ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥିତି ଗୁରୁତର; COVID ଆକ୍ରାନ୍ତ ହୋଇ AIIMSରେ ଚିକିତ୍ସାଧୀନ

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥିତି ଗୁରୁତର; COVID ଆକ୍ରାନ୍ତ ହୋଇ AIIMSରେ ଚିକିତ୍ସାଧୀନ

୫୫-ବର୍ଷୀୟ ବିଜେପି ନେତା ପ୍ରଦୀପ୍ତ କୁମାର ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ଏମ୍ସ ଭୁବନେଶ୍ୱର ଓ ଏମ୍ସ ଦିଲ୍ଲୀର ଡାକ୍ତରମାନଙ୍କ ସହ ଏକ ଭର୍ଚ୍ଚୁଆଲ୍ ବୈଠକ ଆୟୋଜିତ କରାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥିତି ଗୁରୁତର; COVID ଆକ୍ରାନ୍ତ ହୋଇ AIIMSରେ ଚିକିତ୍ସାଧୀନ
ପ୍ରଦୀପ୍ତ କୁମାର ନାୟକ (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡି଼ଶା ବିଧାନ ସଭାରେ ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାୟକ କରୋନା ଭାଇରସ୍‌ ସଂକ୍ରମିତ ହୋଇ ଏ.ଆଇ.ଆଇ.ଏମ୍.ଏସ୍. ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି । ୫୫-ବର୍ଷୀୟ ବିଜେପି ନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଉଥିବା ଜଣାପଡ଼ିବା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅବଗତ ହୋଇ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

କେନ୍ଦ୍ର ତୈଳ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ପଦ୍ଧତି ଉପରେ ଏକ ଜରୁରୀକଳୀନ ଆଲୋଚନା ପାଇଁ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବଟମାନାବାଣେ, ସେଠାକାର କେତେକ ଡାକ୍ତର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କର ନୂଆ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ପ୍ରଫେସର ରଣଦୀପ ଗୁଲେରିଆଙ୍କ ସହିତ ଏକ ବୈଠକ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ଆୟୋଜନ କରାଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଲା; କହିଲା ‘‘ଆପଣଙ୍କ ଜୀବନର ଆଉ ଦିନ ବାକି ଅଛି’’

ଭବାନୀପାଟଣାରୁ ଚାରି ଥର ବିଧାୟକ ନିର୍ବାଚିତ ହୋଇଥିବା ପ୍ରଦୀପ୍ତ ନାଏକ ଓ ରାଜ୍ୟ ସଭା ସାଂସଦ ରଘୁନାଥ ମହାପାତ୍ର ଉଭୟ କରୋନା ଭାଇରସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ।

ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍


ବୁଧବାର ଦିନ ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନାଏକ କୋଭିଡ-୧୯ରେ ଆକ୍ରାନ୍ତ ହେବା ପରେ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନ ସୁଧୁରିବାରୁ ତାଙ୍କୁ ଏପ୍ରିଲ ୨୬ରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଏହା ବି ପଢ଼ନ୍ତୁ | Reliance Oxygen ଯୋଗାଣକୁ ସୁପ୍ରିମ୍ କୋର୍ଟରେ ସ୍ୱାଗତ କରାଗଲା; ମୁକେଶ ଅମ୍ବାନୀ ତଦାରଖ କରୁଛନ୍ତି

ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ କରିଥିବା ବୈଠକର ଏକ ଦୃଶ୍ୟ


ଏହା ବି ପଢ଼ନ୍ତୁ | ତାମିଲ ନାଡ଼ୁରେ ଥିବା ମନ୍ଦିରଗୁଡ଼ିକର ବାହ୍ୟ ଅଡ଼ିଟ୍ ଦାବି କରି ମାଡ୍ରାସ୍ HCରେ PIL କଲେ ସଦଗୁରୁ

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବୁଧବାର ଦିନ ପ୍ରଦୀପ୍ତ କୁମାର ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ପରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଏକ ଚିଠି ଲେଖି ନାଏକଙ୍କ ଉଚିତ ଚିକିତ୍ସା ପାଇଁ ଡାକ୍ତରମାନଙ୍କର ଏକ ବିଶେଷଜ୍ଞ ଦଳ ଗଠନ କରିବାକୁ ପରାମର୍ଶ ଦେଇଥିଲେ । ନାଏକଙ୍କ ଶୀଘ୍ର ଆରୋଗ୍ୟ ଲାଭ ପାଇଁ ଦାସ କାମନା କରିଥିଲେ ।



ଭୁବନେଶ୍ୱର ଏମ୍ସ ଓ କଟକର ଏସ୍‌.ସି.ବି. ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସପିଟାଲର ଡାକ୍ତରମାନଙ୍କର ଏକ ପାଞ୍ଚ-ଜଣିଆ ଦଳର ଏକ ରିପୋର୍ଟ ଅନୁସାରେ ନନ୍‌-ଇନଭେଶିଭ୍‌ ଭେଣ୍ଟିଲେଟର୍‌ ଚିକିତ୍ସାରେ ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ଇଣ୍ଟ୍ୟୁବେଟ୍‌ କରାଯାଇଥିଲା ।
Published by: Anand ST Das
First published: May 6, 2021, 9:32 PM IST