ବାଲେଶ୍ୱର: ଟିକାକରଣ କେନ୍ଦ୍ରରେ PMଙ୍କ ଫଟୋ ନ ଥିବାରୁ BJP ହଙ୍ଗାମା କଲା, ଫଟୋ ଲଗାଇଲା

BJPର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଅଭିଯୋଗ କରିଥିଲେ ଯେ ଟିକାକରଣ କେନ୍ଦ୍ରରେ ସର୍ବତ୍ର କେବଳ CM ନବୀନ ପଟ୍ଟନାୟକଙ୍କ ଫଟୋ ରହିଥିଲା । ଏହି ‘‘କେନ୍ଦ୍ରୀୟ ଯୋଜନାରେ’’ PMଙ୍କ ଫଟୋ ରହିବା ଅନିବାର୍ଯ୍ୟ ବୋଲି ସେ କହିଥିଲେ ।

ବିଜେପି କର୍ମୀମାନେ ଜୋର୍ ଜବରଦସ୍ତ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଇଥିଲେ ।

ବିଜେପି କର୍ମୀମାନେ ଜୋର୍ ଜବରଦସ୍ତ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଇଥିଲେ ।

  • Share this:
News18 Odia Digital

ବାଲେଶ୍ୱର: ସାରା ରାଜ୍ୟରେ କ୍ୟାମ୍ପେନ୍‌ ମୋଡ଼ରେ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ବାଲେଶ୍ୱରରେ ଗୋଟିଏ ଟିକାକରଣ କେନ୍ଦ୍ରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନ ଥିବାରୁ ବିଜେପି କର୍ମୀମାନେ ହୋ ହଲ୍ଲା କରିଥିଲେ ଓ ଜୋର୍‌ ଜବରଦସ୍ତ ପ୍ରଧାନ ମନ୍ତ୍ରୀଙ୍କ ଫଟୋ ଲଗାଇଥିଲେ ।

ଏହି ଘଟଣା ଘଟିଥିଲା ଗାନ୍ଧୀ ସ୍ମୃତି ଭବନରେ । ସେଠାରେ ସୋମବାର ଦିନ ସକାଳ ୯ଟାରୁ ଅଟୋ ଚାଳକମାନଙ୍କୁ ଟିକା ଦିଆଯାଇଥିଲା । ହେଲେ ଟିକାକରଣ କେନ୍ଦ୍ରରେ ପ୍ରଧାନ ମନ୍ତ୍ରୀଙ୍କ ଫଟୋ ନ ଥିବାରୁ ବିଜେପି କର୍ମୀମାନେ ସେଠାରେ ପହଞ୍ଚି ପାଟିତୁଣ୍ଡ କରିବା ସହିତ ସି.ଡି.ଏମ୍‌.ଓ.ଙ୍କୁ ଘେରିଥିଲେ । ତା’ ପରେ କିଛି ବିଜେପି କର୍ମୀ ଏହି କେନ୍ଦ୍ରରେ ମୋଦିଙ୍କ ଫଟୋ ଜୋର୍‌ କରି ଲଗାଇ ଦେଇଥିଲେ । 

ଏହା ବି ପଢ଼ନ୍ତୁ | PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି

ବିଜେପିର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ଦଳ ଗାନ୍ଧୀ ସ୍ମୃତି ଭବନରେ ଚାଲିଥିବା ଟିକାକରଣ କେନ୍ଦ୍ର ପରିଦର୍ଶନରେ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ସେଠାରେ ସର୍ବତ୍ର କେବଳ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିଥିଲା ବୋଲି ଅଭିଯୋଗ କରିଥିଲେ ମହାପାତ୍ର । ଏହି ‘‘କେନ୍ଦ୍ରୀୟ ଯୋଜନାରେ’’ କାହିଁକି ପ୍ରଧାନ ମନ୍ତ୍ରୀଙ୍କ ଫଟୋ ନାହିଁ ବୋଲି ସେଠାରେ ଉପସ୍ଥିତ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଲାଲସେନ ଜଗଦେବଙ୍କୁ ସେ ପଚାରିଥିଲେ । ତା’ ପରେ ଉପସ୍ଥିତ ବିଜେପି କାର୍ଯ୍ଯକର୍ତ୍ତାମାନେ ଉତ୍ତେଜିତ ହୋଇ ତୁରନ୍ତ ସେଠାରେ ପ୍ରଧାନ ମନ୍ତ୍ରୀଙ୍କ ଫଟୋ ଲଗାଯାଉ ବୋଲି ଦାବି କରିଥିଲେ । ଜିଲ୍ଲାର ସବୁ ଟିକାକରଣ କେନ୍ଦ୍ରରେ ପ୍ରଧାନ ମନ୍ତ୍ରୀଙ୍କ ଫଟୋ ରହିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ମହାପାତ୍ର ।

ଏହା ବି ପଢ଼ନ୍ତୁ | ପ୍ରେମ ପରେ ରେପ୍ ଅଭିଯୋଗ କରିଥିଲେ ଯୁବତୀ; ଯୁବକ ନାବାଳକ ବୋଲି ଜଣାପଡ଼ିଲା; ଜେଲ୍ ଗଲେ ଯୁବତୀ

ଏହି ମାମଲା ବିଷୟରେ ବାଲେଶ୍ୱର ସଦର ବିଧାୟକ ତଥା ବିଜେଡି ନେତା ସ୍ୱରୂପ ଦାସ କହିଛନ୍ତି, ‘‘କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥିବା ମାଗଣା ଟିକା ଏ ଯାଏଁ ବାଲେଶ୍ୱରରେ ପହଞ୍ଚିନି । ତେଣୁ ଏବେ ଯେଉଁ ଟିକା ଦିଆଯାଉଛି ତାହା ରାଜ୍ୟ ସରକାର କିଣିଛନ୍ତି । ଫଟୋ ରହିବା ନ ରହିବା ନେଇ ଟିକାକରଣରେ କେହି ରାଜନୀତି କରିବା ଉଚିତ ନୁହେଁ ।’’

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ୨୫୦ ଟଙ୍କା ବଢ଼ିଲା; ତଥାପି ସର୍ବୋଚ୍ଚ ସ୍ତର ଠାରୁ ୧୦,୭୩୧ ଟଙ୍କା କମ୍ ଅଛି

‘‘ଏହି ଟିକାକରଣ ଜନସାଧାରଣ ଙ୍କ ପଇସାରେ ହେଉଛି । ଏଥିରେ ମୋଦି ଟିକା, ଷ୍ଟାଲିନ୍‌ ଟିକା, ମମତା ଓ ନୀତିଶ ଟିକା ବା ନବୀନ ଟିକା କ’ଣ? ଟିକାକରଣରେ ଫଟୋକୁ ନେଇ ରାଜନୀତି ହେବା ଉଚିତ ନୁହେଁ । କେବଳ ରାଜନୈତିକ ଦୃଷ୍ଟିକୋଣରୁ ବିବାଦ କରାଯାଉଛି,’’ କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର ।

ଏହା ବି ପଢ଼ନ୍ତୁ | COVID ହୋଇଥିଲା, ଉଚ୍ଚ ଜ୍ୱର ଥିଲା, ତଥାପି ଏହି ଓଡ଼ିଆ IAS ଅଧିକାରୀ ଅମ୍ଳଜାନ ଯୋଗାଉଥିଲେ; ଚାଲିଗଲେ

ସେ କହିଛନ୍ତି ଯେ ଟିକାକରଣରେ କେନ୍ଦ୍ର ଫଣ୍ଡ୍‌ ସହିତ ରାଜ୍ୟମାନଙ୍କର ବି ଯୋଗଦାନ ଅଛି । ‘‘ଏହାକୁ ନେଇ ହୀନ ରାଜନୀତି କରିବା ଉଚିତ ନୁହେଁ । କେଉଁଠି ଫଟୋ ଲାଗିଲା, କେଉଁଠି ହୋଡ଼ିଂ ଲାଗିଲା, ଏଥିରେ କିଛି ଲୋକଙ୍କର ଗାତ୍ର ଦାହ କାହିଁକି ହେଉଛି?’’ ପ୍ରଶ୍ନ କରିଥିଲେ ମିଶ୍ର ।

ଏହା ବି ପଢ଼ନ୍ତୁ | ମୋଦି ସରକାର ଏହି ମାସ ମାଗଣା LPG ଗ୍ୟାସ୍ କନେକ୍ସନ୍ ଦେବେ; କେମିତି ଆବେଦନ କରିବେ ଜାଣନ୍ତୁ

ବିରୋଧୀ ଦଳ ବିଜେପିର ନେତାମାନେ ଅଭିଯୋଗ କରିଥିଲେ ଯେ ରାଜ୍ୟ ସରକାର ମଇ ୧ ତାରିଖରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ମାଗଣାରେ ଟିକାକରଣ କରିବା ଘୋଷଣାର ୪୫ ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଯୁବା ବର୍ଗଙ୍କ ଟିକାକରଣରେ ବିଶେଷ କୌଣସି ଗତି ଆସି ନ ଥିଲା । ଏହି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଜୁନ୍‌ ୨୧ରୁ ସମସ୍ତଙ୍କୁ ନିଶୁଳ୍କ ଟିକା ଦିଆଯିବ ବୋଲି ପ୍ରଧାନ ମନ୍ତ୍ରୀ ଘୋଷଣା କରିବା ପରେ ଲୋକେ ଆଶ୍ୱସ୍ତ ହୋଇଥିଲେ ବୋଲି ସେମାନେ କହିଛନ୍ତି ।



ସୋମବାର ଦିନ ବାଲେଶ୍ୱର ଜିଲ୍ଲାରେ ୫୮ଟି ଟିକାକରଣ କେନ୍ଦ୍ରରେ ମୋ’ଟ ୯,୦୩୦ ଜଣ ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା ।
Published by:Anand S.T. Das
First published: