ଆଉ ନାହାନ୍ତି BJD ନେତା ପ୍ରଦୀପ ମହାରଥୀ; କରୋନାରୁ ସୁସ୍ଥ ହେବା ପରେ ବିଗିଡ଼ିଥିଲା ସ୍ୱାସ୍ଥ୍ୟ

ଓଡ଼ିଶା ରାଜନୀତିରେ ଜଣେ ନିର୍ଭୀକ ନେତା ଭାବେ ନାଁ କରିଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଆର ପାରିକୁ ଚାଲିଯାଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ ପ୍ରବଳ କଷ୍ଟ ହେବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଆଉ ନାହାନ୍ତି BJD ନେତା ପ୍ରଦୀପ ମହାରଥୀ; କରୋନାରୁ ସୁସ୍ଥ ହେବା ପରେ ବିଗିଡ଼ିଥିଲା ସ୍ୱାସ୍ଥ୍ୟ
ପ୍ରଦୀପ ମହାରଥୀ; (ଡାହାଣ) ତାଙ୍କ ମର ଶରୀର ନିକଟରେ ଲୁହ ବୁହାଉଥିବା ଜଣେ ପରିଜନ
  • News18 Odia
  • Last Updated: October 4, 2020, 2:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର / ପୁରୀ: ବରିଷ୍ଠ BJD ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଛି । କରୋନାରୁ ସୁସ୍ଥ ହେବା ପରେ ଘରକୁ ଫେରି ଆସିବାର କିଛି ଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ପୁନଶ୍ଚ ହସପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଗତ ୭୨ ଘଣ୍ଟା ଧରି ତାଙ୍କୁ ଅବଜର୍ଭେସନରେ ରଖା ଯାଇଥିଲା। ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୬୫ ବର୍ଷ ବୟସ।

ଶନିବାର ସନ୍ଧ୍ୟାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିବା ଶୁଣିବାକୁ ମିଳିଲା । ଖବର ମିଳିବା ମାତ୍ରେ ବିଜେଡିର ପ୍ରମୁଖ ନେତାମାନେ ହସ୍ପିଟାଲ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ  । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଦୀପ ମହାରଥୀଙ୍କ ପରିବାର ସହ କଥା ହୋଇଥିଲେ । ମହାରଥୀଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ ସେ । କିନ୍ତୁ ସବୁ ଚେଷ୍ଟା ଫେଲ୍ ମାରିଥିଲା । ଆର ପାରିକୁ ଚାଲିଯାଇଥିଲେ ପ୍ରଦୀପ ମହାରଥୀ ।

କରୋନା ଲକ୍ଷଣ ଦେଖାଦେବା ପରେ ସେପ୍ଟେମ୍ବର ୧୪ ତାରିଖରେ ମହାରଥୀଙ୍କୁ ଖଣ୍ଡଗିରିସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋରୋନାରୁ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ। କିନ୍ତୁ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ ପ୍ରବଳ କଷ୍ଟ ହେବା ଯୋଗୁଁ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ।

ଏକ ବିଶାଳ ଶୋଭାଯାତ୍ରାରେ ପୁରୀ ନିଆଯାଇଥିଲା ମହାରଥୀଙ୍କ ମରଶରୀର ।


ମହାରଥୀଙ୍କ ଦେହାନ୍ତ ହେବା ଖବର ଜଣାପଡ଼ିବା ପରେ ଭୁବନେଶ୍ବର ସ୍ଥିତ ତାଙ୍କ ବାସଭବନକୁ ଶୁଭେଚ୍ଛୁ ଓ ପ୍ରଶଂସକମାନଙ୍କ ସୁଅ ଛୁଟିଥିଲା। ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଦେବୀପ୍ରସାଦ ମିଶ୍ର, ସ୍ନେହାଙ୍ଗୀନି ଛୁରିଆ ଓ ସୁରେଶ ରାଉତରାୟ ପ୍ରମୁଖ ନେତା ପହଞ୍ଚି ମହାରଥୀଙ୍କ ଶେଷ ଦର୍ଶନ କରିଥିଲେ।

ମହାରଥୀଙ୍କ ପାର୍ଥିବ ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ବିଧାନ ସଭା ପରିସରକୁ ନିଆଯାଇଥିଲା । ‘‘ମହାରଥୀ ଅମର ରହେ’’ ଧ୍ବନିରେ ପ୍ରକମ୍ପିତ ହେଉଥିଲା ରାସ୍ତା । ବିଧାନସଭା ପରିସରରେ ତାଙ୍କର ଶେଷ ଦର୍ଶନ କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେହିପରି ବିଜେଡିର ନେତା ଓ କର୍ମୀ ମଧ୍ୟ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ପରେ ମର ଶରୀରକୁ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା ।

ତା’ପରେ ମର ଶରୀରକୁ ତାଙ୍କ ଜନ୍ମମାଟି ପିପିଲି ନିଆଯାଇଥିଲା । ସେଠାରେ ତାଙ୍କର ହଜାର ହଜାର ପ୍ରଶଂସକ ଶେଷ ଦର୍ଶନ କରିଥିଲେ । ତା’ପରେ ଏକ ବିଶାଳ ଶୋଭାଯାତ୍ରାରେ ପୁରୀ ନିଆଯାଇଥିଲା ତାଙ୍କ ମରଶରୀର । ଅପରାହ୍ଣରେ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ହୋଇଥିଲା ।

ପ୍ରଦୀପ ମହାରଥୀ ବିଜୁ ପଟ୍ଟନାୟକଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ ।


୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲାର ପିପିଲିରେ ଜନ୍ମ ଗ୍ରହଣ କରିଥିଲେ ପ୍ରଦୀପ ମହାରଥୀ  । ପୁରୀ ଏସସିଏସ୍ କଲେଜରେ ପଢୁଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ଯୋଗୁ ଲାଗୁ ହୋଇଥିବା ମିଶା ଆଇନ ବଳରେ ତାଙ୍କୁ ଗିରଫ କରାଯାଇଥିଲା । ତା’ ପରେ ପୁରୀ କଲେଜ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ । ସେହି ଠାରୁ ହିଁ ତାଙ୍କ ରାଜନୈତିକ କରିଅରର ମୂଳଦୁଆ ପଡ଼ିଥିଲା  ।

ଏହା ବି ପଢ଼ନ୍ତୁ | ହାଥରସକୁ ପଦଯାତ୍ରା ବେଳେ ରାହୁଳ ଗାନ୍ଧି ତଳେ ପଡ଼ିଗଲେ, କହିଲେ ପୋଲିସ ଠେଲି ଦେଲା

ଏହା ବି ପଢ଼ନ୍ତୁ | ହାଥରସ ପରେ UPରେ ପୁଣି ଏକ ନାବାଳିକାର ରେପ୍ ପରେ ହତ୍ୟା ହେଲା; ମଥାକୁ ପଥରରେ ଛେଚିଲେ

ମହାରଥୀ ୧୯୮୫ରେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିଲେ ଓ ଜନତା ଦଳ ଟିକେଟରେ ପିପିଲିରୁ ଜିତି ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ୧୯୯୦ରେ ମଧ୍ୟ ପିପିଲିବାସୀ ତାଙ୍କ ଉପରେ ପୁଣି ଭରସା କରିଥିଲେ । ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ଶେଷ ଥର ପାଇଁ ୨୦୧୯ରେ ସେ ବିଧାୟକ ନିର୍ବାଚିତ ହୋଇଥିଲେ । ବିଜେଡି ସରକାର ଅମଳରେ ଅନେକ ଥର ମନ୍ତ୍ରୀ ଥିଲେ ପ୍ରଦୀପ ମହାରଥୀ । ସେ ପଞ୍ଚାୟତିରାଜ ଓ କୃଷି ମନ୍ତ୍ରୀ ଥିଲେ ।



ତାଙ୍କ ବିୟୋଗରେ ଚାରି ଆଡ଼େ ଶୋକର ଛାୟା ଖେଳିଯାଇଛି । ବିଧାନ ସଭାରେ ମହାରଥୀଙ୍କ ପାଇଁ ସମସ୍ତେ ଶୋକ ବ୍ୟକ୍ତ କରିଛନ୍ତି । ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ବିରୋଧୀଦଳ ନେତା ଓ ଜଣେ କଂଗ୍ରେସ ବିଧାୟକ । ଏହା ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖିବାକୁ ଘୋଷଣା କରିଥିଲେ ବାଚସ୍ପତି ।
Published by: Anand Shankar Thankur Das
First published: October 4, 2020, 2:53 PM IST
corona virus btn
corona virus btn
Loading