ବିଲ୍ ଗେଟ୍ସ PM ମୋଦୀଙ୍କୁ ଚିଠି ଲେଖି କରୋନା ମୁକାବିଲାରେ ତାଙ୍କ ନେତୃତ୍ୱକୁ ପ୍ରଶଂସା କଲେ

‘ଆରୋଗ୍ୟ ସେତୁ’ ଆପ୍ ଲଞ୍ଚ କରିବା ପରି ପଦକ୍ଷେପ ନେଇ ଅସାଧାରଣ ଡିଜିଟାଲ୍ ସାମର୍ଥ୍ୟର ଉପଯୋଗ କରିଥିବାରୁ ମଧ୍ୟ ବିଲ୍ ଗେଟ୍ସ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି ।

ବିଲ୍ ଗେଟ୍ସ PM ମୋଦୀଙ୍କୁ ଚିଠି ଲେଖି କରୋନା ମୁକାବିଲାରେ ତାଙ୍କ ନେତୃତ୍ୱକୁ ପ୍ରଶଂସା କଲେ
ବିଲ୍ ଗେଟ୍ସଙ୍କ ସହ (ଡାହାଣ) ନରେନ୍ଦ୍ର ମୋଦୀ (ରୟଟର୍ସ ଫାଇଲ୍ ଫଟୋ)
  • News18 Odia
  • Last Updated: April 22, 2020, 9:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମାଇକ୍ରୋସଫ୍ଟ କମ୍ପାନୀର ସହ-ସଂସ୍ଥାପକ ଓ ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍‌ ଗେଟ୍ସ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି ଓ ସେଥିରେ ଭାରତରେ କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା କରିବାରେ ତାଙ୍କର ନେତୃତ୍ୱକୁ ପ୍ରଶଂସା କରିଛନ୍ତି ।

ମୋଦୀଙ୍କୁ ଗେଟ୍ସ ଲେଖିଥିବା ଚିଠିର କିଛି ଉଦ୍ଧୃତି ଏଠାରେ ଅଛି:

‘‘ଆମେ ଆପଣଙ୍କ ନେତୃତ୍ୱକୁ ପ୍ରଶଂସା କରୁଛୁ ଏବଂ ଆପଣ ଓ ଆପଣଙ୍କ ସରକାର ଭାରତରେ କୋଭିଡ-୧୯ ସଂକ୍ରମଣ ହାରର ବକ୍ରତା (କର୍ଭ)କୁ ସମତଳ କରିବା ପାଇଁ ଆପଣ ଗ୍ରହଣ କରିଥିବା ସକ୍ରିୟ ପଦକ୍ଷେପଗୁଡିକ, ଯେପରିକି ଜାତୀୟ ଲକଡାଉନ୍ ଗ୍ରହଣ କରିବା, ବିଚ୍ଛିନ୍ନତା, କ୍ୱାରାଣ୍ଟିନ୍ ଓ ହଟ୍‌ ସ୍ପଟ୍ ଚିହ୍ନଟ କରିବା, ଫୋକସ୍ ପରୀକ୍ଷଣକୁ ବିସ୍ତାର କରିବା, ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରତିକ୍ରିୟାକୁ ଦୃଢ଼ କରିବା ଏବଂ ଗବେଷଣା ଓ ଡିଜିଟାଲ୍ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱାସ୍ଥ୍ୟ ଖର୍ଚ୍ଚକୁ ଯଥେଷ୍ଟ ବୃଦ୍ଧି କରିବା ଆଦି ପାଇଁ ଆପଣଙ୍କୁ ପ୍ରଶଂସା କରୁଛୁ,’’ ଲେଖିଛନ୍ତି ଗେଟ୍ସ ।

ସେ ଆହୁରି ଲେଖିଛନ୍ତି: ‘‘ମୁଁ ଖୁସି ଯେ ଆପଣଙ୍କ ସରକାର କୋଭିଡ-୧୯ ମୁକାବିଲାରେ ଏବେ ଉପଲବ୍ଧ ଅସାଧାରଣ ଡିଜିଟାଲ୍ ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରୁଛି ଏବଂ କରୋନା ଭାଇରସ୍ ଟ୍ରାକିଂ, କଣ୍ଟାକ୍ଟ ଟ୍ରାକିଂ ଓ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ସହିତ ଯୋଡିବା ପାଇଁ ‘ଆରୋଗ୍ୟ ସେତୁ’ ଡିଜିଟାଲ୍ ଆପ୍ ଲଞ୍ଚ କରିଛନ୍ତି ।’’

‘‘ସମସ୍ତ ଭାରତୀୟଙ୍କ ପାଇଁ ପର୍ଯ୍ୟାପ୍ତ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବାର ଆବଶ୍ୟକତା ସହିତ ଆପଣ ଜନ ସ୍ୱାସ୍ଥ୍ୟ ଆବଶ୍ୟକତାଗୁଡ଼ିକୁ ସନ୍ତୁଳିତ କରିବାକୁ ଚାହୁଁଛନ୍ତି ବୋଲି ଦେଖି କୃତଜ୍ଞ,’’ ଲେଖିଛନ୍ତି ଗେଟ୍ସ ।
First published: April 22, 2020, 9:05 PM IST
corona virus btn
corona virus btn
Loading