ବିଜେଡି କହିଲା ମାସ୍କ କିଣାରେ ଦୁର୍ନୀତି ହୋଇନି, ହେଲେ କଂଗ୍ରେସ ଓ ବିଜେପି ମାନୁନାହାନ୍ତି

ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦେଇ ମାସ୍କ କିଣା ମାମଲାର ତଦନ୍ତ ଦାବି କରିଛନ୍ତି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କଂଗ୍ରେସ ଏହି ମାମଲାରେ ଲୋକଙ୍କୁ ବିଭ୍ରାନ୍ତ କରି ‘‘ଘୃଣ୍ୟ ଓ ଶସ୍ତା ରାଜନୀତି’’ କରୁଛି ।

ବିଜେଡି କହିଲା ମାସ୍କ କିଣାରେ ଦୁର୍ନୀତି ହୋଇନି, ହେଲେ କଂଗ୍ରେସ ଓ ବିଜେପି ମାନୁନାହାନ୍ତି
ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର
  • News18 Odia
  • Last Updated: June 12, 2020, 12:05 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଉଭୟ କଂଗ୍ରେସ ଓ ବିଜେପି ମାସ୍କ କିଣାରେ ଦୁର୍ନୀତି ହୋଇଥିବା କହି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ପରେ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇ ନାହିଁ ଓ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ହିଁ ମାସ୍କ କିଣାଯାଇଛି ବୋଲି କହିଛି ଶାସକ ଦଳ ବିଜେଡି ।

ଏହି ମାମଲାରେ କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତି କରୁଛି ଓ ‘‘ଘୃଣ୍ୟ ଏବଂ ଶସ୍ତା ରାଜନୀତି’’ କରୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ହେଲେ ମାସ୍କ କେଲେଙ୍କାରୀ ବିବାଦ ରାଜଭବନରେ ପହଞ୍ଚାଇଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି କେନ୍ଦ୍ରର ଆଳ ଦେଖାଇ ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଛି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ବିଜେଡି ଏହି ମାମଲାରେ ଖସି ଯିବାକୁ ଚେଷ୍ଟା କରୁଛି ।

ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ମାସ୍କ କିଣା ନେଇ ହିସାବ ଦେଇଛନ୍ତି ଦଳର ମୁଖପାତ୍ର ସସ୍ମିତ ପାତ୍ର । ‘‘କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ମାସ୍କ  କିଣିଛନ୍ତି ରାଜ୍ୟ ସରକାର । ୧୬ ଟଙ୍କାରୁ ଗୋଟିଏ ପଇସା ବି ଅଧିକ ଦେଇ ସରକାର କିଣିନାହାନ୍ତି । ମହାରାଷ୍ଟ୍ର ସରକାର ୧୬ ଟଙ୍କା, କେରଳ ସରକାର ୧୬ ଟଙ୍କା, ଗୁଜୁରାଟ ସରକାର ୨୦ ଟଙ୍କା, କର୍ଣ୍ଣାଟକ ସରକାର ୧୮.୭୪ ଟଙ୍କା, ପଶ୍ଚିମ ବଙ୍ଗ ସରକାର ୧୭.୭୦ ଟଙ୍କା, ତାମିଲ ନାଡୁ ସରକାର ୧୫.୯୬ ଟଙ୍କାରେ ମାସ୍କ ଖରିଦ କରିଛନ୍ତି,’’ କହିଛନ୍ତି ପାତ୍ର ।

ପିସିସି ସଭାପତି ନିରଞ୍ଜନ ଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇ ତଦନ୍ତ ଦାବି କରୁଛି ।


ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ଟିମ ୫ କୋଟି ମାସ୍କ ଆବଶ୍ୟକତା ଥିବା କହିବା ପରେ ସରକାର କିଭଳି ମାସ୍କ ଜଲଦି ରାଜ୍ୟରେ ପହଞ୍ଚିପାରିବ ତା’ ଉପରେ ଧାନ ଦେଇଥିଲେ ବୋଲି କହି କଂଗ୍ରେସ ଉପରେ ନିର୍ଧୁମ ବର୍ଷିଥିଲେ ପାତ୍ର । ‘‘କଂଗ୍ରେସ ସଜ ମାଛରେ ପୋକ ପକାଉଛି। ଅଯଥା ଅପପ୍ରଚାର କରୁଛି । ଯଦି ସତ୍‌ ସାହାସ ଅଛି ଓ ତଥ୍ୟ ପ୍ରମାଣ ଅଛି, କଂଗ୍ରେସ କୋର୍ଟକୁ ଯାଉ । ଏମିତି ସ୍ଥିତିରେ ବି କଂଗ୍ରେସ ଘୃଣ୍ୟ ଓ ଶସ୍ତା ରାଜନୀତି କରିବାରୁ ପଛାଉ ନାହିଁ,’’ ସେ କହିଛନ୍ତି ।

ଇତି ମଧ୍ୟରେ ମାସ୍କ କେଲେଙ୍କାରୀ ରାଜଭବନରେ ପହଞ୍ଚିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇ ତଦନ୍ତ ଦାବି କରିଛି । ବିଜେଡିର ବିବୃତିର ଜବାବ ରଖି ପିସିସି ସଭାପତି କହିଛନ୍ତି: ‘‘ଲାପଟପ ଓ ପ୍ରୋଜେକ୍ଟର ଧରି ହିସାବ ସିନା ଦେଲେ ସସ୍ମିତ, କିନ୍ତୁ ମାସ୍କ କିଣା ପ୍ରକ୍ରିୟାର ସ୍ୱଚ୍ଛ ଚିତ୍ର ରଖିପାରିଲେ ନାହିଁ । ଟେଣ୍ଡର ପ୍ରକ୍ରିୟା ବାବଦରେ କିଛି କହିପାରିଲେ ନାହିଁ । କେତେ କରୋନା ଯୋଦ୍ଧାଙ୍କୁ ମାସ୍କ ଦିଆଯାଇଛି ତା’ର ବି ହିସାବ ଦେଇପାରିଲେ ନାହିଁ । ଓଲଟି କହିଲେ ମୁଁ କ’ଣ ସ୍ୱାସ୍ଥ୍ୟ ବିଭାଗର ସଚିବ? ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ କହିଲେ ମୁ ଯୁକ୍ତି କରିବାକୁ ଆସି ନାହିଁ। ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଉଠି ଚାଲିଗଲେ ।’’

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି: ‘‘ବିଜେଡି ବାଆଁରେଇ ଖସିଯିବାକୁ ଚେଷ୍ଟା କରୁଛି । କେନ୍ଦ୍ରର ଆଳ ଦେଖାଇ ବିଜେଡି ଭୁଆଁ ବୁଲାଉଛି । ରିଟେଲ ପ୍ରାଇସରୁ ଅଧିକ ଦରରେ କିଣା ହୋଇଛି କି ନାହିଁ ତାହା ପ୍ରଥମେ ମୁଖ୍ୟ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ।’’

ବିଜେଡି ମୁଖପାତ୍ର ବିରୋଧୀ ଦଳମାନଙ୍କୁ କୋର୍ଟକୁ ଯିବାକୁ କହିବା ପ୍ରସଙ୍ଗରେ ପୃଥ୍ୱୀରାଜ କଟାକ୍ଷ କରି କହିଛନ୍ତି: ‘‘ସତୀତ୍ୱ ହାନି ହେବ ମୋ’ର, ଆଉ ମୁଁ ପଡିଶା ଘର ଲୋକଙ୍କୁ କହିବି ଅଗ୍ନି ପରୀକ୍ଷା ଦିଅ? ଚୋରି ହୋଇନି ବୋଲି ସରକାର ପ୍ରମାଣ ଦେବା ଉଚିତ।’’ ୨୦୧୪ ନିର୍ବାଚନ ପର ଠାରୁ ପ୍ରଥମ ଥର ଦେଖିବାକୁ ମିଳିଛି ଯେ ବିଜେଡି ବିଜେପିକୁ ଛାଡ଼ି ସମ୍ବାଦିକ ସମ୍ମିଳନୀ କରି କେବଳ କଂଗ୍ରେସକୁ  ଟାର୍ଗେଟ କରିଛି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 12, 2020, 12:05 AM IST
corona virus btn
corona virus btn
Loading