‘‘ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ; ସରକାର ଲୋକଙ୍କୁ ମିଛ କହୁଛନ୍ତି’’: ବିଜେପି, କଂଗ୍ରେସ

ରାଜ୍ୟ ସରକାରଙ୍କ କରୋନା ପରିଚାଳନା ଉପରେ ସଙ୍ଗୀନ ଆରୋପ ଲଗାଇ ଦୁଇଟି ମୁଖ୍ୟ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ହେଲେ BJD କହିଛି ଯେ ବିରୋଧୀ ଦଳମାନେ ଏପରି କହି ନିଜ ବୋକାମିର ପରିଚୟ ଦେଉଛନ୍ତି ।

‘‘ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ; ସରକାର ଲୋକଙ୍କୁ ମିଛ କହୁଛନ୍ତି’’: ବିଜେପି, କଂଗ୍ରେସ
ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର (ଫାଇଲ୍ ଫଟୋ)
  • News18 Odia
  • Last Updated: September 24, 2020, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଉଛି କରୋନା ସଂକ୍ରମଣ ସ୍ଥିତି । ପ୍ରତି ଦିନ ୪,୦୦୦ ଟପୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି ଖୋର୍ଦ୍ଧା ଓ କଟକ ଜିଲ୍ଲା ଅଧିକ ଚିନ୍ତା ବଢ଼ାଉଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକ ଉପର ତଳ ହେବାରେ ଲାଗିଛି । ଏପରି ସ୍ଥିତିରେ ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳମାନେ । ସରକାର ତଥ୍ୟ ଲୁଚାଇବା ସହ ରାଜ୍ୟବାସୀଙ୍କୁ ଭ୍ରମିତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ଲଗାତାର ନଅ ଦିନ ହେବ ଦୈନିକ ୪ ହଜାର ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ଏହି ସଂଖ୍ୟା ସହ ସେପ୍ଟେମ୍ବର ମାସ ସବୁ ରେକର୍ଡ ବ୍ରେକ କରି ଲକ୍ଷେ ଛୁଇଁବାକୁ ବସିଲାଣି । ମୃତ୍ୟୁ ସଂଖ୍ୟା ବି କେବଳ ସେପ୍ଟେମ୍ବରରେ ୨୫୦ ପାର କଲାଣି । ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ରଣନୀତି ପରିବର୍ତ୍ତନ କରୁଥିଲେ ସ୍ଥିତି ବେକାବୁ ରହିଛି । କଂଗ୍ରେସ ଓ ବିଜେପି ସରକାରଙ୍କ ଉପରେ ସଙ୍ଗୀନ ଆରୋପ ଲଗାଇଛନ୍ତି ।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ‘‘ବର୍ତ୍ତମାନ ସ୍ଥିତି ଯେପରି ହୋଇଛି ସରକାର ଲୋକଙ୍କୁ ଭ୍ରମିତ କରୁଛନ୍ତି । ଭୁଲ ତଥ୍ୟ ଦେଉଛନ୍ତି । ସରକାରଙ୍କ ତଥ୍ୟରେ ତାଳମେଳ ରହୁନି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ, ବିଏମସିର ତଥ୍ୟ ଓ ଜିଲ୍ଲା ସ୍ତରର ତଥ୍ୟ କାହାରି କାହା ସଙ୍ଗେ ମେଳ ଖାଉନି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଟଙ୍କା ଦେବା ସହ ପ୍ରାୟ ୫୫୦ଟି ଭେଣ୍ଟିଲେଟର ଦେଇଥିଲେ ବି ତାକୁ ବ୍ୟବହାର କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । କୋଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ ହୋଇଥିବାରୁ ମୃତ ଓ ସଂକ୍ରମିତଙ୍କ ସଂଖ୍ୟାରେ ମିଛ ତଥ୍ୟ ରଖୁଛନ୍ତି । କେନ୍ଦ୍ର ପର୍ଯ୍ୟାପ୍ତ ପଇସା ଦେଉଥିଲେ ବି ସଠିକ ଉପଯୋଗ ନ କରି କେବଳ ଶୋ’ବାଜି ଚକ୍କରରେ ପରିଚାଳନା କରିବା ଦ୍ୱାରା ଏପରି ସ୍ଥିତି ଉପୁଜିଛି ।’’

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା


‘‘କରୋନା ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ୍ଣ ବିଫଳ। ହୀରାକୁଦ ଭଳି କୋଭିଡ ପରିଚାଳନା କରାଯାଉଛି । ପ୍ରତି ଦିନ ୧୦,୦୦୦ରୁ ଅଧିକ ପଜିଟିଭ ହେଉଛନ୍ତି, କିନ୍ତୁ ସରକାର ଲୁଚାଉଛନ୍ତି। ମୃତ୍ୟୁ ସଂଖ୍ୟା ବି ଲୁଚାଉଛନ୍ତି। ଏବେ ତଥ୍ୟ ଅନୁସାରେ ୮ ନମ୍ବରରେ ଅଛି ଓଡ଼ିଶା । ସତ ତଥ୍ୟ ରଖିଲେ ୨ ନମ୍ବର ହେବ । ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖୁଛନ୍ତି ସରକାର,’’ କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ


ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ଏହା ବି ପଢ଼ନ୍ତୁ ଚାକିରି କରୁଥିବା ଲୋକଙ୍କ ପାଇଁ ଖୁସି ଖବର: EPF ରେ ମିଳୁଥିବା ସୁଧ ହାର ସ୍ଥିର ହେଲା; ଏହି ମାସରେ ଆସିବ ଟଙ୍କା

ହେଲେ ବିଜେଡି ବିରୋଧୀମାନଙ୍କ ଅଭିଯୋଗର ଜବାବ ରଖି ଏହି ଅଭିଯୋଗକୁ ଖଣ୍ଡନ କରିଛି । ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ କହିଛନ୍ତି, ‘‘ଜାତୀୟ ହାର ତୁଳନାରେ ଆମ ରାଜ୍ୟର ମୃତ୍ୟୁ ହାର ବହୁତ କମ । ଯଦିଓ ସଂକ୍ରମିତ ଅଧିକ ଆସୁଛନ୍ତି, ସେହି ଅନୁପାତରେ ସୁସ୍ଥ ହାର ବି ଅଧିକ ରହିଛି । ରାଜ୍ୟରେ ଏବେ କରୋନାର ସ୍ଥିତି ସ୍ଥିର ଅଛି । ଏବେ କୋଭିଡ ମୃତ୍ୟୁ ଠୁ ଅନ୍ୟ ମୃତ୍ୟୁ ଅଧିକ ଆସୁଛି । ସରକାର କିଛି ବି ତଥ୍ୟ ଲୁଚାଉନାହାଁନ୍ତି । ବିରୋଧୀ ନିଜ ଅଭିଜ୍ଞତା ଅଭାବରୁ ଏପରି କଥା କହୁଛନ୍ତି । ବିରୋଧୀଙ୍କର କିଛି ଧାରଣା ନାହିଁ । ତେଣୁ ନିଜ ବୋକାମିର ପରିଚୟ ଦେବାକୁ ଏପରି କଥା କହୁଛନ୍ତି ।’’



କେନ୍ଦ୍ର ସରକାର ଯାହା ଟଙ୍କା ଦେଇଛି ତାହା ଠୁ ଢେର ଅଧିକ ଟଙ୍କା ରାଜ୍ୟ ସରକାର  ଖର୍ଚ୍ଚ କରିଛନ୍ତି ବୋଲି କହିଛନ୍ତି ଜଗଦେବ । ‘‘କେନ୍ଦ୍ର ସରକାର ଯେତିକି ଟଙ୍କା ଦେବା କଥା ସେତିକି ଟଙ୍କା ଦେଇ ନାହାନ୍ତି । ଯେତିକି ଟଙ୍କା ଆମକୁ କେନ୍ଦ୍ର ସରକାର ଦେଇଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ରାଜ୍ୟ ସରକାର କୋଭିଡ ପାଇଁ ବହୁତ ସମ୍ବେଦନଶୀଳ । କେନ୍ଦ୍ର ଛିଟିକାଏ ଦେଇ ଅଧିକ ଦେବାର ହାଇଲାଇଟ କରୁଛି,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: September 24, 2020, 11:50 PM IST
corona virus btn
corona virus btn
Loading