କରୋନା ଖର୍ଚ୍ଚକାଟ ବେଳେ ସଞ୍ଜୟ ଦାସ ବର୍ମାଙ୍କ ହେଲିକପ୍ଟର ଗସ୍ତକୁ ନେଇ ଆପତ୍ତି ଉଠାଇଛି ବିଜେପି

ନବରଙ୍ଗପୁରରୁ ଭୁବନେଶ୍ୱର ୧୦ ଘଣ୍ଟାର ରାସ୍ତା । ଗାଡ଼ିରେ ନ ଆସି ହେଲିକପ୍ଟରରେ ଯିବା ଆସିବା ଦ୍ୱାରା ସଞ୍ଜୟ ଅକାରଣରେ ଓଡ଼ିଶାବାସୀଙ୍କ ୫-୬ ଲକ୍ଷ ଟଙ୍କା କ୍ଷତି କରାଇଛନ୍ତି ବୋଲି କହିଛନ୍ତି ବିଜେପି ଏମ୍.ପି. ବଳଭଦ୍ର ମାଝୀ ।

କରୋନା ଖର୍ଚ୍ଚକାଟ ବେଳେ ସଞ୍ଜୟ ଦାସ ବର୍ମାଙ୍କ ହେଲିକପ୍ଟର ଗସ୍ତକୁ ନେଇ ଆପତ୍ତି ଉଠାଇଛି ବିଜେପି
ସଞ୍ଜୟ ଦାସ ବର୍ମା ନବରଙ୍ଗପୁର ଗସ୍ତ ବେଳେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୋଜନା ବୋର୍ଡ ଉପାଧକ୍ଷଙ୍କ ହେଲିକପଟର ଗସ୍ତକୁ ନେଇ ବିଜେପି ଆରୋପ ଲଗେଇଛି । କରୋନା ମହାମାରୀ ସମୟରେ ସରକାର ଖର୍ଚ୍ଚକାଟ କଥା କହୁଥିୁବା ବେଳେ ସେ କେମିତି ହେଲିକପଟର ଗସ୍ତ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନବରଙ୍ଗପୁରର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ  ।

ବଳଭଦ୍ରଙ୍କ ଅଭିଯୋଗ ଅନୁସାରେ ହେଲିକପଟର ଯୋଗେ ନବରଙ୍ଗପୁରରୁ ଭୁବନେଶ୍ୱର ଫେରିଛନ୍ତି ଯୋଜନା ବୋର୍ଡ଼ ଉପାଧକ୍ଷ ସଞ୍ଜୟ ଦାସ ବର୍ମା । ଯୋଜନା ବୋର୍ଡ ଉପାଧକ୍ଷଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଚିଠି ଅନୁସାରେ ୧୩ ଜୁଲାଇରେ ଭୁବନେଶ୍ୱରରୁ ବାହାରି ଗଜପତି ଜିଲ୍ଲାରେ ସେ ରାତ୍ରି ଯାପନ କରିଥିଲେ । ୧୫ ଜୁଲାଇରେ ରାୟଗଡ଼ାରୁ ନବରଙ୍ଗପୁର ଆସି ସେଠାରେ ରାତ୍ରୀ ଯାପନ କଲେ । ୧୬ ଜୁଲାଇ ଦିନ ନବରଙ୍ଗପୁର, ଉମରକୋଟ, ଝରିଗାଁ ଓ ଦାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ ।

ଏହି ୬ ଦିନ ଭ୍ରମଣ କାର୍ଯ୍ୟକ୍ରମରେ ଦାସ ବର୍ମା ୩ ଦିନ ସରକାରୀ ସମୀକ୍ଷା ବୈଠକ କରିଥିଲେ ଓ ଅନ୍ୟ ୩ ଦିନ ଦଳୀୟ କାର୍ଯ୍ୟକ୍ରମରେ ଲିପ୍ତ ରହିଥିଲେ ବୋଲି କହିଛନ୍ତି ମାଝୀ । ‘‘ସଞ୍ଜୟ ଦାସ ବର୍ମା ଯୋଜନା ବୋର୍ଡ ଉପାଧକ୍ଷ ସାଙ୍ଗକୁ  ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ସହିତ ବିଜେଡିର ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଅଛନ୍ତି । କୋଭିଡ ମହାମାରୀ ପାଇଁ ଅର୍ଥାଭାବ କାରଣରୁ ସରକାର ଖର୍ଚ୍ଚକାଟ କରିଛନ୍ତି । ଜରୁରୀକାଳୀନ ଗସ୍ତ ପାଇଁ ଅନୁମତି ଦରକାର । ଏଠି କିଏ ଅନୁମୋଦନ ଦେଲେ ତାହା ବଡ଼ କଥା ନୁହେଁ, କଥା ହେଉଛି ଯଥାର୍ଥତା ଓ ଉଦ୍ଦେଶ୍ୟ,’’ କହିଛନ୍ତି ମାଝି ।

ନବରଙ୍ଗପୁରର ବିଜେପି ଏମ୍.ପି. ବଳଭଦ୍ର ମାଝି


‘‘ଭୁବନେଶ୍ୱର ସହର ଲକଡାଉନରେ ଥିବା ବେଳେ କଣ ଜରୁରୀ ପରିସ୍ଥିତି ପଡ଼ିଲା ଯେ ହେଲିକପ୍ଟରରେ ସଞ୍ଜୟଙ୍କୁ ଆସିବାକୁ ପଡ଼ିଲା? ନବରଙ୍ଗପୁରରୁ ଭୁବନେଶ୍ୱର ୧୦ ଘଣ୍ଟାର ରାସ୍ତା । ତେବେ ଗାଡ଼ିରେ ନ ଆସି କାହିଁକି ହେଲିକପ୍ଟରରେ ଆସିଲେ ସେ? ହେଲିକପ୍ଟରରେ ଆସିବା ଦ୍ୱାରା ଓଡ଼ିଶାବାସୀଙ୍କ ୫-୬ ଲକ୍ଷ ଟଙ୍କା ଚୁନା ଲାଗିଲା । ଅନ୍ୟମାନଙ୍କୁ ଟ୍ରେନର ପ୍ରଥମ ଶ୍ରେଣୀରେ ଏସିରେ ଯିବାକୁ ମନା ଥିବା ବେଳେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଏହାର ଖୁଲମଖୁଲା ଉଲଙ୍ଘନ କରିଛନ୍ତି । କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ କୌଣସି ସରକାରୀ ଓ ରାଜନୈତିକ ସଭାସମିତି ବାରଣ ଥିବା ବେଳେ ଯୋଜନା ବୋର୍ଡ ଉପାଧକ୍ଷ ଲମ୍ବା ଗସ୍ତ ଓ ଏତେଗୁଡି଼ଏ ସରକାରୀ କାର୍ଯ୍ୟକ୍ରମ କରି କୋଭିଡ-୧୯ ନିୟମକୁ ଖୋଲାଖୋଲି ଉଲଙ୍ଘନ କରିଛନ୍ତି,’’ କହିଛନ୍ତି ମାଝୀ ।

ଏହା ବି ପଢ଼ନ୍ତୁ: ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳିନୀ ଶ୍ରୀହରନ୍ ଜେଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କଲେ

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

ଏହି ଅଭିଯୋଗ ପରେ କୌଣସି ସିଧା ଉତ୍ତର ନ ଦେଇ ଏହାକୁ ‘‘ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବିବୃତି’’ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା ।
Published by: Anand Shankar Thankur Das
First published: July 21, 2020, 9:07 PM IST
corona virus btn
corona virus btn
Loading