News18 Odia Digital
ପୁରୀ: ରଥ ଖଳାରେ କୋଭିଡ୍ ସଂକ୍ରମଣ ରୋକିବା ଦିଗରେ ସଫଳ ହେଉଛି ବାୟୋ-ବବଲ୍ ବା ଜୈବ ବଳୟ ବ୍ୟବସ୍ଥା। ତିନି ଦିନ ଧରି ଆଉ ରଥ ନିର୍ମାଣରେ ନିୟୋଜିତ ସେବକଙ୍କ ମଧ୍ୟରେ ଦେଖିବାକୁ ମିଳୁନାହିଁ ସଂକ୍ରମଣ । ବାୟୋ-ବବଲ୍ ଯୋଗୁଁ ରଥ ଖଳାରେ ୧୮୩ ଜଣ ରଥ ନର୍ମାଣ ସେବକ ନିୟୋଜିତ ହୋଇଥିଲେ ବି ସଂକ୍ରମଣ ମୁକ୍ତ ରହିଛି ରଥ ଖଳା ।
ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା ୨୬ ଜଣ ସେବାୟତଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ବାକି ସେବକମାନେ ଦୁଇ ତିନି ଦିନ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବେ । ଏବେ ଦୈନିକ ରଥ ଖଳାରେ ୧୮୩ ଜଣ ରଥ ନିର୍ମାଣ ସେବକ ନିୟୋଜିତ ରହୁଛନ୍ତି । ସେମାନଙ୍କ ମଧ୍ୟରେ ୬୮ ଜଣ ମହାରଣା, ୬୪ ଜଣ ଭୋଇ ସେବକ, ୧୬ ଜଣ କମାର ସେବକ ଓ ୧୮ ଜଣ ରୂପକାର ସେବକ ଅଛନ୍ତି ।
ଏହା ବି ପଢ଼ନ୍ତୁ | ମ୍ୟାଗି, ନୁଡଲ୍ସ, ନେସ୍-କାଫେ କମ୍ପାନୀ Nestleର ୬୦% ଖାଦ୍ୟ ସାମଗ୍ରୀ ଅସ୍ୱାସ୍ଥ୍ୟକର, କମ୍ପାନୀ ନିଜେ କହିଲା‘‘ବାୟୋ ବବଲ୍ ବ୍ୟବସ୍ଥା ବେଶ୍ ସଫଳ ହୋଇଛି । ରଥଖଳାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଏହା ଲାଗୁ କରାଯାଇଥିଲା । ଏହା ଫଳରେ ରଥ ଖଳାରେ ଆଉ କୋଭିଡ୍ ସଂକ୍ରମଣ ବଢି଼ନାହିଁ । ପଜିଟିଭ୍ ହାର ଶୂନରେ ପହଞ୍ଚିଛି,’’ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ଏହା ବି ପଢ଼ନ୍ତୁ | ଯଦି ଆପଣ ବି LIC ପଲିସି ନେଇଛନ୍ତି, ତାହେଲେ ଜାଣନ୍ତୁ ଏହି କଥା; ନହେଲେ ହରେଇବେ ସବୁ ଟଙ୍କାଯେତେବେଳେ ରଥ କାର୍ଯ୍ୟ ଆରମ୍ଭ ହେଲା ସେତେବେଳେ ବିଶ୍ୱକର୍ମା ମହାରଣା, ଭୋଇ ସେବକ ଓ ରୂପକାର ସେବକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତା’ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ସେବକଙ୍କୁ କରୋନା ପରୀକ୍ଷଣ କରାଯିବା ପରେ ସେମାନଙ୍କୁ ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ସଙ୍ଗରୋଧରେ ରଖାଯାଇଥିଲା । ଯାହାର ନେଗେଟିଭ ଆସିଲା ସେମାନଙ୍କୁ ରଥ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ଓ ଆକ୍ରାନ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନର କୋଭିଡ କେୟାର୍ ସେଣ୍ଟରରେ ରଖାଯାଇଥିଲା ।

ରଥ ଖଳା ପରିଦର୍ଶନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ୍ କୁମାର ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା
‘‘୨୬ ଜଣ ରଥ ନିର୍ମାଣ ସେବକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଯାବତ୍ ୧୮ ଜଣ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେଣି । ବାକି ସାତ ଜଣ ଖୁବ୍ ଶୀଘ୍ର ଯୋଗ ଦେବେ । ରଥ ଖଳାରେ ବାୟୋ-ବବଲ୍ ବ୍ୟବସ୍ଥା ଲାଗୁ କରିବା ପରେ ଆଉ ସଂକ୍ରମଣ ବଢି଼ନାହିଁ । ଆଗକୁ ରଥ ଯାତ୍ରା ଥିବାରୁ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ବାୟୋ-ବବଲ୍ ବ୍ୟବସ୍ଥା ଲାଗୁ କରାଯିବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଛି,’’ କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ।
ଏହା ବି ପଢ଼ନ୍ତୁ | ସୁପ୍ରିମ୍ କୋର୍ଟ କହିଲେ: ‘‘କେନ୍ଦ୍ରର ଟିକାକରଣ ନୀତି ମନମୁଖୀ ଓ ଅଯୌକ୍ତିକ; ଆମକୁ ପୂରା ବିବରଣୀ ଦିଅ’’ପ୍ରଥମେ ରଥ ଖଳାରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାକୁ ନେଇ ସେବାୟତମାନେ ଓ ମନ୍ଦିର ପ୍ରଶାସନ ଭୟଭୀତ ହୋଇଥିଲେ । ‘‘ମହାପ୍ରଭୁଙ୍କ କାର୍ଯ୍ୟ କେମିତି ହେବ ସେ ନେଇ ଚିନ୍ତାରେ ପଡି଼ଥିଲୁ ଆମେ ସମସ୍ତେ । ହେଲେ ସବୁ ରଥ ନିର୍ମାଣ ସେବକଙ୍କର କୋଭିଡ ଟେଷ୍ଟ କରାଗଲା ଓ ବାୟୋ-ବବଲ୍ ବ୍ୟବସ୍ଥା ଲାଗୁ କରାଗଲା । ପ୍ରଭୁଙ୍କ କାର୍ଯ୍ୟ କରୁଥିବାରୁ ଏବେ ଆଉ ସେଭଳି କରୋନା ପଜିଟିଭ ଦେଖିବାକୁ ମିଳୁନାହାନ୍ତି । ସବୁ ରଥ ନିର୍ମାଣ ସେବକ ନିଳାଦ୍ରି ଭକ୍ତ ନିବାସରେ ସଙ୍ଗରୋଧରେ ରହି ରଥ କାର୍ଯ୍ୟ କରୁଛନ୍ତି । କାଳିଆ ଠାକୁର ସେ ଆମ ପାଇଁ ରହିଛନ୍ତି । ଆଉ ସେ ହିଁ ଆମକୁ ଶକ୍ତି ଦେଇ ସୁରକ୍ଷିତ ରଖିଛନ୍ତି,’’ କହିଛନ୍ତି ଦେବୀଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣ ମହାରଣା ।
ଏହା ବି ପଢ଼ନ୍ତୁ | କରୋନା କାଳରେ କର୍ମଚାରୀଙ୍କ କଲ୍ୟାଣ ପାଇଁ ଅନେକ ବଡ଼ ଘୋଷଣା କଲେ ନୀତା ଓ ମୁକେଶ ଅମ୍ବାନୀକୋଭିଡ୍ କଟକଣା ଭିତରେ ରଥ ଖଳାରେ ସାମିଲ୍ ହୋଇଛନ୍ତି ମାନସିକଧାରୀ ରଥ ନିର୍ମାଣ ସେବକ । ବିନା ପାରିଶ୍ରମିକରେ ମହାପ୍ରଭୁଙ୍କୁ ସମର୍ପି ଲାଗିପଡି଼ଛନ୍ତି ରଥ ନିର୍ମାଣରେ । ହେଲେ ପ୍ରଶାସନର କଟକଣାକୁ ଅନୁପାଳନ କରି କୋଭିଡ୍ ଟେଷ୍ଟ କରାଇ ସଙ୍ଗରୋଧରେ ରହି କାର୍ଯ୍ୟରେ ଲାଗିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ସାନ ପିଲାଙ୍କର ଏତେ ଅନଲାଇନ୍ ପାଠ କାହିଁକି, ମୋଦି ସାହାବ୍?’’ VIDEOରେ ମୋଦିଙ୍କୁ ପଚାରୁଛି କୁନି ଝିଅଟି’’ମେ ୩ ତାରିଖରେ ଭଉଁରୀ ଉତ୍ସବ ଥିବାରୁ ତିନି ରଥର ନାହାକା ଅଖ ଓ ଚକ ସଂଯୋଗ କରାଯିବ। ସେନେଇ ରଥ ଖଳାରେ ତିନୋଟି ଅଖ ଓ ଛଅଟି ଚକ ପ୍ରସ୍ତୁତ କରି ରଖାଯାଇଛି । କୋଭିଡ ଟେଷ୍ଟ୍ କରି ମାନସିକ ରଥ ନିର୍ମାଣ ସେବକମାନେ ନିଜକୁ ନିୟୋଜିତ କରି ସମର୍ପି ଥିବାରୁ ବେଶ୍ ଭାଗ୍ୟବାନ,’’ କହିଛନ୍ତି ୧୩ ବର୍ଷ ଧରି ରଥ କାର୍ଯ୍ୟ କରୁଥିବା ବାଲେଶ୍ୱରରୁ ଆସିଥିବା ୫୪ ବର୍ଷୀୟ ଦୀନବନ୍ଧୁ ମହାରଣା ।
ଏହି ମାସ ୨୪ ତାରିଖରେ ପଡୁଛି ଦେବସ୍ନାନ ପୂର୍ଣ୍ଣିମା । ବିନା ଭକ୍ତରେ ଏହାକୁ ଆୟୋଜନ କରିବା ପାଇଁ ପ୍ରଶାସନିକ ସ୍ତରରେ ଚାଲିଛି ପ୍ରସ୍ତୁତି । ତେବେ ସେହି ସମୟରେ ଲକଲାଉନ ନିୟମକୁ କିଭଳି ଅନୁପାଳନ କରାଯିବ ତାକୁ ନେଇ ଚାଲିଛି ତର୍ଜମା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।