ୍ସିଜେନ ମହଜୁଦ ରଖିବାକୁ ଆମେ ଦାବି କରିଛୁଁ । ଏହା ସହିତ ଯେହେତୁ ଭୁବନେଶ୍ୱରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ରୋଗର ଚିକିତ୍ସା ପାଇଁ ରୋଗୀମାନେ ଆସୁଛନ୍ତି ସେ ନେଇ ମଧ୍ୟ ପ୍ରସ୍ତୁତି ରହିବା ଉଚିତ ବୋଲି ଆମେ ଜଣେଇଛୁଁ,’’ କହିଛନ୍ତି ବାବୁ ସିଂ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bengal Results: ‘ଦିଦି ଦିଦି…’ ଦୋହରାଇ ଟ୍ୱିଟରରେ ଲୋକେ BJPକୁ ଖୁବ୍ ପରିହାସ କରୁଛନ୍ତି

ସେ ଅଭିଯୋଗ କରିଛନ୍ତି ଯେ ଗତ ବର୍ଷ କୋଭିଡ୍‌ ସଂକ୍ରମଣ ସମୟରେ ସଂକ୍ରମିତ ଲୋକ ଓ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ କୋଭିଡ଼ କିଟ୍ ଦିଆଯାଉଥିଲା, କିନ୍ତୁ ଏଥର ଅଣଦେଖା କରାଯାଇଛି । ସାନିଟାଇଜିଂକୁ ନେଇ ବି ସେ ପ୍ରଶ୍ନ ଉଠାଇଛନ୍ତି ।

ଏହା ବି ପଢ଼ନ୍ତୁ | Reliance Oxygen ଯୋଗାଣକୁ ସୁପ୍ରିମ୍ କୋର୍ଟରେ ସ୍ୱାଗତ କରାଗଲା; ମୁକେଶ ତଦାରଖ କରୁଛନ୍ତି

‘‘ସବୁଠାରୁ ସ୍ପର୍ଶକାତର ପ୍ରସଙ୍ଗ ହେଲା କୋଭିଡ଼ ସଂକ୍ରମିତଙ୍କୁ କେଉଁ ହସ୍‌ପିଟାଲରେ ରଖାଯାଉଛି ଓ ଏବେକାର ସ୍ଥିତି କ’ଣ ସେ ନେଇ ସୂଚନା ମିଳି ପାରୁନାହିଁ । ଏହା ଦ୍ୱାରା ସଂକ୍ରମିତଙ୍କ ପରିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି ବୋଲି ଆମେ ବି.ଏମ୍‌.ସି.କୁ ଜଣାଇଛୁଁ,’’ କହିଛନ୍ତି ବାବୁ ସିଂ । ଗତ କିଛି ଦିନ ଧରି ବିଭିନ୍ନ ରାଜନୈତିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଏ ନେଇ ବି.ଏମ୍‌.ସି. କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦିଆଯାଇଛି ।

ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ରାଜ୍ୟରେ କୋଭିଡ଼ ସଂକ୍ରମଣର ହଟ୍‌ସ୍ପଟ୍ ପାଲଟିଛି ଭୁବନେଶ୍ୱର । ଚିନ୍ତାଜନକ ବିଷୟ ହେଉଛି ଗତ ସପ୍ତାହକ ଭିତରେ କେବଳ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୪,୨୪୧  ଛୁଇଁଛି। ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୈନିକ ଭୁବନେଶ୍ୱରରେ ୧,୫୦୦ରୁ ଅଧିକ ଟେଷ୍ଟିଂ ହେଉଛି । ଯୋଜନାବଦ୍ଧ ଭାବେ ବିଭିନ୍ନ ସଂକ୍ରମିତ ଅଞ୍ଚଳରୁ ସଂଗୃହିତ ହେଉଛି ନମୁନା ଓ  ନିୟମିତ ଧାରାରେ ନମୁନା ପରୀକ୍ଷାକୁ ବୃଦ୍ଧି କରାଯାଉଛି । ଏହି ସଂଖ୍ୟା ଆଗାମୀ ସମୟରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବି.ଏମ୍‌.ସି. ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | ତାମିଲ ନାଡ଼ୁରେ ଥିବା ମନ୍ଦିରଗୁଡ଼ିକର ବାହ୍ୟ ଅଡ଼ିଟ୍ ଦାବି କରି ମାଡ୍ରାସ୍ HCରେ PIL କଲେ ସଦଗୁରୁ

‘‘ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏବେ ଲୋକ ସଂଖ୍ୟା ୧୫ ଲକ୍ଷରୁ ଅଧିକ । ଫ୍ଲୋଟିଂ ପପୁଲେସନ୍‌ ବା ଭୁବନେଶ୍ୱର ମହାନଗର ନିଗମ  ଅଞ୍ଚଳକୁ ବିଭିନ୍ନ ସ୍ଥାନରୁ ଯିବା ଆସିବା କରୁଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ । ତେଣୁ ୨୦ ଲକ୍ଷ ବସବାସ କରୁଥିବା ଅଞ୍ଚଳରେ ସାମଗ୍ରୀକ ଟେଷ୍ଟିଂ କରିବା ସହଜ ନୁହେଁ । ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ଛୋଟ ଛୋଟ ଖଣ୍ଡରେ ବିଭକ୍ତ କରି ସେ ଅଞ୍ଚଳରେ ନିୟମିତ ଟେଷ୍ଟିଂ କରାଯିବା ଉଚିତ୍ । ଏହା ଦ୍ୱାରା ସଂକ୍ରମିତ ଲୋକଙ୍କ ଚିହ୍ନଟ ତ୍ୱରିତ କରିହେବା ସହ କୋଭିଡ଼ ସଂକ୍ରମଣର ଚେନକୁ ରୋକାଯାଇ ପାରିବ । ଏ ଦିଗରେ ମିଳିତ ପ୍ରୟାସର ଆବଶ୍ୟକତା ରହିଛି,’’ କହିଛନ୍ତି ସ୍ୱାସ୍ଥ୍ୟ ସେବା ପରିଚାଳନା ବିଶେଷଜ୍ଞ ରାମଚନ୍ଦ୍ର ପଣ୍ଡା ।



ବି.ଏମ୍‌.ସି. କମଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ‘‘ଆମେ ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । କୋଭିଡ଼ ସଂକ୍ରମଣ ପାଇଁ ବି.ଏମ୍‌.ସି. ଅଞ୍ଚଳରେ ସବୁ ପ୍ରସ୍ତୁତି ସରିଛି । ଔଷଧ ଓ ଅମ୍ଳଜାନ ମହଜୁଦ ରଖାଯିବା ସହ କେବଳ ମହାନଗର ନିଗମ ଅଞ୍ଚଳରେ କୋଭିଡ଼ ପାଇଁ ମୋ’ଟ ୧,୨୭୮ଟି ବେଡ୍‌ ରଖାଯାଇଥିବା ବେଳେ ୩୫୦ଟି ଆଇସିୟୁ ବେଡ୍‌ ରହିଛି । ଆବଶ୍ୟକତା ଅନୁସାରେ ଏହାକୁ ବୃଦ୍ଧି କରାଯିବ । ଯଦି ଆହୁରି ଅଧିକ ଆବଶ୍ୟକ ପଡ଼େ ତେବେ ସେ ନେଇ ତ୍ୱରିତ କାର୍ଯ୍ୟକ୍ରମ ହାତକୁ ନିଆଯିବ ।’’
Published by: Anand ST Das
First published: May 2, 2021, 11:25 PM IST