ଖୁବ୍ ଶୀଘ୍ର କରୋନା ଟିକା ଉପଲବ୍ଧ ହେବାକୁ ନେଇ ବିଲ୍ ଗେଟ୍ସ ଆଶା ପ୍ରକଟ କଲେ, କହିଲେ - ଭାରତକୁ ସହଯୋଗର ଆବଶ୍ୟକତା

ବର୍ତ୍ତମାନ ଭାରତରେ କରୋନା ଭାଇରସର ତିନୋଟି ଟିକା ଉପରେ ପରୀକ୍ଷା ଚାଲିଛି । ସେମାଙ୍କ ମଧ୍ୟରୁ ଅକ୍ସଫୋର୍ଡ, ଭାରତ ବାୟୋଟେକ ଓ ଜାଇଡସ୍ କ୍ୟାଡିଲା ଅଛନ୍ତି । ସମସ୍ତ ଟିକା ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ଅଛି ।

ଖୁବ୍ ଶୀଘ୍ର କରୋନା ଟିକା ଉପଲବ୍ଧ ହେବାକୁ ନେଇ ବିଲ୍ ଗେଟ୍ସ  ଆଶା ପ୍ରକଟ କଲେ, କହିଲେ - ଭାରତକୁ ସହଯୋଗର ଆବଶ୍ୟକତା
ଖୁବ୍ ଶୀଘ୍ର ଭାରତରେ କରୋନା ଟିକା ଉପଲବ୍ଧ ହେବାକୁ ନେଇ ବିଲ୍ ଗେଟ୍ସ ଆଶା ରଖିଛନ୍ତି
  • News18 Odia
  • Last Updated: September 15, 2020, 4:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ (Bill Gates) ଆଶା ପ୍ରକଟ କରିଛନ୍ତି ଯେ ଆସନ୍ତା ବର୍ଷ ୨୦୧୧ ର ପ୍ରଥମ କ୍ୱାର୍ଟରରେ ଭାରତରେ କରୋନା ଟୀକା (Coronavirus In India) ଉପଲବ୍ଧ ହହେଇଯିବ । ନ୍ୟୁଜ୍ ଏଜେନ୍ସି ପିଟିଆଇକୁ (PTI) ଦେଇଥିବା ଏକ ସାକ୍ଷାତକାରରେ ବିଲ୍ ଗେଟ୍ସ (Bill Gates) କହିଛନ୍ତି ଯେ ଆସନ୍ତା ବର୍ଷର ପ୍ରଥମ କ୍ୱାର୍ଟର ସୁଦ୍ଧା କୋଭିଡ -୧୯ ର ଅନେକ ଟିକା ଶେଷ ପର୍ଯ୍ୟାୟରେ ରହିବ । ଗେଟ୍ସ କହିଛନ୍ତି ଯେ ମୁଁ ବହୁତ ଆଶାବାଦୀ ଯେ ଆସନ୍ତା ବର୍ଷର ପ୍ରଥମ କ୍ୱାର୍ଟର ସୁଦ୍ଧା କୋଭିଡ -୧୯ ର ଅନେକ ଟିକା ଶେଷ ପର୍ଯ୍ୟାୟରେ ପହଞ୍ଚିବ ।

ଟିକା ଉତ୍ପାଦରେ ଭାରତର ଗୁରୁତ୍ୱକୁ ମଧ୍ୟ ଗେଟ୍ସ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଭାରତ ଏକ ପ୍ରମୁଖ ଟିକା ଉତ୍ପାଦନକାରୀ ଦେଶ ଓ କୋଭିଡ -୧୯ ଟିକା ଉତ୍ପାଦନ ପାଇଁ ଆମକୁ ଭାରତର ସମର୍ଥନ କରିବା ଆବଶ୍ୟକ ।

ବିଲ୍ ଗେଟ୍ସ (Bill Gates) କହିଛନ୍ତି ଆମେ ସମସ୍ତେ ଚାହୁଁଛୁ ଯେ ଯଥାଶୀଘ୍ର ଭାରତରେ ଏକ ନିରାପଦ ଓ ପ୍ରଭାବଶାଳୀ ଟିକା ଆସିଯାଉ । ଶିଳ୍ପପତି ଗେଟ୍ସ କହିଛନ୍ତି, 'ଆମେ ସମସ୍ତେ ଚାହୁଁ ଯେ ଭାରତରୁ ଏହି ଟିକା ଯଥାଶୀଘ୍ର ପାଇବ, ଥରେ ଏହା ଜାଣିବାକୁ ମିଳୁ ଯେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ଓ ଅତ୍ୟନ୍ତ ନିରାପଦ ଅଟେ ।'

ବର୍ତ୍ତମାନ ଭାରତରେ କରୋନା ଭାଇରସର ତିନୋଟି ଟିକା ଉପରେ ପରୀକ୍ଷା ଚାଲିଛି । ସେମାଙ୍କ ମଧ୍ୟରୁ ଅକ୍ସଫୋର୍ଡ, ଭାରତ ବାୟୋଟେକ ଓ ଜାଇଡସ୍ କ୍ୟାଡିଲା ଅଛନ୍ତି । ସମସ୍ତ ଟିକା ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ଅଛି ।
Published by: Jagdish Barik
First published: September 15, 2020, 4:04 PM IST
corona virus btn
corona virus btn
Loading